• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର । ୫ ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ । ଯାହା ଜାଣିବାକୁ ଅନେଇ ବସିଛନ୍ତି ହଜାର ହଜାର ଜଗନ୍ନାଥ ପ୍ରେମୀ, ଆଜି ସେହି ଦିନ ଆସି ପହଞ୍ଚିଛି । ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲିଛି ରତ୍ନଭଣ୍ଡାର । ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲା ଯାଇଥିବା ସୂଚନା ମିଳିଛି ।

ରତ୍ନ ଭଣ୍ତାର ଖୋଲିବା ପାଇଁ ମୋଟ୍ ୧୧ଜଣ ସଦସ୍ୟ ଭିତରକୁ ଯାଇଛନ୍ତି । ୧ଟା ୨୮ରେ ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିତ ହୋଇଥିଲା । ଠିକ୍ ସେହି ମୂହୁର୍ତ୍ତରେ ହିଁ ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ଡାର । ଏହି କାର୍ଯ୍ୟକ୍ରମ ପାଇଁ ମଧ୍ୟାହ୍ନ ୧୨ଟା ପରେ ମନ୍ଦିର ନ ଆସିବାକୁ ଅନୁରୋଧ କରାଯାଇଥିଲା । କେବଳ ସେବାପୂଜା ଥିବା ସେବାୟତ ଆସିବାକୁ ଅନୁରୋଧ କଲେ । ଆଜ୍ଞାମାଳ ଆସିଯାଇଛି ।

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଥିଲା । ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ୧୫ ଜଣିଆ ଓଡ୍ରାଫ ଟିମ୍‌ । ହାଇମାସ୍କ ଲାଇଟ ଧରି ଭିତରକୁ ଯାଇଛନ୍ତି ଓଡ୍ରାଫ ଟିମ୍‌ । ରତ୍ନଭଣ୍ଡାର ଖୋଲିବା ବେଳେ ସାପ ଥିବା ଅନୁମାନ କରାଯାଉଛି । ତେଣୁ ସ୍ନେକ୍ ହେଲପ୍ ଲାଇନ ଟିମ୍‌ ସଦସ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି ।

ତେବେ ଆଜି ଗଣତି ହେବନି, ଖାଲି ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ କହିଛନ୍ତି ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ । ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ଆରମ୍ଭ ହେବ ।

ତେଣୁ ଆଜି ଗଣତି ହେବନି, ଭିତର ଓ ବାହାରର ଚାବି ଖୋଲାଯିବ । ଭିତର ଓ ବାହାରର ଚାବି ଖୋଲାଯାଇ ସିଫ୍ଟିଂ ହେବ । ବାହାର ରତ୍ନ ଭଣ୍ଡାର ପରେ ଭିତର ରତ୍ନ ଭଣ୍ଡାର ଖୋଲାଯିବ । ଭିତର ରତ୍ନ ଭଣ୍ଡାର ତାଲା ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now