Advertisment

ଘୋଷଣା ହେଲା ତୃତୀୟ ବର୍ଷା ସାହିତ୍ୟ ସମ୍ମାନ– ୨୦୨୫

ବର୍ଷା ପବ୍ଲିକେସନ୍‌ ପକ୍ଷରୁ ତୃତୀୟ ବର୍ଷା ସାହିତ୍ୟ ସମ୍ମାନ-୨୦୨୫ ଘୋଷଣା କରାଯାଇଛି। ଅଗଷ୍ଟ ୧୭ରେ ବର୍ଷା ଉତ୍ସବ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ।

author-image
Chinmayee Sahoo
ଅଦ୍ୟତନ ହୋଇଛି
award

award

ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା, ବର୍ଷା ପବ୍ଲିକେସନ୍‌ ପକ୍ଷରୁ ତୃତୀୟ ବର୍ଷା ସମ୍ମାନ-୨୦୨୫ ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ୧୭ ତାରିଖରେ ଭାରତୀୟ ବିଦ୍ୟା ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ବର୍ଷା ଉତ୍ସବରେ ଏହା ପ୍ରଦାନ କରାଯିବ।

Advertisment

ବର୍ଷା ପବ୍ଲିକେସନ୍, ସବୁବେଳେ ଗୁଣାତ୍ମକ ମାନ ଥିବା ବହିର ସମ୍ମାନ କରିବା ସହିତ ଏହାର ପ୍ରକାଶ, ପ୍ରଚାର ଓ ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। କଳାକାରଙ୍କ ଅପେକ୍ଷା କଳାକୁ ବା ସେମାନଙ୍କ କଳାତ୍ମକ କୃତିକୁ ଅଧିକ ସମ୍ମାନ ଦେବାରେ ବିଶ୍ଵାସ ରଖେ ବର୍ଷା ପବ୍ଲିକେସନ୍।

ସେହି କ୍ରମରେ ଚଳିତ ବର୍ଷର ଯେଉଁ ତିନୋଟି ପୁସ୍ତକକୁ ସମ୍ମାନୀତ କରାଯିବ। ସେଗୁଡ଼ିକ ହେଲା ଯଥାକ୍ରମେ; ‘ ବର୍ଷା କଥା ସମ୍ମାନ- ୨୦୨୫’ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଥାକାର ସୁରେନ୍ଦ୍ର ମିଶ୍ରଙ୍କ ଗଳ୍ପ ପୁସ୍ତକ ‘ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ’, ବର୍ଷା କବିତା ସମ୍ମାନ ପାଇଁ କବି ଅଜୟ ପ୍ରଧାନଙ୍କ କବିତା ପୁସ୍ତକ ‘ବଇଦାନା ଓ ଅନ୍ୟମାନେ’ ଏବଂ ବର୍ଷା ଉନ୍ମେଷ ସମ୍ମାନ ପାଇଁ ଯୁବ କବି ଦେବବ୍ରତ ଜେନାଙ୍କ କବିତା ପୁସ୍ତକ ‘ଖରାପ ପିଲାର ପ୍ରେମ କବିତା’କୁ ନିର୍ବାଚିତ କରାଯାଇଛି।

Advertisment

ଚଳିତ ଅଗଷ୍ଟ ମାସ ୧୭ ତାରିଖ ଦିନ ଭାରତୀୟ ବିଦ୍ୟା ଭବନରେ ହେବାକୁ ଥିବା ଏକଦିନବ୍ୟାପୀ କାର୍ଯ୍ୟକ୍ରମ ‘ବର୍ଷା ଉତ୍ସବ’ରେ ଏହା ପ୍ରଦାନ କରାଯିବ। ଏଥି ସହିତ ବର୍ଷା ପବ୍ଲିକେସନ୍ ପ୍ରକାଶିତ ଦଶରୁ ଊର୍ଦ୍ଧ୍ଵ ପୁସ୍ତକ ଉନ୍ମୋଚନ, ‘ନଈର କାହାଣୀ’ ଶୀର୍ଷକ ଏକ ଆଲୋଚନା ଚକ୍ର, ଏକ ଦୀର୍ଘ କବିତାକୁ ନେଇ ଆଭାସୀ ନାଟକ, କଣ୍ଢେଇ ନାଚ, କେଶବ କବି କୃଷ୍ଣ ପ୍ରସାଦ ବେହେରା ଓ ମନ୍ତେଇ ନଦୀଙ୍କୁ ନେଇ ଏକ ବୃତ୍ତ ଚିତ୍ର ପ୍ରଦର୍ଶନ ତଥା ନିର୍ବାଚିତ କବିମାନଙ୍କ ଦ୍ବାରା ‘ନଈ' ଶୀର୍ଷକ କବିତା ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି।

ଉକ୍ତ ଉତ୍ସବରେ ସାହିତ୍ୟାନୁରାଗୀ ବ୍ୟକ୍ତିବିଶେଷଙ୍କୁ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ବିନମ୍ର ଅନୁରୋଧ ।

Odisha
Advertisment
Advertisment