Advertisment

Subhadra Yojana: ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜି ଆସିବ ସୁଭଦ୍ରା ଟଙ୍କା।

ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀ ମଧ୍ୟ ଏହି ଦ୍ୱିତୀୟ କିସ୍ତି ଟଙ୍କା ପାଇବେ। ତେବେ ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବା ବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର।

author-image
Tapaswini Nayak
Subhadra

Subhadra

ଆଜି ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା। ଅନ୍ତର୍ଜାତୀୟ ମହିଳା ଦିବସରେ ସବୁ ହିତାଧିକାରୀ ପାଇବେ ଦ୍ୱିତୀୟ ପର୍ଯ୍ୟାୟର ୫ ହଜାର ଲେଖାଏଁ ଟଙ୍କା। କୋଟିଏ ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଯିବ ୫ ହଜାର କୋଟିରୁ ଅଧିକ ଟଙ୍କା।

Advertisment

ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀ ମଧ୍ୟ ଏହି ଦ୍ୱିତୀୟ କିସ୍ତି ଟଙ୍କା ପାଇବେ। ତେବେ ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବା ବେଳେ, ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର।

ଅଧିକ ପଢ଼ନ୍ତୁ: ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧; ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି ଯାକ କିସ୍ତି

Advertisment

ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି କିସ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ ମହିଳାଙ୍କ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହାସହ ସୁଭଦ୍ରା ସୁରକ୍ଷା ଅଧୀନରେ ମଧ୍ୟ ୧୫୩ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ମୋହନ ସରକାର।

 ସୂଚନାଯୋଗ୍ୟ,  ମାର୍ଚ୍ଚ ୬ ତାରିଖରେ  ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିଥିଲା। ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ  ଏହି ଟଙ୍କା ପାଇଥିଲେ। 

ଅଧିକ ପଢ଼ନ୍ତୁ: ସୁଭଦ୍ରାର ପଞ୍ଚମ ପର୍ଯ୍ୟାୟ ୮ରେ ମିଳିବ ଦ୍ବିତୀୟ କିସ୍ତି, ବଞ୍ଚିତ ମହିଳାଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ

 

BJP Subhadra Pravati Parida
Advertisment
Advertisment