• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ନର୍ଦ୍ଦମା ପାଣିରେ ପହଁରୁଛି ୧୦ ଲକ୍ଷ ଟଙ୍କାର ମାର୍କେଟ୍ ବିଲ୍ଡିଂ । ପ୍ରଶାସନର କାମ ଦେଖିଲେ ମୁଣ୍ତରେ ଦେବେ ହାତ । ଲକ୍ଷ୍ୟ ଥିଲା ବେକାର ଯୁବକ-ଯୁବତୀ ସ୍ୱାବଲମ୍ବୀ ହେବେ । ଆଉ ବ୍ୟବସାୟ ଆରମ୍ଭ କରିବେ । ହେଲେ କେତେ ସେ ସ୍ୱପ୍ନ ସଫଳ ହୋଇଛି ତା’ ଆପଣଙ୍କ ଆଖିରେ ଦେଖିଲେ ଜାଣିପାରିବେ । ଯାହା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । 

ରାୟଗଡା ଜିଲ୍ଲାର ପଦ୍ମପୁର ବ୍ଲକ ଏକ ବ୍ୟବସାୟୀକ ପେଣ୍ଠ ସ୍ଥଳୀ । ଏହି ଅଂଚଳରେ ବସ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମିତ ହେଲା ମାର୍କେଟ କମ୍ପ୍ଲେକ୍ସ । ୨୦୦୭-୦୮ ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିଲା ୨୦ଟି ଦୋକାନ ଗୃହ । ଗୋଟିଏ ଦୋକାନ ଗୃହ ପିଛା ୫୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ପଂଚାୟତକୁ ହସ୍ତାନ୍ତର କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ପଂଚୟତର ରାଜସ୍ବ ବୃଦ୍ଧି ଓ ବେକାର ଯୁବକ ଯୁବତୀଙ୍କୁ ଥଇଥାନ କରାଇବା । କିନ୍ତୁ ଅବସ୍ଥା ଯଥା ପୂର୍ବଂ ତଥା ପରଂ..

ଅଧିକ ପଢ଼ନ୍ତୁ: ପର୍ଯ୍ୟଟନର ବିକାଶ ପାଇଁ ଅନେକ ଯୋଜନା, ହେଲେ ପ୍ରକୃତିକୁ ଅଣଦେଖା

ରକ୍ଷଣା ବେକ୍ଷଣା ଅଭାବରୁ ଏହି ଦୋକାନ ଗୃହ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ବିଭିନ୍ନ ୱାର୍ଡରୁ ଆସୁଥିବା ଅପରିଷ୍କାର ପାଣି ଏଠାରେ ଜମି କୁତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଏହି କାରଣରୁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ବ୍ୟାପୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ବ୍ଲକ ପ୍ରଶାସନ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ମାର୍କେଟ କମ୍ପ୍ଲେକ୍ସ ଉପରେ ବ୍ଲକ ପ୍ରଶାସନର କେବେ ଦୃଷ୍ଟି ପଡିବ ଆଉ ଏସବୁ କେବେ ଲୋକଙ୍କ ଉଦ୍ଦେଶ୍ୟରେ ହସ୍ତାନ୍ତର ହେବ ତାହା ଦେଖିବାକୁ ବାକି ରହିଲା ।  

OTV is now on Whatsapp

Join and get latest news update delivered to you via whatsapp

Join Now