'ସୁଭଦ୍ରା' ନେଇ ବଡ଼ ଅପଡେଟ୍। ଆବେଦନ ପତ୍ରରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯୋଗ୍ୟ ହିତାଧିକାରୀ ହୋଇ ଟଙ୍କା ପାଇନଥିଲେ ସେମାନଙ୍କୁ କଲ୍ ଯିବ। ଶେଷ ହିତାଧିକାରୀ ଯାଏଁ ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
'#ସୁଭଦ୍ରା_ତ୍ରୁଟି_ଥିଲେ_ଫୋନ୍_ଯିବ'- ପ୍ରଭାତୀ
— ଓଟିଭି (@otvkhabar) October 12, 2024
- 'ସୁଭଦ୍ରା' ତ୍ରୁଟି ଥିଲେ ଫୋନ୍ ଯିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- 'ଯୋଗ୍ୟ ହିତାଧିକାରୀ ଥିବେ କିନ୍ତୁ ଟଙ୍କା ପାଇନଥିବେ ତାଙ୍କୁ କଲ୍ ଯିବ'
- ଆବେଦନରେ ତ୍ରୁଟି କିମ୍ବା କିଛି କମି ଥିଲେ ଫୋନ୍ ଯିବ- ପ୍ରଭାତୀ#subhadrayojana #subhadra #Odisha #OTV pic.twitter.com/X1hlSKEid2
ଗତ ୯ତାରିଖରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆକାଉଣ୍ଟକୁ ଆସିସାରିଛି। ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନ୍ସିପିଆଇ କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ପଠାଯାଇଥିଲା।
ସୁଭଦ୍ରା ଯୋଜାନାରେ ଏପର୍ଯ୍ୟନ୍ତ ୧ କୋଟି ୨୦ ହଜାରରୁ ଅଧିକ ମହିଳା ହିତାଧିକାରୀ ପଞ୍ଜୀକରଣ କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନାରେ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ଼ ଉପଲବ୍ଧି । ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଁ ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କିମ୍ବା ଟୋଲ ଫ୍ରି ନମ୍ବର(୧୪୬୭୮)କୁ କଲ କଲେ ଜାଣି ପାରିବେ।
ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ । ବ୍ୟାଙ୍କ ସହ ଆଧାର ସଂଯୋଗ ହୋଇଥିବା ଜରୁରୀ। ତା’ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ। ଏଥିସହ ସୁଭଦ୍ରା ଫର୍ମ ଦାଖଲବେଳେ ଆଧାରର ଜେରକ୍ସ ସହ ରାସନ କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଖାତାର ଜେରକ୍ସ ଦାଖଲ କରିବା ଜରୁରୀ। ଏଥିସହ ବାୟୋମେଟ୍ରିକ ସଠିକ ଭାବେ ହୋଇଥିଲେ ଟଙ୍କା ଆସିବ। ତେବେ ଏଥିରେ କୌଣସି ପ୍ରକାର ତ୍ରୁଟି ଥିଲେ କଲ୍ ଯିବ।