Advertisment

Elephant Death: ପୁଣି ବଳି ପଡ଼ିଲେ ହାତୀ; ବାର୍‌ହା ଫାଶରେ ଗଲା ୩ ହାତୀଙ୍କ ଜୀବନ

ହାତୀ ମଣିଷ ଲଢେଇ ଭିତରେ ପୁଣି ବଳି ପଡ଼ିଲେ ହାତୀ। କେତେବେଳେ ଦାନ୍ତ ପାଇଁ ତ ଆଉ କେତେବେଳେ ଟ୍ରେନ୍ ଚକା ତଳେ ହାତୀଙ୍କ ଜୀବନ ଯାଉଛି। ତେବେ ଆଜି ପୁଣି ଥରେ ବିଦ୍ୟୁତ ଆଘାତରେ ୩ଟି ହାତୀଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Elephant Dead

Elephant Dead

Advertisment

ହାତୀ ମଣିଷ ଲଢେଇ ଭିତରେ ପୁଣି ବଳି ପଡ଼ିଲେ ହାତୀ। କେତେବେଳେ ଦାନ୍ତ ପାଇଁ ତ ଆଉ କେତେବେଳେ ଟ୍ରେନ୍ ଚକା ତଳେ ହାତୀଙ୍କ ଜୀବନ ଯାଉଛି। ତେବେ ଆଜି ପୁଣି ଥରେ ବିଦ୍ୟୁତ ଆଘାତରେ ୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ନାକଟିଦେଉଳ ରେଞ୍ଜ ଘୁସୁରାମାଲ ପଞ୍ଚାୟତ ବୁରମାଲ ଜଙ୍ଗଲ ନିକଟରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Advertisment

ଗତ କିଛି ଭିତରେ ଧରି ଅନେକ ହାତୀଙ୍କ ମୃତ୍ୟୁ ହେଲାଣି। ତେବେ ଆଜି ସକାଳୁ ସକାଳୁ ବୁରମାଲ ଜଙ୍ଗଲ ନିକଟରେ ୩ଟି ହାତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ସେଥିରେ ୨ଟି ବଡ଼ ହାତୀ ଥିବା ବେଳେ ଗୋଟିଏ ଛୁଆ ହାତୀ ରହିଛି। ତେବେ ବିଦ୍ୟୁତ ଆଘାତରେ ହାତୀଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅଧିକ ପଢନ୍ତୁ: ଗଜରାଜଙ୍କ ଡେଞ୍ଜର୍ ଜୋନ୍ ଆଠଗଡ଼ ବନାଞ୍ଚଳ; ପୁଣି ସକ୍ରିୟ ହେଲେଣି କି ହାତୀ ଶିକାରୀ ?

Advertisment

ଏନେଇ ପ୍ରତିକ୍ରିୟା ରଖିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ୩ଟି ହାତୀର ଏକା ସଙ୍ଗେ ମୃତ୍ୟୁ ହେବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି ସେ କହିଛନ୍ତି। ଏଥିସହ ହାତୀ ମୃତ୍ୟୁର କାରଣ ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ତାରରେ ପଡ଼ି ୩ ହାତୀଙ୍କ ମୃତ୍ୟୁ ହୋଇଛି । ସେଠାରେ ପାଟ୍ରୋଲିଂ କରୁଥିବା ହାତୀ ସ୍କ୍ୱାଡ ବନ କର୍ମଚାରୀଙ୍କ ତ୍ରୁଟି ରହିଛି । ନିଶ୍ଚୟ ସେମାନଙ୍କର ଅବହେଳା ହୋଇଛି । JTF ଟିମ, DCF ଓ ପୋଲିସକୁ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୋଷୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

RCCF ଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବନ୍ୟପ୍ରାଣୀ ମୁଖ୍ୟାଳୟର ଜଣେ CCF ଙ୍କୁ ବିଭାଗୀୟ ତଦନ୍ତ ଦାୟିତ୍ୱ ଦିଆଯାଉଛି । ରେଢ଼ାଖୋଲରେ ଏହା ତୃତୀୟ ଘଟଣା । ଯେଉଁ ବିଭାଗୀୟ କର୍ମଚାରୀଙ୍କ ତ୍ରୁଟି ଥିବା ଜଣାପଡ଼ିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯିବ । ଶିକାରୀଙ୍କ ପ୍ରାଦୁର୍ଭାବ ରୋକିବାକୁ ବିଦ୍ୟୁତ୍ ବିଭାଗ ସହ ବୈଠକ କରି ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ପୁଣିଥରେ DFOମାନଙ୍କୁ ନୂଆ SOP ଜାରି ହେବ ବୋଲି ସେ କହିଛନ୍ତି।

Advertisment
Elephant Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ