/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719679700.jpg)
Subhadra Yojana
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସୁଭଦ୍ରା ଟଙ୍କା ରିଲିଜ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ସୁଭଦ୍ରା ଯୋଜନା ଲଞ୍ଚ୍ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କିଛିଦିନ ପୂର୍ବେ ସୁଭଦ୍ରା ଯୋଜନା ନେଇ ବଡ଼ ବୟାନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ମିଳିବ ନେଇ ସୂଚନା ଦେଇଥିଲେ ପ୍ରଭାତୀ ପରିଡ଼ା । ସେ କହିଥିଲେ ଯେ, ସୁଭଦ୍ରା ଯୋଜନାରେ କ୍ୟାବିନେଟ୍ ମୋହର ବାଜିବା ପରେ ଏହି ଯୋଜନା ଡ୍ରାଫ୍ଟିଂ ଷ୍ଟେଜ୍ରେ ଅଛି । ଆସନ୍ତା ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବରେ ଲଞ୍ଚ ହେବ ବୋଲି ସୂଚନା ଦେଇଥିଲେ ପ୍ରଭାତୀ ପରିଡ଼ା ।
ସେ ଆହୁରି କହିଥିଲେ ଯେ, ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ସ୍କିମକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି । ଆଉ ଏହି ସୁଭଦ୍ରା ଯୋଜନା ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି, ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ସେହିପରି ସୁଭଦ୍ରା ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଥିଲେ, ଯାହା ନିର୍ବାଚନରେ କୁହାଯାଇଥିଲା ତାକୁ ଗ୍ରାଉଣ୍ଡରେ କରି ଦେଖାଇବେ ସରକାର । ଏବେ ସୁଭଦ୍ରା ଯୋଜନାର ମୋଡାଲିଟି ତିଆରି ଚାଲିଛି, ଏହାପରେ କ୍ରିୟାନ୍ୱୟନ ପ୍ରକ୍ରିୟା ଆରମ୍ଭ ହେବ । ଖୁବ୍ ଶୀଘ୍ର ବାସ୍ତବ ରୂପରେଖ ଲୋକଙ୍କ ସାମ୍ନାକୁ ଆସିବ ବୋଲି କହିଥିଲେ ଆଇନ ମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)