Advertisment

ଓଡ଼ିଶା ଲୋକାୟୁକ୍ତ ଅଚଳ ! ପଡ଼ିରହିଛି ୪୮୪ ମାମଲା, ସମାଧାନ କରିବାକୁ କେହି ନାହିଁ..

ଗତବର୍ଷ ଶେଷ ସୁଦ୍ଧା ପାଖାପାଖି ୪୮୪ଟି ମାମଲା ବିଚାର ନହୋଇ ପଡିରହିଥିଲା । ସେହିପରି ଏବର୍ଷ ସ୍ଥାୟୀ ଅଧ୍ୟକ୍ଷ ଏବଂ ସଦସ୍ୟ ନଥିବାରୁ ଆଜି ଯାଏ ପ୍ରାୟ ୪୧୭ଟି କେସ୍ ଯୋଡି ହୋଇସାରିଲାଣି ।

author-image
Sonali Ojha
ଅଦ୍ୟତନ ହୋଇଛି
When will the Chairman and 3 Members Get Appointed In Odisha Lokayukta

lokayukta

ଅକାମୀ ହୋଇପଡିଛି ଓଡ଼ିଶା ଲୋକାୟୁକ୍ତ ! ଓଡିଶା ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂ ଅବସର ନେବାର ୫ ମାସ ପରେ ଅନ୍ୟ ୩ ସଦସ୍ୟ ମଧ୍ୟ ଅବସର ନେଇଛନ୍ତି। ଏହାରି ଭିତରେ ବିଚାର ନହୋଇ ପଡିରହିଛି ଶହ ଶହ ମାମଲା। ପ୍ରଶ୍ନ ଉଠୁଛି, କେବେ ନିଯୁକ୍ତ ହେବେ ସ୍ଥାୟୀ ଅଧ୍ୟକ୍ଷ ଓ ୩ ଜଣ ସଦସ୍ୟ ? ସର୍ଚ୍ଚ କମିଟି ଦ୍ବାରା ଚୟନ ହୋଇଥିବା ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପାଇବେ ନା ରାଜ୍ୟରେ ନୂଆ ସରକାର ଆସିବାପରେ ନୂଆ ଚୟନ ହେବ ତାକୁ ନେଇ ଲାଗିରହିଛି ଦ୍ବନ୍ଦ୍ବ।

Advertisment

ଦୁର୍ନୀତି ବିରୁଦ୍ଧରେ ଗଠନ ହୋଇଥିବା ଓଡ଼ିଶା ଲୋକାୟୁକ୍ତରେ ଆଜିକୁ ୫ ମାସ ହେଲା ଅଧ୍ୟକ୍ଷ ନାହାଁନ୍ତି। ସେହିପରି ୩ ଜଣ ସ୍ଥାୟୀ ସଦସ୍ୟଙ୍କ ଭିତରୁ ଜଷ୍ଟିସ୍ ବିଜୟ କୁମାର ନାୟକ ଗତମାର୍ଚ୍ଚ ମାସରେ ଅବସର ନେଇଥିଲେ । ଅନ୍ୟ ଜଣେ ସଦସ୍ୟ ଡ. ଦେବବ୍ରତ ସ୍ବାଇଁ ଏପ୍ରିଲ ଏପ୍ରିଲ ୩ ତାରିଖରେ ଅବସର ନେବାପରେ କୋରମ ଅଭାବରୁ ଦୁଇଟି ଯାକ ବେଞ୍ଚ ଅଚଳ ହୋଇପଡିଥିଲା । ଶେଷ ସଦସ୍ୟ ଥିବା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଗତ ଅଗଷ୍ଟ ୮ ତାରିଖରେ ଅବସର ନେବାପରେ ପୁରା ଅଚଳ ହୋଇପଡିଛି ଓଡ଼ିଶା ଲୋକାୟୁକ୍ତ।ଫଳରେ ଦୁର୍ନିତୀଗ୍ରସ୍ତ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିଙ୍କ ଦ୍ବାରା ଶିକାର ହୋଇଥିବା ସାଧାରଣ ଲୋକଟି କେମିତି ନ୍ୟାୟ ପାଇବେ ତାକୁ ନେଇ ଉପୁଜିଛି ଆଶଙ୍କା।

ଅଧିକ ପଢ଼ନ୍ତୁ: ଅଳିଆ ଗଦା ପାଲଟିବ ବ୍ୟାସନଗର... ! ମଶାଙ୍କ ଦାଉରେ ସହରବାସୀ ଅତିଷ୍ଠ

ଗତ ୯ ତାରିଖଠାରୁ ନୂଆ କମିଟି ଗଠନ ନହେବାପର୍ଯ୍ୟନ୍ତ ଆଉ କୌଣସି କେସର ବିଚାର ହେବନାହିଁ ବୋଲି ନୋଟିସ ବୋର୍ଡରେ ଲଟକା ଲଗାଇଛନ୍ତି ଲୋକାୟୁକ୍ତ ସଚିବ । ବିଭିନ୍ନ ମାମଲାନେଇ ପାଇଁ ଓଡ଼ିଶା ଲୋକାୟୁକ୍ତକୁ ଆସୁଥିବା ଲୋକଙ୍କୁ ନିରାଶ ହେବାକୁ ପଡିଛି ।ତେବେ ଗତବର୍ଷ ଶେଷ ସୁଦ୍ଧା ପାଖାପାଖି ୪୮୪ଟି ମାମଲା ବିଚାର ନହୋଇ ପଡିରହିଥିଲା । ସେହିପରି ଏବର୍ଷ ସ୍ଥାୟୀ ଅଧ୍ୟକ୍ଷ ଏବଂ ସଦସ୍ୟ ନଥିବାରୁ ଆଜି ଯାଏ ପ୍ରାୟ ୪୧୭ଟି କେସ୍ ଯୋଡି ହୋଇସାରିଲାଣି । ଏନେଇ ଲୋକାୟୁକ୍ତ ସଚିବ ଏବଂ ଅନ୍ୟମାନେ ରାଜ୍ୟପାଳଙ୍କ ସହ ଆଲୋଚନା ବି କରିଛନ୍ତି।

Advertisment

ଲୋକାୟୁକ୍ତ ଅଧ୍ୟକ୍ଷ ସମେତ ଅନ୍ୟ ସଦସ୍ୟ ମନୋନୟନ ପାଇଁ ଏକ ସର୍ଚ୍ଚ କମିଟି ରହିଛି। ଅଧ୍ୟକ୍ଷ କିମ୍ବା କୌଣସି ସଦସ୍ୟ ଅବସର ନେବାର ତିନିମାସ ପୂର୍ବରୁ ନୂଆ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବା କଥା। ସାଧାରଣ ନିର୍ବାଚନ ପୂର୍ବରୁ ସର୍ଚ୍ଚ କମିଟି ଜଣେ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏବଂ ଜଣେ ସଦସ୍ୟଙ୍କ ନାଁକୁ ନେଇ ସିଲେକ୍ସନ କମିଟିକୁ ପଠାଇଥିଲା। ସିଲେକ୍ସନ କମିଟିର ମୁଖ୍ୟ ମୁଖ୍ୟମନ୍ତ୍ରୀ ,ବିଧାନସଭାର ବାଚସ୍ପତି, ବିରୋଧୀଦଳ ନେତା ଏବଂ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଗତ ମାର୍ଚ୍ଚ ମାସରେ ବୈଠକ ବସିଥିଲା। ଏମାନେ ସର୍ଚ୍ଚ କମିଟିର ତାଲିକାକୁ ଯାଞ୍ଚ କରିବାପରେ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ ।

ରାଜ୍ୟପାଳ ଏହି ତାଲିକାରେ ମୋହର ମାରିଲେ ନୂଆ ସଦସ୍ୟ ନିଯୁକ୍ତି ହେବା କଥା । ନିର୍ବାଚନ ଆଚରଣ ବିଧିଯୋଗୁ ରାଜ୍ୟପାଳ ଏହି ସୁପାରିସକୁ ମଞ୍ଜୁର କରିନଥିଲେ । ସିଲେକ୍ସନ କମିଟିର ମୁଖ୍ୟ ମୁଖ୍ୟମନ୍ତ୍ରୀ ତୁରନ୍ତ ଏଦିଗରେ ନିଷ୍ପତି ନେବାକୁ ଦାବି କରିଛନ୍ତି ମାନବାଧିକାର କର୍ମୀ । ଅନ୍ୟପଟେ ଆଇନ୍ ମନ୍ତ୍ରୀ କହିଛନ୍ତି ସରକାର ଏ ଦିଗରେ ଖୁବଶୀଘ୍ର ନିଷ୍ପତି ନେବେ । ପୂର୍ବ ସରକାର ଏଦିଗରେ ଧ୍ୟାନ ଦେଇନଥିଲେ। ଏବେ ରାଜ୍ୟର ପଟ୍ଟ ପରିବର୍ତ୍ତନ ହୋଇଛି ।ନୂଆ ସରକାର ଆସିବାପରେ ପୁରୁଣା ସରକାର ବେଳେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ମନୋନୟନକୁ ମଞ୍ଜୁର ଦେବେକି ନୂଆ ମୁଖ୍ୟମନ୍ତ୍ରୀ । ନାଁ ପୁଣିଥରେ ସର୍ଚ୍ଚ କମିଟି ଦ୍ବାରା ନୂଆ ଅଧ୍ୟକ୍ଷ ଏବଂ ସଦସ୍ୟ ମନୋନୟନ କରିବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

Lokayukta Odisha Lokayukta
Advertisment
Advertisment