Advertisment

Subhadra Yojana: କାଲି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା; ଅଙ୍ଗନବାଡି କର୍ମୀ ବି ପାଇବେ ସହାୟତା ...

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର । ପ୍ରଥମ କିସ୍ତିରୁ ବାଦ୍ ୨୫ ପ୍ରତିଶତ ମହିଳାଙ୍କୁ କାଲି ମିଳିବ ‘ସୁଭଦ୍ରା’ ଟଙ୍କା । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯୋଜନା ପ୍ରଥମ କିସ୍ତି ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା ୨ଲକ୍ଷ ୬୭ ହଜାର ମହିଳାଙ୍କ ଆବେଦନପତ୍ରର ଯାଞ୍ଚ ଶେଷ ହୋଇଛି ।

undefined

Subhadra Yojana

Advertisment

କାଲି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା। ଆଧାର ସହ ମୋବାଇଲ୍ ଲିଙ୍କେଜ୍ ସମସ୍ୟା ହେଉ କି ଜମି ଯୋଗ୍ୟତା କାରଣ, ଏଥିପାଇଁ ବାଦ୍ ପଡ଼ିଥିବା ୨ଲକ୍ଷ ୬୭ ହଜାର ଆବେଦନକାରୀଙ୍କ ମଧ୍ୟରୁ ଯାଞ୍ଚ କରାଯାଇ ସମସ୍ୟା ସମାଧାନ ପରେ କାଲି ୨୫ ପ୍ରତିଶତ ମହିଳାଙ୍କୁ ବି ଟଙ୍କା ମିଳିବ। ସୁନ୍ଦରଗଡ଼ରେ ଏଥିପାଇଁ ବଡ଼ ଆୟୋଜନ ହୋଇଥିବାବେଳେ ଟଙ୍କା ପାଇବା ଶୁଣି ଖୁସି ହୋଇଛନ୍ତି ହିତାଧିକାରୀ। 

Advertisment

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର । ପ୍ରଥମ କିସ୍ତିରୁ ବାଦ୍ ୨୫ ପ୍ରତିଶତ ମହିଳାଙ୍କୁ କାଲି ମିଳିବ ‘ସୁଭଦ୍ରା’ ଟଙ୍କା । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯୋଜନା ପ୍ରଥମ କିସ୍ତି ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା ୨ଲକ୍ଷ ୬୭ ହଜାର ମହିଳାଙ୍କ ଆବେଦନପତ୍ରର ଯାଞ୍ଚ ଶେଷ ହୋଇଛି । ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ମହିଳାଙ୍କୁ କାଲି ସହାୟତା ମିଳିଯିବ। ବାକି ଯେଉଁ ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍ ପଡ଼ିଛନ୍ତି, ସେମାନଙ୍କର ମଧ୍ୟ ତଥ୍ୟ ଯାଞ୍ଚ ପାଇଁ ବ୍ଲକସ୍ତରକୁ ରିପୋର୍ଟ ଯାଇଛି । ସେଠି ସମାଧାନ ହୋଇଗଲେ, ସେମାନଙ୍କୁ ଡିସେମ୍ବରରେ ଟଙ୍କା ମିଳିବ। ଅନ୍ୟପକ୍ଷରେ ପାଖାପାଖି ୫ ଲକ୍ଷ ମିସ୍ ମ୍ୟାଚ୍ ଆବେଦନର ସମାଧାନ ହୋଇ ନଥିବା କହିଛନ୍ତି ପ୍ରଭାତୀ। ସେମାନଙ୍କ ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ ପରେ ଯୋଜନାରେ ସାମିଲ୍ କରାଯିବ। ଯାଞ୍ଚ ସରିବା ପରେ ସେମାନଙ୍କ ଖାତାକୁ ଆର ମାସରେ ସହାୟତା ଟଙ୍କା ଯିବ। ହିତାଧିକାରୀଙ୍କୁ ସଚେତନ କରିବାକୁ ଘରକୁ ସରକାରୀ କର୍ମଚାରୀ ଯିବେ ବୋଲି ବି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ: Subhadra Yojana: ମିସମ୍ୟାଚ୍ ଯୋଗୁ ଆକାଉଣ୍ଟକୁ ଯାଇପାରୁନି ‘ସୁଭଦ୍ରା’ ଟଙ୍କା, ସିଙ୍ଗଲ୍ ଆକାଉଣ୍ଟ ଦେବାକୁ ଉପ-ମୁଖ୍ୟମନ୍ତ୍ରୀଙ୍କ ଅପିଲ

Advertisment

ସେପଟେ ଆସନ୍ତାକାଲି ପ୍ରଥମ କିସ୍ତିର ତୃତୀୟ ଦଫା ସୁଭଦ୍ରା ଟଙ୍କା ମିଳୁଥିବା କଥା ଶୁଣି ଉତ୍କଣ୍ଠାରେ ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳର ଦୁଇ ଆବେଦନକାରୀ ଚଞ୍ଚଳା ନାହାକ ଓ ବନି ନାହାକ। ଚଞ୍ଚଳାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଓ ମୋବାଇଲ୍ ନମ୍ବର ଠିକ୍‌ରେ ସଂଯୋଗ ହୋଇନଥିବାରୁ ତାଙ୍କ ଫର୍ମ ଖାରଜ ହୋଇ ଯାଇଥିଲା, ହେଲେ ଏବେ ତାହା ଠିକ୍ ହୋଇ ଯାଇଛି । ସେମିତି ବନି ନାହକ ନାମ୍ନୀ ଏ ଗରିବ ମହିଳାଙ୍କର ୫ ଏକର ଚାଷ ଜମି ରହିଥିବା ଦର୍ଶାଇ ତାଙ୍କ ଫର୍ମ ବି ରିଜେକ୍ଟ ହୋଇ ଯାଇଥିଲା । ପରେ ତାହା ବି ଯାଞ୍ଚ ହୋଇ ଯାଇଥିବାରୁ ସେ ମଧ୍ୟ ଆସନ୍ତାକାଲି ଟଙ୍କା ପାଇବାର ଆଶା ରଖିଛନ୍ତି । ସେପଟେ ଭଦ୍ରକ ବାସୁଦେବପୁର ଅଞ୍ଚଳରେ ଘରକୁ ଘର ବୁଲି ସରକାରୀ କର୍ମଚାରୀମାନେ, ହିତାଧିକାରୀଙ୍କୁ ବୁଝାଉଥିବାରୁ ତୃତୀୟ ଦଫାରେ ବହୁ ବାଦ୍ ପଡ଼ିଥିବା ହିତାଧିକାରୀ ସାମିଲ ହୋଇ ପାରିଥିବା କହିଛନ୍ତି ସ୍ଥାନୀୟ ବିଡିଓ ।

ତେଣେ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ବାଣ୍ଟିବାକୁ ଆସନ୍ତାକାଲି ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ସ୍ଥାନୀୟ ସରକାରୀ କଲେଜ ସାମ୍ନା ପଡ଼ିଆରେ ଏଥିପାଇଁ ହୋଇଛି ବ୍ୟାପକ ଆୟୋଜନ। ଏହି ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ବି ଟଙ୍କା ମିଳିବ। 

Advertisment
Odisha News Subhadra Money
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ