Odisha Minister: ଯୋଗାଣ ମନ୍ତ୍ରୀଙ୍କ ମୁହଁରେ Singham ଫିଲ୍ମ ଡାଏଲଗ୍, କହିଲେ ...

ମନ୍ତ୍ରୀଙ୍କ ମୁହଁରେ ସିଂଘମ ଡାଏଲାଗ । ଯୋଗାଣ ସହାୟକ ବୈଠକରେ ସହାୟକ ମାନଙ୍କୁ ସିଙ୍ଘମ ଫିଲ୍ମ ଡାଇଲଗ ଶୁଣାଇ ଉପଦେଶ ଦେଲେ ଯୋଗାଣ ମନ୍ତ୍ରୀ ।

Supplies Minister

ମନ୍ତ୍ରୀଙ୍କ ମୁହଁରେ ସିଂଘମ ଡାଏଲଗ । ଯୋଗାଣ ସହାୟକ ବୈଠକରେ ସହାୟକ ମାନଙ୍କୁ ସିଙ୍ଘମ ଫିଲ୍ମ ଡାଇଲଗ ଶୁଣାଇ ଉପଦେଶ ଦେଲେ ଯୋଗାଣ ମନ୍ତ୍ରୀ । କହିଲେ, ଅଗର୍ ପୋଲିସ ଚାହେଁଗା ତୋ ମନ୍ଦିର କେ ସାମ୍ନା ସେ ଏକ୍ ଚପଲ ଭି ଚୋରି ନେହିଁ ହୋ ସକ୍‌ତା । ସେହିଭଳି ଅଗର୍ ଆପ୍ ଚାହେଁଙ୍ଗେ ତୋ ମଣ୍ଡି ମେ ଭ୍ରଷ୍ଟାଚାର ନେହିଁ ହୋଗା ।

ଏହା ସହ ମହାଭାରତ ଭୀଷ୍ମ ଶରଶଯ୍ୟା କାହାଣୀ ଶୁଣାଇ ତାଗିଦ ବି କଲେ । ଭୀଷ୍ମ ଶରଶଯ୍ୟା ବେଳେ ଭଗବାନ୍ କୃଷ୍ଣ ତାଙ୍କୁ କହିଥିଲେ ଆପଣ ଯଦିଓ କିଛି କରି ନଥିଲେ କିନ୍ତୁ ଦ୍ରୌପଦୀ ବସ୍ତ୍ର ହରଣ ବେଳେ ଆପଣ ଦେଖିଥିଲେ ସେଥିପାଇଁ ଶାସ୍ତି ଭୋଗୁଛନ୍ତି । ତେଣୁ ଅନ୍ୟାୟ କରୁଥିବା ଲୋକ, ଅନ୍ୟାୟକୁ ପ୍ରଶୟ ଦେଉଥିବା ଏବଂ ଦେଖିଥିବା ଲୋକ ଉପରେ ବି କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ପ୍ରଶାନ୍ତ କିଶୋରଙ୍କ ବଡ଼ ଖୁଲାସା; ନିର୍ବାଚନୀ ପରାମର୍ଶ ପାଇଁ ନିଅନ୍ତି ୧୦୦ କୋଟିରୁ ଅଧିକ

କହିଲେ, ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା କିନ୍ତୁ ମୁଁ ଶପଥ ନେଇଛି ଏହି ବିଭାଗକୁ ସ୍ୱଚ୍ଛ କରିବି । ଏଣୁ ଧାନ କିଣା ବେଳେ ସହାୟକ ମାନଙ୍କୁ ସ୍ୱଚ୍ଛତା ରଖିବାକୁ ସହାୟକ ମାନଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ସେପଟେ ଏଥର ମଣ୍ଡିରୁ ଧାନ କିଣିପାରିବେନି ମିଲର । କେନ୍ଦ୍ରୀୟ ଏଜେନ୍ସି ବା ସମବାୟ ଏଜେନ୍ସି ମଣ୍ଡିରୁ ଧାନ କିଣିବେ ।

ଧାନ କ୍ରୟ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ଏଥର ବିଶେଷ ବ୍ୟବସ୍ଥା ହୋଇଥିବା ଗତ କିଛିଦିନ ତଳେ ସୂଚନା ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ପ୍ରତି ମଣ୍ଡି ଦାୟିତ୍ୱରେ ଜଣେ ଜଣେ ଅଫିସର ରହିବେ । ୪/୫ଟି ମଣ୍ଡି ଦାୟିତ୍ୱରେ ରହିବେ ଜଣେ ଜଣେ ସୁପରଭାଇଜର । ଜିଲ୍ଲା ଦାୟିତ୍ୱରେ ଜିଲ୍ଲାପାଳ ଏବଂ ଜଣେ ଜଣେ ମନ୍ତ୍ରୀ ୨ଟି ଜିଲ୍ଲା ଦାୟିତ୍ୱ ନେବେ ।

ଏଥିସହ ମିଲରମାନଙ୍କୁ ଟାର୍ଗେଟ ଦିଆଯିବ, ସେମାନେ କେବଳ ମିଲିଂ କରିବେ ବୋଲି ସ୍ପଷ୍ଟ କରିଛନ୍ତି ଯୋଗାଣ ମନ୍ତ୍ରୀ । ଗତ କିଛିଦିନ ତଳେ ଧାନ ମଣ୍ତିକୁ ନେଇ ମୋହନ ସରକାର ବଡ଼ ନିଷ୍ପତ୍ତି ନେଇଥିଲେ । ଧାନକିଣା ବେଳେ ସିଲ୍ ହେବ ପଡ଼ୋଶୀ ରାଜ୍ୟ ସୀମା । ଜିଲ୍ଲା ଦାୟିତ୍ୱରେ ରହିବେ ମନ୍ତ୍ରୀ ।

କଟନୀଛଟନୀ ବନ୍ଦ କରିବାକୁ ଧାନର ମାନ ଥରେ ମାତ୍ର ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଟୋକନ୍ ସମୟ ସୀମା ଜିଲ୍ଲାପାଳମାନେ ଚାହିଁଲେ ବଢ଼ାଇ ପାରିବେ । ଫଳରେ କଟନୀଛଟନୀ ଆଉ ରହିବନି । ଏହା ଦ୍ୱାରା ମିଲରଙ୍କ ମନମାନୀ ବନ୍ଦ ହେବ। ମନ୍ତ୍ରୀ ମଧ୍ୟ ମଣ୍ଡି ଜଗିବେ । ମଣ୍ଡିରେ କେବଳ ଥରେ ହିଁ ଧାନର ମାନ ଯାଞ୍ଚ ହେବ । ଆଉ ସେହି ମାନ ଅନୁସାରେ ମିଲରମାନେ ଧାନ କିଣିବେ ।

ସବୁଠୁ ବଡ଼ ନିଷ୍ପତ୍ତି ହେଲା, ଧାନ ବିକ୍ରି ବେଳେ ସିଲ୍ ହେବ ପଡ଼ୋଶୀ ରାଜ୍ୟ ସୀମା । ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାରେ ଚେକିଂ କଡାକଡି ହେବ । ପ୍ରଥମ ଥର ପାଇଁ ଓଡ଼ିଶାର ଚାଷୀ ଧାନ କ୍ୱିଣ୍ଟାଲ ବାବଦକୁ ୩୧୦୦ ଟଙ୍କା ପାଇବେ । ସେ ଦୃଷ୍ଟିରୁ ବାହାର ଚାଷୀ ଓଡ଼ିଶାରେ ଧାନ ବିକିବା ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ଠୁ ଜିଲ୍ଲାପାଳ ବଢାଇ ପାରିବେ ଚାଷୀଙ୍କ ଟୋକନ ସୀମା । ସେଥିପାଇଁ ଜିଲ୍ଲାପାଳଙ୍କୁ ଅଧିକୃତ କ୍ଷମତା ଦିଆଯିବ । ଆଉ ରାଜ୍ୟ ସରକାର ପାଖକୁ ପ୍ରସ୍ତାବ ପଠାଇବେନି । ଅନ୍ୟପକ୍ଷରେ ବର୍ଷା ଦାଉରୁ ବଂଚିବାକୁ ମଣ୍ଡିଗୁଡିକରେ ନିର୍ମାଣ ହେବ ଗୋଦାମ ।

ମଣ୍ଡିଗୁଡିକର ଆଧୁନିକୀକରଣ ପାଇଁ ୫୫୦ କୋଟି ଖର୍ଚ୍ଚ କରିବେ ସରକାର । ପୁଣି ମଣ୍ଡି ଜଗିବାକୁ ଧାନ କିଣା ବେଳେ ଜିଲ୍ଲା ଦାୟିତ୍ୱରେ ରହିବେ ମନ୍ତ୍ରୀ । ପ୍ରତି ମଣ୍ଡିରେ ରହିବେ ଜଣେ ଜଣେ ଅଧିକୃତ ଅଧିକାରୀ । ଦୀର୍ଘଦିନର ଦାବି ପରେ ପ୍ରଥମ ଥର ପାଇଁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବାକୁ ନେଇ ଚାଷୀମାନେ ବେଶ୍ ଉତ୍ସାହିତ ଅଛନ୍ତି ।

ଅଧିକ ପଢ଼ନ୍ତୁ: ବିଜେଡି ଲିଙ୍କ୍‌ରେ ବିଜେପି ବିଧାୟକ! ‘ସରି ଆସୁଛି ଶଙ୍ଖ ଦଳ ଆୟୁ’: ଜୟନାରାୟଣ