/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725120822.jpg)
puri Ratna Bhandar
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥାଇପାରେ ସୁଡ଼ଙ୍ଗ ଓ ଗୁପ୍ତଭଣ୍ଡାର । ଏହାର ସନ୍ଧାନ ପାଇଁ ନନ୍-ପେନିଟ୍ରେଟିଂ ସର୍ଭେ କରିବାକୁ ଯୋଜନା ଅଛି। ଏହା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି, ASI ତାର ପ୍ରାଥମିକ ଅନୁସନ୍ଧାନ ସାରିଛି। ବର୍ତ୍ତମାନ ଯୋଡ଼ିଏ କାମ। ନନପେନିଟ୍ରେଟିଙ୍ଗ ସର୍ଭେ ଗୋଟେ କରିବା ପାଇଁ ଯୋଜନା ଅଛି।
ଗଜପତି ମହରାଜ ବି କହିଛନ୍ତି, ବିଭିନ୍ନ ସମୟରେ ବର୍ଗୀୟ ମୋଗଲ ଆକ୍ରମଣ ବେଳେ, କାଳେ ସେ ସମୟର କିଛି ଜନିଷ କିଛି ଅଳଙ୍କାର ଚଟାଣ ତଳେ ଥିବ, ତାହା ଦେଖିବାର ଆବଶ୍ୟକତା ରହିଛି। କିଛି ପରିକଳ୍ପନା ଆସୁଛି, ସେଠାରେ ସୁଡ଼ଙ୍ଗ ଥାଇପାରେ, ନଥାଇପାରେ । ସେ ଦୃଷ୍ଟିରୁ ଜିପିଆର୍ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ଏସଆଇ ତାର ଦାୟିତ୍ବ ନେଇଛି।
ଗୁପ୍ତ ରତ୍ନଭଣ୍ଡାରକୁ ନେଇ ମଧ୍ୟ ସ୍ପଷ୍ଟତା ଆସିନଥିବାରୁ ଜିପିଆର ସର୍ଭେ ଓ ଟେକ୍ନିକାଲି କାମ ହେବ। କୌଣସି ଯନ୍ତ୍ର ମାଟି ଭତିରକୁ ଭର୍ତ୍ତି ନକରି, କେବଳ ସର୍ଫେସ ସର୍ଭେ କରାଯିବ । ASI ଆଇଆଇଟି ସହ ସହବନ୍ଧିତ ହୋଇ ତେଲ ଖଣିରେ ସର୍ଭେ ଭଳି ଏଠାରେ ସର୍ଭେ କରିବାର ଯୋଜନା ଚାଲିଛି। ମରାମତି ଆରମ୍ଭ ପୁର୍ବରୁ ଏ କାମ କରିବା ପାଇଁ ଡିଜି ASIକୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି।
ଏଥିସହ କହିଛନ୍ତି ଯେ, ରତ୍ନଭଣ୍ଡାର ଚାବି ହଜିବା ବାବଦରେ ରିପୋର୍ଟ ଆମେ ସାମ୍ନାକୁ ଆଣିପାରୁ। ନ ହେଲେ ଆଉ ଗୋଟିଏ କମିଶନ କରିପାରୁ। କିନ୍ତୁ ଚାବି କିଏ ହଜାଇଲା କାହିଁକି ହଜିଲା ତାର ରେସପନ୍ସବିଲିଟି ଫିକ୍ସ ହେବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହ ଆଲୋଚନା କରିଥିଲେ ଓଟିଭି ପ୍ରତିନିଧି ସ୍ବାଧୀନ ରାଉତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)