Subhadra Yojana: ମାର୍ଚ୍ଚ ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା

ମାର୍ଚ୍ଚ ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ପଞ୍ଚମ କିସ୍ତିରେ ଉପକୃତ ହେବେ ରାଜ୍ୟର ୧ ଲକ୍ଷ ୭୦ ହଜାର ମହିଳା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

ସୁଭଦ୍ରା ଯୋଜନା

ମାର୍ଚ୍ଚ ୬ରେ ମିଳିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଦିଆଯିବ । ହିତାଧିକାରୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା । ପଞ୍ଚମ କିସ୍ତିରେ ୧ ଲକ୍ଷ ୭୦ ହଜାର ମହିଳା ଏହି ଟଙ୍କା ପାଇବେ । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । 

ଅଧିକ ପଢ଼ନ୍ତୁ: ଅଙ୍ଗନବାଡ଼ି ଅଣ୍ଡା ଦାମ୍ ବଢାଇଲେ ମୋହନ ସରକାର, ଏଣିକି ଏତିକି ଟଙ୍କା

ଏହାର ଦିନକ ପରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମିଳିବ । ଏଥିରେ ରାଜ୍ୟର ପ୍ରାୟ ୧ କୋଟି ମହିଳା ଉପକୃତ ହେବେ । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ୫ ହଜାର ଲେଖାଏଁ ଟଙ୍କା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସୁଭଦ୍ରା ପ୍ରଥମ କିସ୍ତିର ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି ।


ଗତ ଫେବ୍ରୁଆରୀ ୮ ତାରିଖରେ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିଥିଲା । ୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ପଠାଇଥିଲେ ରାଜ୍ୟ ସରକାର । ଏହାକୁ ମିଶାଇ ଗତ ୭ ମାସରେ ୯୮ ଲକ୍ଷରୁ ଅଧିକ ମହିଳା ହିତାଧିକାରୀ ଉପକୃତ ହୋଇସାରିଛନ୍ତି । ଏହାସହ ରାଜ୍ୟବ୍ୟାପି ୯୮ ଲକ୍ଷ ୩୦ ହଜାର ୯୩୪ ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି । 

2025-26 ଆର୍ଥିକ ବର୍ଷରେ ମହିଳାଙ୍କ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ 10 ହଜାର 1 ଶହ 45 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହାସହ ସୁଭଦ୍ରା ସୁରକ୍ଷା ଅଧୀନରେ ମଧ୍ୟ 1 ଶହ 53 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ମୋହନ ସରକାର ।

ଅଧିକ ପଢ଼ନ୍ତୁ: ନାଁ ନନେଇ ପାଣ୍ଡିଆନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଟାର୍ଗେଟ୍