Advertisment

‘ରକ୍ଷଣାବେକ୍ଷଣ ଅଭାବରୁ ଉଈ ଖାଇଗଲା ତିନି ରଥର ସଖୀ’

କେତେକ ସଖୀ ମୂର୍ତ୍ତିଙ୍କର ନାକ ଓ ହାତ ଉଈ ଖାଇଯାଇଛନ୍ତି ଓ ଆଉ କେତେକ ପାର୍ଶ୍ବମୂର୍ତ୍ତିଙ୍କର ନାକ ଚେପା ହୋଇଯାଇଛି। ଏନେଇ ଉଦବେଗ ପ୍ରକାଶ କଲେ ରୂପକାର ସେବକ।

author-image
Sujit kumar Swain
Rath Yatra Chariots Damaged

Rath Yatra Chariots Damaged

ଉଈ ଖାଇଗଲାଣି ତିନି ରଥର ସଖୀ। ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଚଳିତ ବର୍ଷ ଉଈ ଖାଇଗଲା ସଖୀ। ସବୁ ସଖୀ ତିନି ରଥର ସୌନ୍ଦର୍ଯ୍ୟକରଣ ବଢାଇଥାନ୍ତି। କେତେକ ସଖୀ ମୂର୍ତ୍ତିଙ୍କର ନାକ ଓ ହାତ ଉଈ ଖାଇଯାଇଛନ୍ତି ଓ ଆଉ କେତେକ ପାର୍ଶ୍ବମୂର୍ତ୍ତିଙ୍କର ନାକ ଚେପା ହୋଇଯାଇଛି। ଏନେଇ ଉଦବେଗ ପ୍ରକାଶ କଲେ ରୂପକାର ସେବକ। 

Advertisment

୨୦୧୫ ନବକଳେବର ସମୟରେ ଏହି ସଖୀ ନିର୍ମାଣ ହୋଇନଥିଲା। ତା ପୂର୍ବ ନବକଳେବର ସମୟରେ ଏହି ସଖୀ ମୂର୍ତ୍ତି ନିର୍ମିତ ହୋଇଥିଲେ। ଏ ପର୍ଯ୍ୟନ୍ତ ନୂତନ ସଖୀ ନିର୍ମାଣ ହୋଇନାହିଁ ବୋଲି ରୂପକାର ସେବକ କହିଛନ୍ତି। ଏହି ସଖୀ, ସାରଥୀ, ପାର୍ଶ୍ବମୂର୍ତ୍ତୀଙ୍କୁ ସଂରକ୍ଷଣ ରଖାଯାଇ ମ୍ୟୁଜିୟମ କରାଯାଉ ବୋଲି ଦାବୀ କରିଛନ୍ତି ରୂପକାର ସେବକ। ପୂର୍ବରୁ ଆନନ୍ଦ ବଜାରର ପାଣି ଘରେ ସାରଥୀ ପୂଜା କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କୋଇଲି ବୈକୁଣ୍ଠ ଓ ପରେ ଦୋଳବେଦୀ ଏବଂ ତାପରେ ଉତ୍ତରପାର୍ଶ୍ବ ମଠରେ ଅତ୍ୟନ୍ତ ଦୁର୍ଦ୍ଦିନ ଅବସ୍ଥାରେ ରଖାଯାଇଥିଲା ଏହି ମୂର୍ତ୍ତିମାନଙ୍କୁ। ଏହି ମୂର୍ତ୍ତୀମାନଙ୍କୁ ଉଇ ଖାଇ ଯାଇଥିବାରୁ ରୂପକାର ସେବକମାନେ ଉଦବେଗ ପ୍ରକାଶ କରିଛନ୍ତି । 

ତେବେ ଆସନ୍ତା ୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘୋଷଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ପାଇଁ ପୁରୀରେ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଟାଉନ୍ ହଲ ପରିସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।

Advertisment

ପୁରୀରେ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି । ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ ଉପସ୍ଥିତ ଥିଲେ । ରଥଯାତ୍ରା ସୁପରିଚାଳନା, ରଥ ପ୍ରସ୍ତୁତି, ନୀତି ନିର୍ଘଣ୍ଟ ନେଇ ଆଲୋଚନା ମଧ୍ୟ କରାଯାଇଛି । ବିଶେଷ କରି ରଥଯାତ୍ରା ସୁପରିଚାଳନା, ରଥ ପ୍ରସ୍ତୁତି, ନୀତି ନିର୍ଘଣ୍ଟ, ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ରେଳ ଚଳାଚଳ, ପରିବହନ ବ୍ୟବସ୍ଥା ଦିଗ ଉପରେ ଆଲୋଚନା ହୋଇଛି।

ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ପୁରୀ ଜିଲ୍ଲାର ବିଧାୟକ, ବିଭିନ୍ନ ବିଭାଗର ସଚିବଙ୍କ ସମେତ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ତେବେ ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୋଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ପାଲଟିଛି। 

Chariots Ratha Yatra
Advertisment
Advertisment