• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ବାପା-ମା’ଙ୍କ ମନ କୁଣ୍ଢେମୋଟ । ତାଙ୍କ ପୁଅ ବଡ଼ ହେବ, ଇସ୍ରୋରେ ସାଇଣ୍ଟିଷ୍ଟ ହେବ । ତାଙ୍କ ନାଁ ରଖି ଏ ପୂରା ଅଞ୍ଚଳକୁ ନିଜ ନାଁରେ ଗର୍ବିତ ଅନୁଭବ କରାଇବ । କାରଣ ମାତ୍ର ୧୦ମ ଶ୍ରେଣୀରୁ ତାଙ୍କୁ ପୁଅ ଇସ୍ରୋକୁ ଯିବାର ସୁଯୋଗ ପାଇଛି ।

ପାଠପଢା ବେଳେ ପଢାପଢ଼ିରେ ବ୍ୟସ୍ତ l କିନ୍ତୁ ସମୟ ଟିକେ ମିଳିଗଲେ ଲାଗି ପଡନ୍ତି ବିଭିନ୍ନ ଯନ୍ତ୍ରାଂଶକୁ ନୂଆ ରୂପ ଦେବାରେ l କୌଣସି ଗାଣିତିକ ସୁତ୍ରର ସମାଧାନ ପାଇଁ ହେଉ କି କୌଣସି ମହାକାଶର ଡାଇଗ୍ରାମ କରିବାରେ l ନୂଆପଡା ସହରର ଆହ୍ବାନ ଜ୍ୟୋତି ଖମାରୀ l ନୂଆପଡା କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର l ତାଙ୍କ ବିଦ୍ୟାଳୟରେ କିଛି ଦିନ ତଳେ ଏକ ବିଜ୍ଞାନ ପରୀକ୍ଷା ହୋଇଥିଲା l ସାରା ରାଜ୍ୟରୁ ୬୦ ଜଣ ମନୋନୀତ ହୋଇଥିଲେ l ସେମାନଙ୍କ ମଧ୍ୟରୁ ୨୦ ଜଣ ପଠାଣି ସାମନ୍ତ ପ୍ଲାନେଟରିଏମ୍‌ରେ ପରୀକ୍ଷାରେ ମନୋନୀତ ହେଲେ l ଆଉ ସେହି ୨୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଲେ ଆହ୍ବାନ ଜ୍ୟୋତି l ଆଉ ଗତ ଜୁଲାଇ ୧ ତାରିଖରେ ଅହମଦାବାଦର ଇସ୍ରୋକୁ ଯିବାର ସୁଯୋଗ ପାଇଥିଲେ l

ଅଧିକ ପଢ଼ନ୍ତୁ: କୁନି ପୁଅର ସବୁ ଇଚ୍ଛା ପୂରଣ କଲେ ଏସ୍‌ପି ସାହେବ; ସାଲ୍ୟୁଟ୍ ମାରିଲେ, ଡ୍ରେସ୍ ପିନ୍ଧାଇଲେ

ରାଜ୍ୟସ୍ତରରେ ମନୋନୀତ ହେବ ପରେ ଆହ୍ବାନ ଜ୍ୟୋତି ଗୁଜରାଟର ଅହମଦାବାଦର ଇସ୍ରୋକୁ ଗତ ଜୁଲାଇ ୧ ତାରିଖରେ ଯାଇଥିଲେ l ସେଠାରେ ମହାକାଶ ଗବେଷଣା କେନ୍ଦ୍ର, ପରୀକ୍ଷାଗାର, ସ୍ପେସ ସେଣ୍ଟର, ସାଇନ୍ସ ସିଟି ଆଦି ବୁଲିବା ସହ କାର୍ଯ୍ୟରତ ବୈଜ୍ଞାନିକଙ୍କ ସହ କଥାବାର୍ତ୍ତା ବି ହେଲେ l ଫେରିବା ପରେ ଏବେ ଆଶା ରଖିଛନ୍ତି ସେ ଇସ୍ରୋରେ ମହାକାଶ ବୈଜ୍ଞାନିକ ହୋଇ କାମକରିବେ l

ସାଧାରଣ ବ୍ୟବସାୟ କରି ପରିବାର ଚଳାଉ ଥିବା ବାପା ମା’ ପୁଅର ଇଚ୍ଛା ପୂରଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି l ଯେତେଯାହା ହେଲେ ବି ପୁଅର ଆଶା ପୂରଣ କରିବେ ବୋଲି କହିଛନ୍ତି ଉଭୟ ବାପା ମା’ l

  • Reported by:
  • MAYADHAR SARAF

OTV is now on Whatsapp

Join and get latest news update delivered to you via whatsapp

Join Now