• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗଦା ହୋଇଛି କୁଢ଼ କୁଢ଼ ଅଳିଆ । ରାସ୍ତା କଡ଼ ହେଉ କି ଡ୍ରେନ୍‌ ସବୁଠି ଅଳିଆ ଭର୍ତ୍ତି । ଏ ହେଉଛି ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଦୃଶ୍ୟ । ଦୀର୍ଘଦିନ ହେବ ଡ୍ରେନ ସଫା ନ ହେବାରୁ ଅଳିଆ ଜମା ହୋଇ ଡ୍ରେନ୍‌ରେ ଜଳ ନିଷ୍କାସନ ହେଉନାହିଁ, ଫଳରେ ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ପରିବେଶ । ଯାହାଦ୍ୱାରା ଏହି ବାଟ ଦେଇ ଯାଉଥିବା ସାଧାରଣ ଲୋକ ଓ ସହରବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସହରରେ ଅଳିଆ ଆବର୍ଜନା ପଡ଼ି ରହିଥିବାରୁ ମଶାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମଶାଙ୍କ ଦାଉରେ ସହରବାସୀ ରାତିରେ ଟିକେ ଶାନ୍ତିରେ ଶୋଇ ପାରୁନାହାନ୍ତି । ଫଳରେ ମାରାତ୍ମକ ଡେଙ୍ଗୁ ଓ ମ୍ୟାଲେରିଆ ଆଦି ରୋଗ ବ୍ୟାପିବାର ସମ୍ଭାବନା ରହିଛି । ସେପଟେ ମୁନ୍ଦାଏ ବର୍ଷା ହେଲେ ସହର ଭିତରେ ଲହଡି ମାରୁଛି ଆବର୍ଜନା ଜଳ । ଏମିତି କି ଦୋକାନ ଘରେ ପାଣି ପଶୁଛି । ତେଣୁ ଯଥାଶୀଘ୍ର ଏ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ବ୍ୟାସନଗର ପୌରାଞ୍ଚଳବାସୀ।

ଅଧିକ ପଢ଼ନ୍ତୁ: ନବରଙ୍ଗପୁରରେ ବ୍ୟାପୁଛି ଝାଡ଼ାବାନ୍ତି; ୪ ଦିନରେ ଗଲାଣି ୩ ଜଣଙ୍କ ଜୀବନ

ଖାଲି ଏତିକି ଯେ ତାହା ନୁହେଁ, ସହରରେ ଦୀର୍ଘଦିନ ହେବ ମୁକୁଳା ପଡ଼ିଛି ଡ୍ରେନ୍‌ । ସେଥିରେ ନା ସ୍ଲାବ ପଡ଼ୁଛି ନା କୌଣସି ମଶାମରା ତେଲ କି ଔଷଧ । ଗତକିଛି ଦିନ ତଳେ ଏନେଇ ଏକ ଆଲୋଚନା ବୈଠକ ବସିଥିଲା । ଯେଉଁଥିରେ ଯଥାଶୀଘ୍ର ଡ୍ରେନ୍ ଗୁଡ଼ିକର ପୁନଃରୁଦ୍ଧାର ଓ ପରିମଳ ପାଇଁ ଆଲୋଚନା ହେଇଛି । ଲାଗୁଛି ସତେ ଯେମିତି ବ୍ୟାସନଗର ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ତେବେ ପ୍ରଶାସନ ଏନେଇ କେବେ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now