Advertisment

କମିଲା ଓମ୍‌କାର ରାୟଙ୍କ ଦରମା, ଯାହା ଅଧିକ ନେଇଛନ୍ତି ସବୁ ଫେରାଇବେ..!

ଷ୍ଟାର୍ଟ ଅପ୍ ଓଡ଼ିଶାକୁ ଆସି ନେଇଥିବା ଅଧିକ ଅର୍ଥକୁ ଫେରସ୍ତ ନିର୍ଦ୍ଦେଶ । ବର୍ତ୍ତମାନ କେତେ ସରକାରୀ ଦରମା ପାଇବେ ପୁନଃନିର୍ଦ୍ଧାରିତ ହେଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Omkar Ray

Omkar Ray

ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟଙ୍କ ଦରମା ଉପରେ ଚାଲିଲା ସରକାରୀ କତୁରୀ। କମିଲା ମାସିକ ଦରମା। ଅତିରିକ୍ତ ଦରମା ବାବଦକୁ ତାଙ୍କଠାରୁ ୩ ଲକ୍ଷ ୫୯ ହଜାର ୪୦ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ। MSME ବିଭାଗ ପକ୍ଷରୁ ଜାରି ଅଫିସ୍ ଅର୍ଡରରେ ଓମକାର ରାୟଙ୍କ ମାସିକ ବେତନର ପୁନଃ ନିର୍ଧାରଣ ବାବଦରେ ଉଲ୍ଲେଖ ରହିଛି। ସଂଶୋଧିତ ହାରରେ ଏଣିକି ସେ ଦରମା ପାଇବେ। ଏହି ଅଫିସ୍ ଅର୍ଡରରେ ଦର୍ଶାଯାଇଛି ଯେ ମୂଳ ଦରମା ବାଦ୍ ଓମକାର ରାୟ ମାସିକ ୨ ଲକ୍ଷ ୧୧ ହଜାର ୮ ଶହ ଟଙ୍କା ପାଉଥିଲେ। ଯାହାକୁ ରି ଫିକ୍ସେସନ୍ ପରେ ୧ ଲକ୍ଷ ୪୨ ହଜାର ୭୧୮ ଟଙ୍କା ୪୦ ପଇସା କରାଯାଇଛି।

Advertisment

ତେଣୁ ଗତ ଏପ୍ରିଲ ୨୦୨୨ରୁ ଜୁଲାଇ ୨୦୨୪ ଭିତରେ ସରକାରୀ ତହବିଲରୁ ସେ ନେଇଥିବା ବଳକା ଦରମା ବାବଦ ୩ ଲକ୍ଷ ୫୯ ହଜାର ୪୦ ଟଙ୍କାକୁ ତାଙ୍କ ପାଖରୁ ରିକଭରି କରାଯିବ। କେବଳ ସେତିକି ନୁହେଁ ସାଲାରିରୁ ପେନସନ୍ ବାବଦକୁ କଟୁଥିବା ଅତିରିକ୍ତ ୪ ଲକ୍ଷ ୨୦ ହଜାର ୭୭୨ ଟଙ୍କା ବି ତାଙ୍କୁ ଫେରାଇବାକୁ ପଡ଼ିବ। ମୋଟ୍ ଉପରେ ଷ୍ଟାର୍ଟ ଅଫ୍ ଓଡ଼ିଶା ପାଇଁ ଓମକାର ସରକାରୀ ତହବିଲରୁ ଉଠାଇଥିବା ଅତିରିକ୍ତ ୯ ଲକ୍ଷ ୨୨ ହଜାର ୫୩୦ ଟଙ୍କାକୁ କିସ୍ତି ଆକାରରେ ପୈଠ କରିବାକୁ ତାଙ୍କୁ କୁହାଯାଇଛି।

ପୂର୍ବରୁ STPI ନିର୍ଦ୍ଦେଶକ ଥିଲେ ବି ଡକ୍ଟର ଓମକାର ରାୟ ନିଜକୁ ଡିଜି ଦର୍ଶାଇ ଷ୍ଟାର୍ଟଅଫ୍ ଓଡ଼ିଶାକୁ ଆସିଥିବା ସୂଚନା ରହିଛି। ଆଉ ଏହା ଜଣା ପଡ଼ିବା ପରେ ସେ ଦରମା ବାବଦକୁ ନେଇଥିବା ନେଇଥିବା ଅର୍ଥ ଫେରସ୍ତ ଲାଗି ନୋଟିସ୍ ସହ ବର୍ତ୍ତମାନ କେତେ ଦରମା ପାଇବେ ତାହା ପୁନଃ ନିର୍ଦ୍ଧାରିତ ହୋଇଛି।

Advertisment

Advertisment
Advertisment