Subhadra Yojana: ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍, ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ସୁଭଦ୍ରାକୁ ନେଇ ପୁଣି ଏକ ବଡ଼ ଅପଡେଟ୍ । ପୂର୍ବ ସ୍ଥିରୀକୃତ ମାର୍ଚ୍ଚ ୮ ମହିଳା ଦିବସ ନୁହେଁ ବରଂ ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ମିଳିଯିବ ୨ଟି ଯାକ କିସ୍ତିର ଟଙ୍କା ।

୧୫ ପରେ ପୁଣି ସୁଭଦ୍ରା ଟଙ୍କା

ଜାନୁଆରୀ ୧୫ ପରେ ମିଳିବ 'ସୁଭଦ୍ରା' ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଆବେଦନକାରୀଙ୍କ ନାଁରେ ଜମି ୫ ଏକର ଅଛି କି ନାହିଁ ସେ ସର୍ଭେ ଜାନୁଆରୀ ୧୫ରେ ସରିବା ପରେ ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତାସହ ଆସନ୍ତା ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ୨ଟି ଯାକ କିସ୍ତି ମିଳିଯିବ ବୋଲି କହିଛନ୍ତି ପ୍ରଭାତୀ । ସେପଟେ ଯୋଗ୍ୟତା ଥାଇ ତାଲିକାରୁ ବାଦ୍ ପଡିଥିବା ଅନେକ ଆବେଦନକାରୀ ଚତୁର୍ଥ ପର୍ଯ୍ୟାୟରେ ପ୍ରଥମ କିସ୍ତି ପାଇବା ଆଶା ରଖିଛନ୍ତି ।

ସୁଭଦ୍ରାକୁ ନେଇ ପୁଣି ଏକ ବଡ଼ ଅପଡେଟ୍ । ପୂର୍ବ ସ୍ଥିରୀକୃତ ମାର୍ଚ୍ଚ ୮ ମହିଳା ଦିବସ ନୁହେଁ ବରଂ ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ମିଳିଯିବ ୨ଟି ଯାକ କିସ୍ତିର ଟଙ୍କା । ତାସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନ୍ୟ ଏକ ବଡ଼ ସୂଚନା ଦେଇ କହିଛନ୍ତି-ଜାନୁଆରୀ ୧୫ ପରେ 'ସୁଭଦ୍ରା' ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିପାଇଁ ସର୍ଭେ ଅବଧି ଡିସେମ୍ବର ୩୦ ପରିବର୍ତ୍ତେ ଜାନୁଆରୀ ୧୫କୁ ବଢ଼ିଛି । ଆଗରୁ ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା, ହେଲେ ମାର୍ଚ୍ଚ ୩୦ ପରେ ବି ଆବେଦନ କଲେ ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଯିବ । ତେବେ ଆବେଦନ କରି ସହାୟତା ପାଇନଥିବା ହିତାଧିକାରୀଙ୍କ ତ୍ରୁଟି ସୁଧାରିବା ପାଇଁ ବ୍ୟାଙ୍କ ଗୁଡିକ ସହ ବୈଠକ ସରିଛି । ଏବେ ଅଙ୍ଗନବାଡ଼ି ଦିଦି ଘରକୁ ଘର ବୁଲୁଛନ୍ତି । କାହାର ୫ଏକର ଜମି ଅଛି କି ନାହିଁ ସେ ଦ୍ବନ୍ଦ୍ବ ଦୂର ପାଇଁ ଡିସେମ୍ବର ୩୦ ଯାଏଁ ଅନୁଧ୍ୟାନ ଚାଲିବ। ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ କଲା ଯାଏଁ ପଞ୍ଜୀକରଣ ଜାରି ରହିବ ବୋଲି କହିଛନ୍ତି ପ୍ରଭାତୀ ।

ଅଧିକ ପଢ଼ନ୍ତୁ: ଫାଇନାନ୍ସ ସଂସ୍ଥାରୁ ସୁନା ଚୋରି; ଚିନ୍ତାରେ ଗ୍ରାହକ, ମିଳିବ ତ ବନ୍ଧକ ସୁନା ?

ପର୍ଯ୍ୟାୟ ପରେ ପର୍ଯ୍ୟାୟରେ ସୁଭଦ୍ରା ପ୍ରଥମ କିସ୍ତି ବଣ୍ଟା ଚାଲିଛି। କିଏ ଆବେଦନ କରୁ କରୁ ଟଙ୍କା ପାଇ ଯାଉଛି, ତ କିଏ ୪ ମାସ ହେଲା ଚାହିଁ ଚାହିଁ ଆଖିରୁ ପାଣି ମଲାଣି, ସେମିତି ଜଣେ ହିତାଧିକାରୀ ହେଲେ ଝରିଗାଁ ବ୍ଲକ୍ ଅନ୍ତର୍ଗତ ପୁର୍ଲା ଗାଁର କାକଳି ମଣ୍ଡଳ । ସେପ୍ଟମ୍ବରରୁ ଆବେଦନ କରିଥିଲେ, ହେଲେ ତାଙ୍କ ନାଁରେ ୫ଏକର ଜମି ଥିବା ଦର୍ଶାଇ ତାଲିକାରୁ କାଟି ଦେଇଥିଲେ। ହେଲେ ପରେ ଅଙ୍ଗନବାଡ଼ି ଦିଦି ଆସି ତ୍ରୁଟି ସୁଧାରିଥିବାରୁ ଏଥର ଟଙ୍କା ପାଇବା ଆଶା ରଖିଛନ୍ତି । ସେମିତି ତାଙ୍କ ଗାଁର ଆହୁରି ଅନେକ ମହିଳାଙ୍କର ଯୋଗ୍ୟତା ଥାଇ ବି ତାଲିକାରୁ ବାଦ୍ ପଡ଼ିଥିବାରୁ ବଢ଼ିଛି ଚିନ୍ତା ।

ଗତକାଲି ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ତଥ୍ୟ ଅନୁସାରେ ଅଦ୍ୟାବଧି ସୁଭଦ୍ରା ଯୋଜନାରେ ୧ କୋଟି ୬ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇଛି । ଯାହା ମଧ୍ୟରୁ ୮୦ ଲକ୍ଷ ୨୯ ହଜାର ୨୭୯ ଜଣଙ୍କୁ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇସାରିଛି ।

ଅଧିକ ପଢ଼ନ୍ତୁ: ଦିବାଲୋକରେ ଫିଲ୍ମ ଷ୍ଟାଇଲରେ ଲୁଟ୍; ଡକାୟତଙ୍କ ଗୁଳିରେ ୨ଜଣଙ୍କର ମୃତ୍ୟୁ...