‘ଦୀଘା ଜଗନ୍ନାଥ ଧାମ ଏକ ବଡ଼ ଷଡ଼ଯନ୍ତ୍ର’
ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଭାବେ ଅବିହିତ କରାଯିବା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗଜପତି ମହାରାଜା ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି । ତେଣୁ ତାଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି ସୁଦର୍ଶନ ।
ଚିଠିରେ ସୁଦର୍ଶନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି, ଶାସ୍ତ୍ରୀୟ ମତ ଅନୁସାରେ ପୁରୀ ହିଁ ଏକମାତ୍ର ଜଗନ୍ନାଥ ଧାମ । ପଶ୍ଚିମବଙ୍ଗ ଦୀଘା ନୂଆ ମନ୍ଦିରରେ ଏଭଳି ଜଗନ୍ନାଥ ଧାମ ନାମ ବ୍ୟବହାର ଓ ପ୍ରଚାର ହିନ୍ଦୁ ଧର୍ମର ସଂସ୍କୃତି, ପ୍ରଥା ପରମ୍ପରା ପ୍ରତି ଧାର୍ମିକ ଦ୍ବନ୍ଦ୍ବ ସୃଷ୍ଟି କରିବ । ଆଉ ଧାର୍ମିକ ଭାବନାର ବିରୋଧରେ ଯିବ ବୋଲି ଲେଖିଛନ୍ତି ସୁଦର୍ଶନ । ତେଣୁ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସୁଦର୍ଶନ ଗଜପତି ମହାରାଜାଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଏ କେମିତିକା ବନ୍ଧନ, ବିବାହର ୩୫ ଦିନ ପରେ ନେଇଗଲା ଜୀବନ ?
ପୂର୍ବରୁ ସେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଦୀଘାକୁ ଜଗନ୍ନାଥ ଧାମରେ ନାମିତ କରିବାରୁ ନିବୃତ୍ତ ରହିବାକୁ କହିଥିଲେ । ପୂର୍ବରୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ।
ଅନ୍ୟପକ୍ଷରେ ଦୀଘାରେ 'ଜଗନ୍ନାଥ ଧାମ' ନାଁ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଏହା କଦାପି ଗ୍ରହଣୀୟ ନୁହେଁ, ଷଡ଼ଯନ୍ତ୍ର ହୋଇଛି । ଏନେଇ ପ୍ରତ୍ୟେକ ଲୋକ ସ୍ବର ଉଠାଇଲେଣି । ମୁଁ ଗଜପତି ମହାରାଜଙ୍କୁ ଏନେଇ ଜଣାଇଛି । ଆମେ ଦୀଘା ଜଗନ୍ନାଥ ମନ୍ଦିରକୁ ସ୍ୱାଗତ କରୁଛୁ, କିନ୍ତୁ ଜଗନ୍ନାଥ ଧାମ ନାଁ କଦାପି ଗ୍ରହଣୀୟ ନୁହେଁ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।
ସେପଟେ ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଆଜି ପୁରୀରେ ବସିବ ବଡ଼ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଅପରାହ୍ନରେ ବସିବାକୁ ଥିବା ବୈଠକରେ ଛତିଶାନିଯୋଗ ନାୟକ, ବାଡଗ୍ରାହୀ, ଦେଉଳକରଣ, ତଢଉକରଣମାନଙ୍କୁ ବୈଠକରେ ସାମିଲ ହେବାକୁ ଡକାଯାଇଛି । ଏଥିରେ ଦୀଘା ଜଗନ୍ନାଥ ମନ୍ଦିର ବିବାଦ ନେଇ ବିସ୍ତୃତ ଆଲୋଚନା କରାଯିବ । ବିଶେଷକରି ଦୀଘା ଜଗନ୍ନାଥ ଧାମ ଲେଖାଯିବା, ନବକଳେବର ସମୟର ବଳକା ଦାରୁ କାଠରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ଦୀଘାକୁ ନିଆଯିବା ଭଳି ଦଇତାପତି ନିଯୋଗର ସମ୍ପାଦକ କହିବା ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଦୀଘା ଜଗନ୍ନାଥ ମନ୍ଦିର ବିବାଦର ତଦନ୍ତ ପାଇଁ ଆଇନ ମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ ବାବଦରେ ମଧ୍ୟ ବୈଠକରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746258964.jpg)