Advertisment

ପ୍ରଶାନ୍ତ କିଶୋରଙ୍କ ବଡ଼ ଖୁଲାସା; ନିର୍ବାଚନୀ ପରାମର୍ଶ ପାଇଁ ନିଅନ୍ତି ୧୦୦ କୋଟିରୁ ଅଧିକ

ନିର୍ବାଚନରେ ଜିତିବା ପାଇଁ ସବୁ ଦଳ ପ୍ରାଣପଣେ ଉଦ୍ୟମ କରନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଅନେକ ରଣନୀତି ବି ଆପଣାନ୍ତି। ହେଲେ ସେମାନେ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ଆପଣ ଜାଣନ୍ତି କି ?

author-image
Sonali Ojha
ଅଦ୍ୟତନ ହୋଇଛି
Prashant Kishor reveals his fee

Prashant Kishor reveals his fee

ନିର୍ବାଚନରେ ଜିତିବା ପାଇଁ ସବୁ ଦଳ ପ୍ରାଣପଣେ ଉଦ୍ୟମ କରନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଅନେକ ରଣନୀତି ବି ଆପଣାନ୍ତି। ହେଲେ ସେମାନେ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ଆପଣ ଜାଣନ୍ତି କି ? ଏନେଇ ଏକ ବଡ଼ ଖୁଲାସା କରିଛନ୍ତି ଜନ ସୁରଜର ସଂସ୍ଥାପକ ତଥା ପୂର୍ବତନ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। କୌଣସି ଏକ ରାଜନୈତିକ ଦଳ କିମ୍ୱା ନେତାଙ୍କୁ ପରାମର୍ଶ ଦେବାକୁ ସେ ୧୦୦ କୋଟିରୁ ଅଧିକ ଟଙ୍କା ନିଅନ୍ତି। ବିହାରରେ ହେବାକୁ ଥିବା ଉପ-ନିର୍ବାଚନ ପ୍ରଚାର ସମୟରେ ସେ ଏହା ପ୍ରକାଶ କରିଛନ୍ତି।

Advertisment

ବେଲାଗଞ୍ଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଶାନ୍ତ କିଶୋର ଯୋଗ ଦେଇଥିଲେ। ଏଠାରେ ମୁସଲମାନ ସମ୍ପ୍ରଦାୟର ସଦସ୍ୟମାନଙ୍କୁ କହିଥିଲେ ନିର୍ବାଚନ ପ୍ରଚାର ପାଇଁ ସେ ଏତେ ଟଙ୍କା କେଉଁଠାରୁ ପାଉଛନ୍ତି ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି। ସେ କହିଥିଲେ, "ଦଶଟି ରାଜ୍ୟ ସରକାର ମୋର ରଣନୀତି ଅନୁସରଣ କରୁଛନ୍ତି। ଆପଣମାନେ ଭାବୁଛନ୍ତି କି ମୋର ନିର୍ବାଚନୀ ଅଭିଯାନରେ ଟେଣ୍ଟ ଲଗାଇବା ପାଇଁ ମୋ ପାଖରେ ଟଙ୍କା ନାହିଁ?

ବିହାରରେ ମୋର ଫି କେତେ ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଯଦି ମୁଁ ନିର୍ବାଚନରେ କାହାକୁ ପରାମର୍ଶ ଦିଏ, ତେବେ ମୋର ଫି ୧୦୦ କୋଟି କିମ୍ବା ତାଠାରୁ ଅଧିକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି ଏକ ନିର୍ବାଚନ ପରାମର୍ଶ ସହିତ ମୁଁ ଆଗାମୀ ଦୁଇ ବର୍ଷ ପାଇଁ ମୋର ଅଭିଯାନର ଖର୍ଚ୍ଚ ବହନ କରିପାରିବି।

Advertisment

ଆସନ୍ତା ନଭେମ୍ବର ୧୩ରେ ବିହାରରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଇଣ୍ଡିଆ ଆଲାଇନ୍ସ ଏବଂ ଏନଡିଏର ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ହେଉଛି। ତେବେ ଏହି ଉପ ନିର୍ବାଚନରେ ଜନ ସୁରଜ ମଧ୍ୟ ମଇଦାନକୁ ଓହ୍ଲାଇଛି। ଜନ ସୁରଜ ଚାରୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ଦେଇଛି। ବେଲାଗଞ୍ଜରୁ ମହମ୍ମଦ ଅମଜାଦ, ଇମାମଗଞ୍ଜରୁ ଜିତେନ୍ଦ୍ର ପାସୱାନ, ରାମଗଡରୁ ସୁଶୀଲ କୁମାର ସିଂ କୁଶୱା ଏବଂ ତରାରୀରୁ କିରଣ ସିଂ ଦଳ ପ୍ରାର୍ଥୀ ହୋଇଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ତାଙ୍କର ଧ୍ୟାନ କେବଳ ବିହାର ଉପରେ ରହିଛି ଏବଂ ଆସନ୍ତା ୮ ବର୍ଷ ପାଇଁ ସେ କେବଳ ବିଗିଡ଼ିଥିବା ବ୍ୟବସ୍ଥାକୁ ସୁଧାରିବା ପାଇଁ କାର୍ଯ୍ୟ କରିବେ।

Politics
Advertisment
Advertisment