• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଗଲା ଟଙ୍କା । ପରୀକ୍ଷା ମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି । ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଟଙ୍କା ଆକାଉଣ୍ଟକୁ ଯିବ । ଶେଷ ଯୋଗ୍ୟ ମହିଳାଙ୍କ ପର୍ଯ୍ୟନ୍ତ ଯୋଜନା ନ ପହଞ୍ଚିବା ଯାଏଁ ରେଜିଷ୍ଟ୍ରେସନ୍ ଚାଲିବ । ଏଣୁ ୧୭ ତାରିଖକୁ ନେଇ ଭୟଭୀତ ନ ହେବାକୁ କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ ହୋଇଥିବା ଆକାଉଣ୍ଟକୁ ପ୍ରଥମ କିସ୍ତି ଯିବ । ଏବେ ଯାଏଁ ୬୦ ଲକ୍ଷ ମହିଳା ପଞ୍ଜିକରଣ କରିସାରିଲେଣି । ୧ କୋଟିରୁ ଉର୍ଦ୍ଧ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ସେପଟେ ସୁଭଦ୍ରା ଯୋଜନା ସ୍ବାଗତ ପାଇଁ ପଦଯାତ୍ରା । ଭୁବନେଶ୍ବରରେ ଆୟୋଜିତ ହୋଇଛି ବିଶାଳ ପଦଯାତ୍ରା । ରାଜଧାନୀର ୟୁନିଟ ୩ ଗିରିଦୁର୍ଗା ମନ୍ଦିରଠାରୁ ରମାଦେବୀ ବିଶ୍ବବିଦ୍ୟାଳୟ ଛକ ପର୍ଯ୍ୟନ୍ତ ଏହି ପଦଯାତ୍ରା ହୋଇଛି । ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେଭି ସିଂଦେଓ ଉପସ୍ଥିତ ରହିଥିଲେ । ସୁଭଦ୍ରା ଯୋଜନା ବାବଦରେ ସଚେତନତା ସୃଷ୍ଟି ପାଇଁ ଆଜିଠୁ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତି ବ୍ଲକ ଓ ପଞ୍ଚାୟତରେ ସୁଭଦ୍ରା ସ୍ବାଗତ ସପ୍ତାହ କରାଯିବ। ଏହି କାର୍ଯ୍ୟକ୍ରମରେ ବ୍ଲକସ୍ତରର ସମସ୍ତ ଅଧିକାରୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର, SHG ସଦସ୍ୟା, ଆଶାକର୍ମୀମାନେ ସାମିଲ ହେବେ ।

ସେହପରି ପ୍ରତି ପଞ୍ଚାୟତରେ ପଥପ୍ରାନ୍ତ ନାଟକ, ଚିତ୍ରାଙ୍କନ, କୁଇଜ୍ ପ୍ରତିଯୋଗିତା କରି ସଚେତନ କରାଯିବ। ପ୍ରତି ଅଞ୍ଚଳରେ ସଫଳ ମହିଳାଙ୍କୁ ସୁଭଦ୍ରା ଅପାର ଆଖ୍ୟା ଦିଆଯିବା ସହ ସଫଳ ମହିଳାଙ୍କ କାହାଣୀକୁ ‘ମୋ ସୁଭଦ୍ରା ଷ୍ଟୋରୀ’ ଭାବେ ପ୍ରତିଷ୍ଠିତ କରାଯିବ ।

OTV is now on Whatsapp

Join and get latest news update delivered to you via whatsapp

Join Now