/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730086923.jpg)
Mobile Phones
ଡାଲା ଅଟୋ ଉପରେ ଜେନେରେଟର । ଆଉ ସେହି ଜେନେରେଟରରୁ ଚାର୍ଜ ହେଉଛି ପୁଳା ପୁଳା ଫୋନ୍ । ଫୋନ୍ ଗୋଟିଏ ଘଣ୍ଟା ଚାର୍ଜ କଲେ ଦେବାକୁ ପଡ଼ୁଛି ୨୦ ଟଙ୍କା । ଆଉ ସେଇଥିପାଇଁ ପ୍ରବଳ ଗହଳି । ବତ୍ୟା ‘ଦାନା’ ଯିବା ପରେ ଘଟିଛି ଏଭଳି ଘଟଣା । ବିଦ୍ୟୁତ୍ ଯିବା ପରେ ଫୋନ୍ ଚାର୍ଜ କାରିବାକୁ ଏମିତି ଲାଗିଛି ପ୍ରତିଯୋଗିତା ।
ବାତ୍ୟା କ୍ଷତିଗ୍ରସ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିବା କାରଣରୁ ୩ଦିନ ହେଲା ଦିଦ୍ୟୁତ୍ ସରବରାହ ବନ୍ଦ ରହିଛି । ତେଣୁ ଏକ ଡାଲା ଅଟୋରେ ଜେନେରେଟର ଚଳାଇ ବାସୁଦେବପୁର ବ୍ଲକର ବିଭିନ୍ନ ଅଞ୍ଚଳ ସହ ନୂଆଗାଁରେ ୨୦ ଟଙ୍କା ଲେଖାଏଁ ଦେଇ ମୋବାଇଲ୍ ଚାର୍ଜ କରୁଛନ୍ତି ଲୋକେ । ଏଥିପାଇଁ ଲୋକେ ଲମ୍ବା ଲାଇନ ଲଗାଇଛନ୍ତି ।
ଲାଇନ୍ ଥିବାରୁ ପିଲାଙ୍କ ପାଠପଢ଼ା ଓ ଜରୁରୀ କଥାବାର୍ତ୍ତା ପାଇଁ ମୋବାଇଲର ନିହାତି ଆବଶ୍ୟକତା ରହିଛି । ତେଣୁ ବାଧ୍ୟ ହୋଇ ୨୦ ଟଙ୍କା ଲେଖାଏଁ ଦେଇ ମୋବାଇଲ୍ ଚାର୍ଜ କରୁଛନ୍ତି ଲୋକେ । ତେବେ ଲୋକମାନଙ୍କ ଏପରି ଅସୁବିଧା ସମୟର ଦୃଶ୍ୟ ବର୍ତ୍ତମାନ ସୋସିଆଳ ମିଡିଆରେ ଭାଇରାଲ ହେଉଛି ।
ଏପଟେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ବାତ୍ୟା ବିଭୀଷିକା ପରେ ଏବେ ବନ୍ୟାର ଭୟ ଘାରିଛି । ବାତ୍ୟା ଦାନା ପ୍ରଭାବରେ ଉପର ମୁଣ୍ଡରୁ ପାଣି ଆସିବା ପରେ କାଂଶବାଂଶ ନଈ ଫୁଲିବା କାରଣରୁ ବରଣ୍ଡୁଆ ଏବଂ ସୁଦର୍ଶନପୁର ପଞ୍ଚାୟତର ଶତାଧିକ ହେକ୍ଟର ଚାଷ ଜମିରେ ପାଣି ମାଡି ରହିଥିବା ବନ୍ୟା ଜଳ ଏବେ ଗାଁ ଭିତରକୁ ପ୍ରବେଶ ହେଉଛି। ତଳିଆ ଅଞ୍ଚଳରେ ଧିରେ ଧିରେ ପାଣି ମାଡିବା କାରଣରୁ ଲୋକମାନେ ଭୟଭୀତ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)