/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750602169.jpg)
Medical Negligence
ରୋଗୀ ମୃତ୍ୟୁରୁ ଉତ୍ତେଜନା । ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ହସ୍ପିଟାଲରେ ହୋହଲ୍ଲା । ପୁରୀ ଅଠରନଳା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁକୁ ନେଇ ଆଜି ଦିନ ତମାମ ହଙ୍ଗାମା ଦେଖିବାକୁ ମିଳିଛି । ରାସ୍ତାକୁ ଓହ୍ଲାଇ ଥିଲେ ରୋଗୀଙ୍କ ସମ୍ପର୍କୀୟ l ପୁରୀ ଚାରିନଳାର ୩୧ ବର୍ଷୀୟା ପୂଜାରାଣୀ ଦଳେଇ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ l
ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ମହିଳାଙ୍କ ମତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ । ମୃତକଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ବାସିନ୍ଦା ଉତକ୍ଷିପ୍ତ ହୋଇ ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମାଡ ମାରିଥିବା ଜଣାପଡିଛି । ପରିସ୍ଥିତି ଅଣାୟତ୍ତ ହେବାରୁ ସିଟି ଡିଏସପି, ଅତିରିକ୍ତ ଏସପି, କୁମ୍ଭାରପଡା ଓ ସଦରଥାନା ଅଧିକାରୀଙ୍କ ସମେତ ପୁରୀ ଉପଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତ ରହି ମୃତକଙ୍କ ସମ୍ପର୍କୀୟଙ୍କୁ ବୁଝାସୁଝା କରିଥିଲେ ।
ପୁରୀ ସାଂସଦ ସମ୍ବିତ ପାତ୍ର, ପୂର୍ବତନ ବିଧାୟକ,ଜିଲ୍ଲା ସଭାପତି ଘଟଣାସ୍ଥଳରେ ପହଞ୍ଚିଥିଲେ । ଘରୋଇ ହସ୍ପିଟାଲ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆସିବାରୁ ପୁରୀ ସିଡିଏମଓଙ୍କ ଅଧକ୍ଷତାରେ ଏକ ଟିମ୍ ଗଠନ କରାଯାଇ ଛାନଭିନ୍ କରାଯାଉଥିବା କହିଛନ୍ତି ଉପଜିଲ୍ଲାପାଳ।
ଅଧିକ ପଢନ୍ତୁ: ପିତୃହନ୍ତା ପୁଅ, ସାମାନ୍ୟ ବଚସାରୁ ପିଟି ପିଟି ମାରିଦେଲା...
ପୁରୀ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି, ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ଘରୋଇ ହସ୍ପିଟାଲରେ କିଭଳି, କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ଘଟିଲା ଓ ମୃତ୍ୟୁର କାରଣ ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି । ସେହିପରି ମୃତକଙ୍କ ପରିବାରକୁ କ୍ଷତିପୁରଣ ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)