/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724379868.jpg)
ratna-bhandara
ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଜଉମୁଦ ଦେଇ ବନ୍ଦ କରାଯାଇଥିବା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ହେବ। ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ସ୍ଥାନାନ୍ତର ହେବ ଖାଲି ସିନ୍ଦୁକ ଓ ଆଲମିରା। ଏଥିପାଇଁ ଏସଓପି ମୁତାବକ, ଦିନ ଗୋଟାଏ ବେଳେ ସମୟ ଧାର୍ଯ୍ୟ ହୋଇଛି।
ଏସଓପି ମୁତାବକ, ଜଗମୋହନରୁ ବେହରଣ ଦ୍ବାର ଦେଇ ପଶ୍ଚିମଦ୍ବାର ନିକଟ ନୀଳାଦ୍ରି ମ୍ୟୁଜିୟମ ନିକଟ ଏକ ରୁମକୁ ଏହା ସ୍ଥାନାନ୍ତର କରାଯିବ। ଏଥିପାଇଁ ଦିନ ଗୋଟାଏରୁ ସ୍ଥାନାନ୍ତର ସରିବା ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ। ତେବେ ଆନନ୍ଦ ବଜାରରୁ ଭକ୍ତମାନେ ମହାପ୍ରସାଦ କିଣିପାରିବେ।
ଅଧିକ ପଢ଼ନ୍ତୁ: ମାଗଣାରେ ମିଳିବ ମହାପ୍ରସାଦ ! ଚାଲିଛି ରୂପରେଖ ପ୍ରସ୍ତୁତି..
ସ୍ଥାନାନ୍ତରଣ ସରିବା ପରେ ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ। ସୂଚନା ଅନୁସାରେ, ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାରରେ ୩ଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି। ଏଥିରେ ଥିବା ସମସ୍ତଅଳଙ୍କାର ଖଟସେଜଘର ଓ ଚାଙ୍ଗଡା ଘର ନିକଟ ଷ୍ଟ୍ରଙ୍ଗରୁମରେ ରଖାଯାଇଛି।ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ପ୍ରବେଶ ଓ ଯାଞ୍ଚ ପାଇଁ ୧୨ଜଣିଆ କମିଟି ଗଠନ ହୋଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ, ସଦସ୍ୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ରାଜୀବ ସାହୁ, ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସମହାପାତ୍ର, ସୌମେନ୍ଦ୍ର ମୁଦାଲି, ଭଣ୍ଡାର ମେକାପ ଗଣେଶ ମେକାପ, ତଢ଼ଉକରଣ ସୁଧାଂଶୁ ଶେଖର ପଟ୍ଟନାୟକ, ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ପ୍ରମୁଖ କମିଟିରେ ରହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)