ଭଦ୍ରକ ଧାମନଗର ଥାନାରେ ସମୀକ୍ଷା ପରେ ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପୋଲିସ ଡିଜିଙ୍କ ଅପିଲ୍ । ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା କମେଣ୍ଟ କରନ୍ତୁନି । ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଡିଜିପି ୱାଇ.ବି ଖୁରାନିଆ ।
ପୋଲିସ ଗୁରୁଦାୟିତ୍ବ ତୁଲାଉଛି, ନିଶ୍ଚିତ ସ୍ଥିତିରେ ସୁଧାର ଆସିବ ବୋଲି ଡିଜିପି କହିଛନ୍ତି । ସ୍ଥିତିର ସମୀକ୍ଷା ପାଇଁ ଭଦ୍ରକ ଗସ୍ତ କରି ପୋଲିସ ଡିଜି ଏଭଳି କହିଛନ୍ତି । ପ୍ରଥମେ ଧାମନଗରରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହ ଡିଜିପି ଆଲୋଚନା କରିଥିଲେ।ଏହି ସମୟରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସପି ମଧ୍ୟ ଉପସ୍ଥିତ ଥିଲେ।
ଏପଟେ ବର୍ତ୍ତମାନ ସୁଦ୍ଧା ଗିରଫଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ଭଦ୍ରକରୁ ୧୦ ଜଣ ଏବଂ ଧାମନଗର ଥାନାରୁ ୧୭ଜଣଙ୍କୁ ଗିରଫ କରାଯାଇଛି। ପୂର୍ବଭଳି ପୁରୁଣା ବଜାର ଓ ଧାମନଗରର ବିଜ୍ଞାପିତ ଅଞ୍ଚଳ ଏବଂ ଦୋବଲ ଏହାର ଆଖପାଖ ଅଞ୍ଚଳରେ ବିଏନଏସ ଧାରା ଜାରି ରହିଛି। ହେଲେ ଏସବୁ ଅଞ୍ଚଳରେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି।
ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଭଦ୍ରକରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଗୋଟିଏ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ଧାମନଗରରେ ୬ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଏକ ପ୍ଲାଟନ ପୋଲିସ ଫୋର୍ସ ମୁତୟନ ଅଛନ୍ତି।
'ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା କମେଣ୍ଟ କରନ୍ତୁନି'
ଧୀରେ ଧୀରେ ସୁଧୁରୁଛି ଭଦ୍ରକର ସ୍ଥିତି। ସ୍ଥିତିରେ ସମୀକ୍ଷା ପାଇଁ ଭଦ୍ରକ ଗସ୍ତ କରି ପୋଲିସ ଡିଜି ଏଭଳି କହିଛନ୍ତି ।
Police DGP
ଭଦ୍ରକ ଧାମନଗର ଥାନାରେ ସମୀକ୍ଷା ପରେ ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପୋଲିସ ଡିଜିଙ୍କ ଅପିଲ୍ । ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା କମେଣ୍ଟ କରନ୍ତୁନି । ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଡିଜିପି ୱାଇ.ବି ଖୁରାନିଆ ।
ପୋଲିସ ଗୁରୁଦାୟିତ୍ବ ତୁଲାଉଛି, ନିଶ୍ଚିତ ସ୍ଥିତିରେ ସୁଧାର ଆସିବ ବୋଲି ଡିଜିପି କହିଛନ୍ତି । ସ୍ଥିତିର ସମୀକ୍ଷା ପାଇଁ ଭଦ୍ରକ ଗସ୍ତ କରି ପୋଲିସ ଡିଜି ଏଭଳି କହିଛନ୍ତି । ପ୍ରଥମେ ଧାମନଗରରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହ ଡିଜିପି ଆଲୋଚନା କରିଥିଲେ।ଏହି ସମୟରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସପି ମଧ୍ୟ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ: ତିଆରି ସରିଛି କୋଠା; ୫ ବର୍ଷ ହେଲା ହୋଇପାରୁନି କାର୍ଯ୍ୟକ୍ଷମ!