Advertisment

ବାଦ୍ ପଡ଼ିଥିବା ‘ସୁଭଦ୍ରା’ ହିତାଧିକାରୀଙ୍କ ପାଇଁ ଆସିବ ଗାଇଡଲାଇନ୍; ଖୁବଶୀଘ୍ର ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା

ସୁଭଦ୍ରା ଟଙ୍କା ପାଇଁ ଅପେକ୍ଷା କରିଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ମିଳିବ ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି। ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏନେଇ ସ୍ପଷ୍ଟ କରିଛନ୍ତି।

author-image
Sujit kumar Swain
Subhadra Yojana

Subhadra Yojana

ଖୁବଶୀଘ୍ର ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା, ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ। ଏଥିସହ ଅଯୋଗ୍ୟ ହିତାଧିକାରୀ ବି କିପରି ସୁଭଦ୍ରା ଯୋଜନାରେ ସାମିଲ ହେବେ ସେନେଇ ମୋଡାଲିଟି ପ୍ରସ୍ତୁତ କରି ନୂଆ ଗାଇଡ ଲାଇନ୍ ଅଣାଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯାହାକୁ ନେଇ ଉତ୍ସାହିତ ହୋଇପଡିଛନ୍ତି ସୁଭଦ୍ରାରୁ ବଂଚିତ ମହିଳମାନେ।

Advertisment

ଖୁବଶୀଘ୍ର ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଡିବିଟି ମାଧ୍ୟମରେ ଯୋଗ୍ୟ ମହିଳାଙ୍କ ଖାତାକୁ ଯିବ ଟଙ୍କା । ସୁଭଦ୍ରା ଟଙ୍କା ପାଇଁ ଅପେକ୍ଷା କରିଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ମିଳିବ ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି। ଯେକୌଣସି ସମୟରେ ଘୋଷଣା ହୋଇପାରେ ତାରିଖ। ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏନେଇ ସ୍ପଷ୍ଟ କରିଛନ୍ତି। 

ସେପଟେ ଯୋଜନାରୁ ବାଦ ପଡିଥିବା ମହିଳାଙ୍କ ପାଇଁ ନୂଆ ଗାଇଡଲାଇନ ଆଣୁଛନ୍ତି ସରକାର। ବାଦ୍ ପଡିଥିବା ୨ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ପାଇଁ ପ୍ରସ୍ତୁତ ହେଉଛି ମୋଡାଲିଟି । ଅଯୋଗ୍ୟ ହିତାଧିକାରୀ କେମିତି ଯୋଜନାରେ ସାମିଲ ହେବେ ସେନେଇ ଚିନ୍ତା କରୁଛନ୍ତି ସରକାର । କେଉଁ ଆଧାରରେ, କେମିତି ସେମାନଙ୍କର ଭେରିଫାଏ କରାଯିବ, ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବା ପରେ ଗାଇଡଲାଇନ ଜାରି ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେପଟେ ସରକାର ଅଙ୍ଗନବାଡି କର୍ମୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିଥିବାରୁ ଗ୍ରାମାଞ୍ଚଳରେ ମହିଳା ଓ ଶିଶୁଙ୍କ ପାଇଁ କାମ କରୁଥିବା ଅଙ୍ଗନବାଡି କର୍ମୀମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Advertisment

ସେପେଟେମ୍ବର ୧୭ରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଯାଇଥିଲା ୫ ହଜାର ଲେଖାଏଁ ଟଙ୍କା। ଦୁର୍ଗାପୂଜା ପୂର୍ବରୁ ଡିବିଟି ମାଧ୍ୟମରେ ୩୫ ଲକ୍ଷ ଯୋଗ୍ୟ ମିହିଳାଙ୍କ ଖାତାକୁ ଯାଇଥିଲା ଦ୍ବିତୀୟ କିସ୍ତି । ଏବେ ସୁଦ୍ଧା ୧ କୋଟିରୁ ଅଧିକ ମହିଳା ଆବେଦନ କରିଥିବା ବେଳେ ୬୦ ଲକ୍ଷ ଟଙ୍କା ପାଇ ସାରିଲେଣି। 

Money
Advertisment
Advertisment