naveen
ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ଅସ୍ତ୍ରୋପଚାର ହେବ। ମୁମ୍ବାଇର କୋକିଲାବେନ୍ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଅସ୍ତ୍ରୋପଚାର କରାଯିବ। ତେଣୁ ନବୀନଙ୍କ ସଫଳ ଅସ୍ତ୍ରୋପଚାର ସହ ଆଶୁ ଆରୋଗ୍ୟ କରିଛନ୍ତି କଟକ ଓ ଭୁବନେଶ୍ବରରେ ଥିବା ତାଙ୍କ ପ୍ରଶଂସକ, ଦଳୀୟ ନେତା ଏବଂ ଶୁଭେଛୁ।
ଭୁବନେଶ୍ବର ରାମ ମନ୍ଦିରରେ ୨୦୧ ସମୂହ ଦୀପଦାନ କରିଛି ବିଜେଡି। ଦଳୀୟ ବିଧାୟକ ଏବଂ ନେତା ଉପସ୍ଥିତ ରହି ଦୀପଦାନ ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା ହେବ ବୋଲି କହିଛନ୍ତ ବିଜେଡି ନେତା। ସେହିପରି କଟକ ଗଡ଼ଗଡ଼ିଆ ମନ୍ଦିରରେ ମଧ୍ୟ ବିଜେଡି ପକ୍ଷରୁ ସମୂହ ଦୀପଦାନ କରାଯାଇଛି। ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟାର ଚିକିତ୍ସା ପାଇଁ ଭୁବନେଶ୍ବରରୁ ମୁମ୍ବାଇ ଯାଇଛନ୍ତି ନବୀନ।
ଅଧିକ ପଢ଼ନ୍ତୁ: ଅଚାନକ ସ୍କୁଲ ବୁଲି ଅନୁଧ୍ୟାନ କଲେ ଚିକିଟି ବିଧାୟକ, ମଧ୍ୟାହ୍ନ ଭୋଜନ ପରଖିବା ସହ ଉପସ୍ଥାନ କଲେ ଯାଞ୍ଚ
କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ତାଙ୍କର ଚିକିତ୍ସା ହେବ। ମୁମ୍ବାଇ ଯିବା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ୍ସ ଯୋଗେ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ସୂଚନା ଦେଇଥିଲେ । ନବୀନ କହିଥିଲେ, ‘‘ଜୁନ୍ ୨୨ ତାରିଖରେ ସର୍ଭାଇକାଲ ଆର୍ଥ୍ରାଇଟିସ୍ ପାଇଁ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସା ହେବ । ମହାପ୍ରଭୁଙ୍କ ଅଶୀର୍ବାଦ ଏବଂ ଓଡିଶାବାସୀଙ୍କ ଶୁଭେଚ୍ଛା କାମନା କରୁଛି । ଖୁବ ଶୀଘ୍ର ଭଲ ହୋଇ ଫେରିବି ଓ ଓଡିଶାବାସୀଙ୍କ ସେବା କରିବି ।’’
ଜୁନ ୨୧ ରେ ନବୀନ ମୁମ୍ବାଇ ଅଭିମୁଖେ ବାହାରିଥିଲେ । ନବୀନ ଯିବା ପୂର୍ବରୁ ନବୀନ ନିବାସ ଓ ଏୟାରପୋର୍ଟରେ ତାଙ୍କ ଶୁଭେଚ୍ଛୁଙ୍କ ଭିଡ ଜମିଥିଲା । ନବୀନଙ୍କ ଅନୁଗାମାନେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
ତେବେ ନବୀନ ମୁମ୍ବାଇରେ ଥିବା ବେଳେ ବିଜେଡିର ସମସ୍ତ ଦାୟିତ୍ୱ ତୁଲାଇବେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ତ୍ରିପାଠୀ । ନବୀନଙ୍କ ଫେରିବା ପର୍ଯ୍ୟନ୍ତ ଦେବୀ ତ୍ରିପାଠୀ ବିଜେଡିର ରାଜନୈତିକ ବ୍ୟାପାର କମିଟି ସହ ଦଳର କାର୍ଯ୍ୟକାରିତା ତଦାରଖ କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/naveen_1750562146.jpg)