Advertisment

Bhubaneswar Cuttack Metro Extension: ମନ୍ତ୍ରୀ ଦେଲେ ବଡ଼ ଅପଡେଟ୍‌: SCB ଯାଏଁ ଗଡ଼ିବ ମେଟ୍ରୋ

ମେଟ୍ରୋ ପ୍ରକଳ୍ପ ନେଇ ମିଳିଲା ବଡ଼ ଅପଡେଟ୍‌ । କଟକ ବଡ଼ ମେଡିକାଲ ଯାଏଁ ସଂପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
SCB ଯାଏଁ ଗଡ଼ିବ ମେଟ୍ରୋ

SCB ଯାଏଁ ଗଡ଼ିବ ମେଟ୍ରୋ

Advertisment

ମେଟ୍ରୋ ପ୍ରକଳ୍ପ ନେଇ ମିଳିଲା ବଡ଼ ଅପଡେଟ୍‌ । କଟକ ବଡ଼ ମେଡିକାଲ ଯାଏଁ ସଂପ୍ରସାରଣ ହେବ ମେଟ୍ରୋ ପ୍ରକଳ୍ପ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ତ୍ରିଶୁଳିଆ ପରିବର୍ତ୍ତେ କଟକ ଯାଏ ଗଡିବ ମେଟ୍ରୋ, ହାଇଲେବଲ କମିଟିର ସମୀକ୍ଷା ଜାରି

ସେ କହିଛନ୍ତି, ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପରିବର୍ତ୍ତେ ସଂପ୍ରସାରଣ ହେବ। 'କଟକ ବସ୍ ଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ମେଟ୍ରୋ ପାଇଁ କମିଟି ଗଠନ କରାଯାଇଛି। ବିଭିନ୍ନ ସହର ବୁଲି ଅନୁଧ୍ୟାନ କରୁଛି କମିଟି, ନୂଆ DPR ପ୍ରସ୍ତୁତ କରାଯାଉଛି। କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।

Advertisment

ସୂଚନଯୋଗ୍ୟ, ଗତ ବିଜେଡି ସରକାର ଅମଳରେ ମେଟ୍ରୋ ଟ୍ରେନର ପରିକଳ୍ପନା ହୋଇଥିଲା। ଭୁବନେଶ୍ୱର ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରାଟ ରୋଡ୍ ସୋ’ରେ ଯାଇ କଟକ ତ୍ରିଶୁଳିଆ ନିକଟ ରତାଗଡ଼ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପୁର୍ବ ସରକାର କେବଳ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପରିକଳ୍ପନା କରାଯାଇଥିଲା।

ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ ବୋଲି ପାଲଟା ପଅଶ୍ନ କରିଥିଲେ ନଗର ଉନ୍ନୟନ ମନ୍ତ୍ରୀ । କହିଥିଲେ, ଯେହେତୁ ଯାତ୍ରୀମାନେ ମେଟ୍ରୋରେ କଟକ ଯାଏଁ ଯିବେ, ତେଣୁ ପ୍ରକଳ୍ପର ପରିଧି ବୃଦ୍ଧି ଉପରେ ହାଇଲେବଲ କମିଟି ଅନୁଧ୍ୟାନ କରୁଛି। କମିଟିରେ ଟେକ୍ନିକାଲ ଲୋକଙ୍କୁ ମଧ୍ୟ ରଖାଯାଇଛି। ନନ୍ଦନକାନନ ରୋଡ୍ ରେ ତିନି ଥାକିଆ ରାସ୍ତା ନିର୍ମାଣ ସହ ସବା ଉପରେ ମେଟ୍ରୋ ଚାଲିବ।

Advertisment

ଅଧିକ ପଢ଼ନ୍ତୁ: ଶ୍ରେଣୀଗୃହରେ ବୁଲିଲା ଅହିରାଜ; ତା’ପରେ...

BJP Metro Rail Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ