Advertisment

Endowment Department: ସ୍ଥାଣୁ ସ୍ଥିତିରେ ରାଜ୍ୟ ଦେବୋତ୍ତର ବିଭାଗ ! ୧୮୯ କର୍ମଚାରୀ ପଦବୀରୁ ଖାଲି ପଡ଼ିଛି ୧୩୬

ସତରେ କଣ ସ୍ଥାଣୁ ପାଲଟିଛି ରାଜ୍ୟ ଦେବୋତ୍ତର କମିଶନ ? କାରଣ ଖୋଜା ଭିତରେ ବାସ୍ତବ ଚିତ୍ର ବୟାନ କରୁଛି ଭୁବନେଶ୍ବରସ୍ଥିତ କମିଶନଙ୍କ ମୁଖ୍ୟାଳୟ। ହାତ ଗଣତି କିଛି କର୍ମଚାରୀଙ୍କୁ ନେଇ ଚାଲିଛି ଅଫିସ୍।

undefined

Staff Shortage Hits Odisha Endowment Department

Advertisment

ଦେବୋତ୍ତର ବିଭାଗରେ କର୍ମଚାରୀ ମରୁଡ଼ି। ୧୮୯ଜଣଙ୍କ ସ୍ଥାନରେ ଅଛନ୍ତି ମାତ୍ର ୫୩। ଯାହାର ସିଧାସଖଳ ପ୍ରଭାବ ପଡିଲାଣି ରାଜ୍ୟର ବିଭିନ୍ନ ପୁରାତନ ମଠ ଓ ମନ୍ଦିରର ପରିଚାଳନା କ୍ଷେତ୍ରରେ। କେଉଁଠି ସେବକଙ୍କୁ ପାଉଣା ମିଳୁନି ତ କେଉଁଠି ମନ୍ଦିରକୁ ଆସୁନି ରାଜସ୍ବ। ଏ ସ୍ଥିତି ପାଇଁ ଆଇନମନ୍ତ୍ରୀ ସିଧାସଳଖ ପୂର୍ବ ସରକାରଙ୍କୁ ଦୋଷ ଦେଇଥିବାବେଳେ ଶୀଘ୍ର ପଦବୀ ପୂରଣର ମଧ୍ୟ ଦେଇଛନ୍ତି ପ୍ରତିଶ୍ରୁତି। 

Advertisment

ନୀଳଗିରି ଜଗନ୍ନାଥ ମନ୍ଦିର। ଖାଲି ବାଲେଶ୍ବର ଜିଲ୍ଲା ନୁହେଁ ସାରା ଓଡ଼ିଶାରେ ରହିଛି ଏହାର ସ୍ବତନ୍ତ୍ର ପରିଚୟ ନିଇତି ଠାକୁରଙ୍କ ପୂଜାର୍ଚ୍ଚନା ଚାଲୁଛି, ହେଲେ ମନ୍ଦିର ପରିଚାଳନାରେ କିନ୍ତୁ ଘୋର ସମସ୍ୟା। ସେବକଙ୍କ ଅଭିଯୋଗ- ମନ୍ଦିର ରାଜକୋଷକୁ ଅର୍ଥ ଠିକରେ ଆଦାୟ ହୋଇ ଆସୁନି ତେଣୁ ସେମାନଙ୍କ ପ୍ରାପ୍ୟ ନିୟମିତ ମିଳୁନି। ଦୀର୍ଘଦିନ ହେଲାଣି ମନ୍ଦିରର ଟ୍ରଷ୍ଟ ବୋର୍ଡ ବି ଗଠନ ହୋଇପାରିନି ଏବଂ ଏକଜିକ୍ୟୁଟିଭ୍ ଅଫିସର ନାହାନ୍ତି। ତେଣେ ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାକୁ ମିଶାଇ ଜଣେ ମାତ୍ର ଦେବୋତ୍ତର ଇନସପେକଟର କେମିତି ତାଙ୍କ କାର୍ଯ୍ୟ ଠିକ୍‌ରେ ତୁଲାଇବେ ବୋଲି ବି ପ୍ରଶ୍ନ କରିଛନ୍ତି। ସେମିତି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିରରେ ବି ଧିରେ ଧିରେ ଦେଖାଦେଲାଣି ପରିଚାଳନାଗତ ସମସ୍ୟା। ସିଧାସଳଖ ଏଥିପାଇଁ ଦେବୋତ୍ତର ବିଭାଗ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ରାଜ୍ୟ ମନ୍ଦିର ସେବାୟତ ସମିତିର ସଭାପତି। ସେ ଅଭିଯୋଗ କରିଛନ୍ତି- ସାରା ରାଜ୍ୟରେ ୧୭ ହଜାର ୬୪୧ଟି ମନ୍ଦିର, ୩୫୯ ମଠ ଓ ୪୨ ଦେବୋତ୍ତର କାର୍ଯ୍ୟାଳୟ ରହିଛି। ହେଲେ ଦେବୋତ୍ତର ଆୟୁକ୍ତ, ଉପାୟୁକ୍ତ ଓ ସହକାରୀ ଆୟୁକ୍ତଙ୍କ ଅଦାଲତରେ କର୍ମଚରୀ ନଥିବାରୁ ପରିଚାଳନା କ୍ଷେତ୍ରରେ ଘୋର ସମସ୍ୟା ଉପୁଜିଛି। ବହୁ ମଠ-ମନ୍ଦିର ସମ୍ପର୍କିତ ମାମଲା ବିଚାର ନହୋଇ ପଡ଼ି ରହିଛି।

ଅଧିକ ପଢ଼ନ୍ତୁ: ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା

ସତରେ କଣ ସ୍ଥାଣୁ ପାଲଟିଛି ରାଜ୍ୟ ଦେବୋତ୍ତର କମିଶନ ? କାରଣ ଖୋଜା ଭିତରେ ବାସ୍ତବ ଚିତ୍ର ବୟାନ କରୁଛି ଭୁବନେଶ୍ବରସ୍ଥିତ କମିଶନଙ୍କ ମୁଖ୍ୟାଳୟ। ହାତ ଗଣତି କିଛି କର୍ମଚାରୀଙ୍କୁ ନେଇ ଚାଲିଛି ଅଫିସ୍। ବ୍ରହ୍ମପୁର, କଟକ ଓ ସମ୍ବଲପୁରରେ ବି ୩ଟି ଶାଖା ଅଛି, ସେଠି ବି ଏମିତି ସ୍ଥିତି। ଏସବୁ ଅଫିସ୍ ପାଇଁ ୧୮୯ଟି ମଞ୍ଜୁରୀ ପ୍ରାପ୍ତ ପଦବୀ ଥିବାବେଳେ ୧୩୬ ପଦ ଖାଲି। କାର୍ଯ୍ୟରତ ଅଛନ୍ତି ମାତ୍ର ୫୩ କର୍ମଚାରୀ। ଇଏ ହେଉଛି ପୁରା ତଥ୍ୟ। ଗତ ଫେବ୍ରୁଆରୀ ମାସରେ ରାଜ୍ୟ ସରକାରଙ୍କ କ୍ଷମତାସମ୍ପନ୍ନ କମିଟିର ଅନୁମତି ପରେ ଦେବୋତ୍ତର ବିଭାଗ, ୩୭ ପଦ ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲା। ହେଲେ ତାହା ସେଇ ଚିଠିରେ ଅଟକିଛି। 

Advertisment

ସେପଟେ ଆଜିର ଅଚଳାବସ୍ଥା ପାଇଁ ଗତ ସରକାରକୁ ସିଧା ଦୋଷ ଲଦିଛନ୍ତି ଆଇନମନ୍ତ୍ରୀ। ତାସହ ପ୍ରତିଶ୍ରୁତି ଦେଇଛନ୍ତି-ଖାଲି ପଦବୀ ପୂରଣ ପାଇଁ ଆଇନ୍ ବିଭାଗ ଏବଂ ଦେବତ୍ତର କମିଶନରଙ୍କ ମିଳିତ ବୈଠକ ସରିଛି, ଖୁବଶୀଘ୍ର ସମସ୍ୟାର ସମାଧାନ ହେବ। ଏବେ ଦେଖିବାର କଥା, ଆଇନମନ୍ତ୍ରୀଙ୍କ ଆଶ୍ବାସନା ପରେ କେତେ ଶୀଘ୍ର କ୍ରିୟାଶୀଳ ହେଉଛି ଦେବୋତ୍ତର କମିଶନ।

ଅଧିକ ପଢ଼ନ୍ତୁ : ଜିନ୍ନତକୁ ନେଇ ସସପେନ୍ସ, କୁଆଡେ ଗଲା ମରାଠା ବାଘୁଣୀ ମିଳୁନି ପତ୍ତା

Odisha Staff
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ