Train
ଆଜି କଟକ ରେଲୱେ ଷ୍ଟେସନରେ ମାଲବାହୀ ଟ୍ରେନର ୩ଟି ୱାଗନରେ ଲାଇନଚ୍ୟୁତ ହୋଇଛି । କଟକ ରେଲୱେ ଷ୍ଟେସନରୁ ପାରାଦୀପ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନର ୩ଟି ଖାଲି ୱାଗନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ସକାଳ ୮ଟା ୪୩ ମିନିଟରେ ଏହି ଅଘଟଣ ଘଟିଥିବା ସୂଚନା ରହିଛି । ଟ୍ରାକ ପରିବର୍ତ୍ତନ କରିବା ସମୟରେ ଏହା ହୋଇଥିବା ଅନୁମାନ କରାଯାଉଛି । ରେଲୱେ ଷ୍ଟେସନରୁ ମାତ୍ର ଅଧ କିଲୋମିଟର ଦୂରରେ ମାଲଗୋଦାମ ଓଭରବ୍ରିଜ ପାଖରେ ଏହା ଲାଇନଚ୍ୟୁତ ହୋଇଥିଲା ।
ଅଧିକ ପଢନ୍ତୁ: ଲାଇନଚ୍ୟୁତ ହେଲା ମାଲ୍ବାହୀ ଟ୍ରେନ୍, ରେଲୱେର ତଦନ୍ତ ନିର୍ଦ୍ଦେଶ
ଲୁପ୍ ଲାଇନ ୮ ନମ୍ବର ନିକଟରେ ବଗି ଲାଇନଚ୍ୟୁତ ହୋଇଥିଲା । ବଗି ଲାଇନଚ୍ୟୁତ ହେବା ସହିତ ୧୨ରୁ ୧୩ଟି ଚକା ୱାଗନଠାରୁ ଅଲଗା ହୋଇ ଯାଇଥିଲା । ତେବେ ମୁଖ୍ୟ ଲାଇନ ଭଦ୍ରକ-କଟକ-ବିଶାଖାପାଟଣା କାର୍ଯ୍ୟକ୍ଷମ ରହିଛି । ଏହା ସହିତ ପାରାଦୀପ ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ ମଧ୍ୟ ପ୍ରଭାବିତ ହୋଇ ନାହିଁ । ପାରାଦୀପ ପଟୁ ଆସୁଥିବା ମାଲବାହୀ ଟ୍ରେନ ଅଧାରେ ଅଟକି ରହିଛନ୍ତି ।
ରେଲୱେର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ପୁନରୁଦ୍ଧାର ଦଳ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି । ଖୁବ ଶୀଘ୍ର ଲୁପ୍ ଲାଇନକୁ ପୁନଃସ୍ଥାପିତ କରାଯିବ। ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ, ପାରାଦୀପରୁ ମାଲ ଆଣିବା ପାଇଁ ଏହି ମାଲବାହୀ ଟ୍ରେନରେ ଖାଲି ୱାଗନ ଯାଉଥିଲା ।
ସୂଚନାଯୋଗ୍ୟ, ଗତ ମେ ୧୮ ତାରିଖରେ ସୁନ୍ଦରଗଡ ବିମଳାଗଡ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ବିମଳାଗଡ ଷ୍ଟେସନ ନିକଟ ଡେମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Train_1751262263.jpg)