/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711269856.jpg)
Leopard Rescued
ଆହତ ଅବସ୍ଥାରେ ଏକ କଲରାପତରିଆ ବାଘକୁ ଉଦ୍ଧାର କରାଯାଇଛି। ଜଙ୍ଗଲ ବିଭାଗ ଚନ୍ଦକା ଡିଭିଜନର ରାପିଡ୍ ରେସପନସ ଟିମ୍ ଓ ମହାନଦୀ ଡିଭିଜନର ମିଳିତ ଟିମ୍ ବାଘଟିକୁ ଉଦ୍ଧାର କରିଛନ୍ତି। ଆହତ ବାଘଟିର ସ୍ବତନ୍ତ୍ର ଭାବରେ ଚିକିତ୍ସା କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ୱାଇଲଡ ଲାଇଫ୍ ସୁଶାନ୍ତ ନନ୍ଦ।
ପିସିସିଏଫ୍ ସ୍ପଷ୍ଟ କରିଛନ୍ତି ଯେ, ଶିକାରୀଙ୍କ ଦ୍ବାରା ବାଘଟି ଆହତ ହୋଇନାହିଁ। ବାଘଟିର ପଛ ଦୁଇ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଚାଲି ପାରୁନଥିଲା । ଘୋଷାଡି ଘୋଷାଡି ଚାଲୁଥିଲା ।ଅଧିକ ଚିକିତ୍ସା ପାଇଁ କଲରାପତରିଆକୁ ନନ୍ଦନକାନନ ଭେଟେନାରି ହସ୍ପିଟାଲକୁ ଅଣାଯାଇଛି ।
କଲରାପତରିଆ ବାଘ ଉଦ୍ଧାର । ସୂଚନା ଦେଲେ ପିସିଏଫ୍ ୱାଇଲ୍ଡ୍ ଲାଇଫ୍ । ଆହତ କଲରାପତରିଆ ବାଘର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । #Leopardrescue#OTVpic.twitter.com/SVQVz6Qwor
— ଓଟିଭି (@otvkhabar) March 24, 2024
OUATର ବିଶେଷଜ୍ଞ ଟିମ ଓ ନନ୍ଦନକାନନ ଡାକ୍ତରୀ ଦଳ ତାହାର ଚିକିତ୍ସା କରୁଛନ୍ତି । ଶିକାର ଉଦ୍ଦେଶ୍ୟରେ ଆହତ ହୋଇଥିବାର କୌଣସି ପ୍ରମାଣ ନାହିଁ । କେଉଁ କାରଣରୁ ଆହତ ହୋଇଛି, ତାହାର ପରୀକ୍ଷା ନିରୀକ୍ଷା କରାଯାଉଛି । ଚିକିତ୍ସା ପରେ ସୁସ୍ଥ ହେଲେ ତାକୁ ପୁଣି ଜଙ୍ଗଲରେ ଛଡାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)