Subhadra Yojana 3rd Phase Money: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ଖୁବଶୀଘ୍ର ମିଳିବ ‘ସୁଭଦ୍ରା’ର ତୃତୀୟ ଦଫା ଟଙ୍କା

ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ସେନେଇ ନୂଆ ଗାଇଡ୍‌ଲାଇନ୍‌ ଆସିବ ।

ସୁଭଦ୍ରା ଯୋଜନା: ପୁଣି ଆସିବ ନୂଆ ଗାଇଡଲାଇନ୍‌

ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୁଣି ଥରେ ସୁଭଦ୍ରା ଯୋଜନାର ଗାଇଡ୍‌ଲାଇନ୍‌ ତିଆରି ହେବ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ, ସେନେଇ ନୂଆ ଗାଇଡ୍‌ଲାଇନ୍‌ ଆସିବ । ଏହା ଉପରେ ଆଲୋଚନା ପାଇଁ ଆଜି ଦିନ ୩ଟାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ।

ଏହି ବୈଠକରେ ସୁଭଦ୍ରା ଯୋଜନାରେ ଅଯୋଗ୍ୟ ହୋଇଥିବା ଦୁଇ ଲକ୍ଷ ୬୭ ହଜାର ରିଜେକ୍ଟ ଲିଷ୍ଟ ଉପରେ ଆଲୋଚନା କରାଯିବ । କେଉଁ ଆଧାରରେ କେମିତି ସେମାନଙ୍କର ଭେରିଫାଏ କରାଯିବ ସେନେଇ ନିଷ୍ପତ୍ତି ହେବ । ରିଜେକ୍ଟ ଲିଷ୍ଟ୍‌ ଆବେଦନକାରୀଙ୍କ ଉପରେ ପୁନଃବିଚାର କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ସେହିପରି ଖୁବଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ମିଳିବ ବୋଲି ମଧ୍ୟ ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର; ୩ୟ ପର୍ଯ୍ୟାୟରେ ମିଳିବ ‘ସୁଭଦ୍ରା’ ଟଙ୍କା...

ସୂଚନା ଅନୁସାରେ ସେପ୍ଟେମ୍ବର ୧୭ରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ଭୁବନେଶ୍ୱରର ଜନତା ମୈଦାନରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପ୍ରଥମ ଦଫାରେ ପ୍ରାୟ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଟଙ୍କା ଯାଇଥିଲା ।

ସେହିପରି ଅକ୍ଟୋବର ୯ରେ ମହିଳାଙ୍କ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ବାରିପଦା ସଭାରେ ମୁଖ୍ୟମନ୍ତ୍ରୀ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ପଠାଇଥିଲେ । ୩୫ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟ ଗଲା ୫ହଜାର ଲେଖାଏଁ ମୋଟ୍ ୧୭୫୦ କୋଟିରୁ ଅଧିକ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇଥିଲେ। ଫଳରେ ଦୁଇଟି ପର୍ଯ୍ୟାୟରେ ଆଜି ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳା ଉପକୃତ ହୋଇଛନ୍ତି ।

ସେପଟେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଘୋଷଣା ହେବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’। ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଥିଲେ, ବାଦ୍ ପଡ଼ିଥିବା ସବୁ ଅଙ୍ଗନବାଡ଼ି କର୍ମୀଙ୍କୁ ତୃତୀୟ ପର୍ଯ୍ୟାୟରେ ମିଳିବ ସୁଭଦ୍ରାର ପ୍ରଥମ କିସ୍ତି। କୌଣସି ଯୋଗ୍ୟ ହିତାଧିକାରୀ ଯେଭଳି ବାଦ ପଡିବେନି ସେନେଇ ସରକାର ଯତ୍ନବାନ ରହିଛନ୍ତି ବୋଲି ପ୍ରଭାତୀ ପରିଡ଼ା କହିଥିଲେ ।

ସୁଭଦ୍ରା ଯୋଜନା: କେଉଁ ମାନେ କରିପାରିବେ ଆବେଦନ ?

ଅଧିକ ପଢ଼ନ୍ତୁ: ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ 'ସୁଭଦ୍ରା' ଟଙ୍କା; ତ୍ରୁଟି ଥିଲେ ଯିବ ଫୋନ୍ କଲ୍