Advertisment

ଆରମ୍ଭ ହେଲା ‘ସୁଭଦ୍ରା’ ଯୋଜନା ଆବେଦନ, ଫର୍ମ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଲମ୍ବା ଲାଇନ୍

ବହୁ ପ୍ରତୀକ୍ଷିତ, ସୁଭଦ୍ରା ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ । ଏଥିପାଇଁ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଆପଣ ଫର୍ମ ଆଣିପାରିବେ, ନଚେତ୍ ଆଙ୍ଗନବାଡି ଦିଦିମାନେ ବି ଘରକୁ ଘର ଯାଇ ଫର୍ମ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Santosh Kumar Sahoo
undefined

Subhadra Yojana

ଅଙ୍ଗନବାଡି କେନ୍ଦ୍ରରେ ଲମ୍ୱା ଲାଇନ । ମୋ ସେବା କେନ୍ଦ୍ରରେ ବି ଭିଡ଼। କାହିଁକି ନା, ସୁଭଦ୍ରା ଯୋଜନା ପାଇଁ ଆଜିଠୁ ଆରମ୍ଭ ହୋଇଛି ଆବେଦନ । ଅଙ୍ଗନବାଡି କେନ୍ଦ୍ର ବ୍ୟତୀତ ବ୍ଲକ ଅଫିସ୍, ମୋ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ରରୁ ମିଳୁଛି ମାଗଣା ଫର୍ମ । ଏମିତି କି ଗାଁରେ ଘର ଘର ବୁଲି ଫର୍ମ ବାଣ୍ଟୁଛନ୍ତି ଅଙ୍ଗନବାଡି ଦିଦି । ତା ସହିତ ଫର୍ମ କେମିତି ପୂରଣ କରିବେ, ଆଉ କେଉଁ କେଉଁ ପ୍ରମାଣ ପତ୍ର ଦେଇ ଆବେଦନ କରିବେ ସେ ନେଇ ବି ସଚେତନ କରୁଛନ୍ତି।

Advertisment

ରବିବାର ସତ୍ତ୍ୱେ ବି ଆଜି ବାଲେଶ୍ୱର ମୁନ୍ୟସିପାଲିଟି ଅଫିସରେ ପ୍ରାୟ ୨୬ ହଜାର ଫର୍ମ ନେଇ ବାଣ୍ଟିଛନ୍ତି ଅଙ୍ଗନବାଡି ଦିଦି । ଆଉ ଜଗତସିଂହପୁରରେ ଅଙ୍ଗନବାଡି ଖୋଲୁ ଖୋଲୁ ଲାଇନ୍ ଲଗାଇ ସୁଭଦ୍ରା ଫର୍ମ ନେଇଛନ୍ତି ମହିଳାମାନେ । ସେହିପରି ଅନଲାଇନରେ ଫର୍ମ ଆବେଦନ ପାଇଁ ମୋ ସେବା କେନ୍ଦ୍ରରେ ପହଞ୍ଚିଥିଲେ ଆବେଦନକାରୀ । ଏପଟେ ଭୁବନେଶ୍ୱରରେ ବିଏମ୍‌ସି କାର୍ଯ୍ୟାଳୟରେ ଅଧିକାରୀମାନଙ୍କୁ ଦିଆଯାଇଛି ପ୍ରଶିକ୍ଷଣ ।

ଏବେ ଜାଣନ୍ତୁ ସୁଭଦ୍ରା ଫର୍ମକୁ କେମିତି ଭରିବେ, ଆଉ କ’ଣ କ’ଣ ପ୍ରମାଣପତ୍ର ଦେବେ ? ପ୍ରଥମେ ଆଧାର କାର୍ଡରେ ଥିବା ନାମ ଲେଖି, ଆଧାର ନମ୍ବର ଲେଖିବାକୁ ପଡ଼ିବ। ପରେ ସ୍ବାମୀ କିମ୍ବା ବାପାଙ୍କ ନାମ ଲେଖିପାରିବେ । ଜନ୍ମ ତାରିଖ ସ୍ଥାନରେ ଆଧାର କାର୍ଡରେ ଥିବା ତାରିଖ ଦେବାକୁ ହେବ । ଜୁଲାଇ ୧ ସୁଦ୍ଧା ଆବେଦନକାରୀଙ୍କୁ ଅତିକମ୍‌ରେ ୨୧ ବର୍ଷ ହେଉଥିବା ଦରକାର । ପରେ ଜାତି ସଂପର୍କରେ ଥିବା ବକ୍ସରେ ଟିକ୍ ମାରିବାକୁ ହେବ। ମୋବାଇଲ ନମ୍ବର ବକ୍ସରେ ଆଧାର କାର୍ଡ ଲିଙ୍କ୍ ହୋଇଥିବା ନମ୍ବର ଦେବାକୁ ହେବ । ବିକଳ୍ପ ଭାବେ ଆପଣ ଅନ୍ୟ ନମ୍ବର ବି ଦେଇପାରନ୍ତି । ତାପରେ ଠିକଣା ଲେଖି, ଆଧାର ଲିଙ୍କ୍ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ । ପର ପୃଷ୍ଠାରେ ଥବା ଯୋଗ୍ୟତା ମାନଦଣ୍ଡ ଆଧାରିତ ଏକ ଘୋଷଣା ପତ୍ରକୁ ନିଜେ ଆବେଦନକାରୀ ଦସ୍ତଖତ କରି ଆବେଦନ କରିବେ । ଫର୍ମ ଫିଲଅପ୍ ପରେ ଏହା ସହ ନିଜର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଓ ରାସନ କାର୍ଡର ଫଟୋକପି ଦେଇ ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ। ଏହାପରେ ଆବେଦନ ଗ୍ରହଣ ପତ୍ର ଆଣିବାକୁ ଯେମିତ ନ ଭୁଲନ୍ତି, ଯେଉଁଥିରେ ଆପଣଙ୍କ ଆବେଦନ ପତ୍ରର ନମ୍ବର ରହିଥିବ।

Advertisment

ସେପ୍ଟମ୍ବର ୧୭ରେ ଯୋଜନା ଶୁଭାରମ୍ଭ ଦିନ କାର୍ଡ ସହ ପ୍ରଥମ କିସ୍ତି ପାଇବେ ହିତାଧିକାରୀ । ତା ପୂର୍ବରୁ ଆବେଦନ ପରେ E-KYC ଯାଞ୍ଚ କରି ହିତାଧିକାରୀ ତାଲିକା ଚୂଡାନ୍ତ ହେବ । ଯଦିଓ ପ୍ରାୟ ୧ କୋଟି ୮ ଲକ୍ଷ ମହିଳାଙ୍କୁ ସାମିଲ କରିବା ଲକ୍ଷ୍ୟ ଥିବା କୁହାଯାଉଛି, ହେଲେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ଯୋଜନାରେ ସାମିଲ ହେବାର ଥିବାରୁ ଏହି ସଂଖ୍ୟା ଆହୁରି ବଢିପାରେ ।

Subhadra
Advertisment
Advertisment