Advertisment

ଏଠି ଶବ ପୋଡା ହୁଏନି, କୁକୁର ହୁଳହୁଳି ପକାନ୍ତି

ଏହି ମଶାଣିରେ ପୂଜା ପାଆନ୍ତି ମା’ ଚଣ୍ଡି । ହେଲେ ଏ ମଶାଣିରେ ଜୁଇ ଜଳେନି । କାରଣ ଜାଣିଲେ, ଆପଣଙ୍କର ବି ଉତ୍ସୁଖତା ବଢିଯିବ, ମା’ଙ୍କ ସମ୍ପର୍କରେ ଅଧିକ ଜାଣିବା ଲାଗି। କାରଣ ଏହା ହେଉଛି ଶ୍ରୀକ୍ଷେତ୍ରରୁ ସବୁଠାରୁ ରହସ୍ୟମୟ ସ୍ଥାନ।

author-image
Pallipuspa Samal
Mystical Mashani Chandi

Mystical Mashani Chandi

ଶ୍ରୀକ୍ଷେତ୍ରକୁ ଜଗଛନ୍ତି ଅଷ୍ଟଚଣ୍ଡୀ ବା ଅଷ୍ଟଶକ୍ତି । ସେମାନଙ୍କ ମଧ୍ୟରୁ ଏ ହେଉଛନ୍ତି ସ୍ୱତନ୍ତ୍ର । କାରଣ ଜାଣିଲେ, ଆପଣଙ୍କର ବି ଉତ୍ସୁଖତା ବଢିଯିବ, ମା’ଙ୍କ ସମ୍ପର୍କରେ ଅଧିକ ଜାଣିବା ଲାଗି। କାରଣ ଏହା ହେଉଛି ଶ୍ରୀକ୍ଷେତ୍ରରୁ ସବୁଠାରୁ ରହସ୍ୟମୟ ସ୍ଥାନ। ଦିନ ଥିଲା ଏଠାକୁ ଆସିବାକୁ ଲୋକେ ଡରୁଥିଲେ। ଏହି ମଶାଣୀରେ ପୂଜା ପାଆନ୍ତି ମା’ ଚଣ୍ଡି। ହେଲେ ଏ ମଶାଣୀରେ ଜୁଇ ଜଳେନି।

Advertisment

ଜୀବନକୁ ଭଲରେ ବଞ୍ଚି ନ ଥିବା ଶିଶୁଙ୍କ ମୃତ୍ୟୁ ପରେ ଏଇ ମଶାଣୀରେ ସେମାନଙ୍କୁ ସମାଧି ଦିଆଯାଏ। ମା’ ହେଉଛନ୍ତି ସେହି ଅଶାରିରୀମାନଙ୍କ ରକ୍ଷାକର୍ତ୍ତା। ଅନେକ ଲୋକକଥା ଓ କିମ୍ବଦନ୍ତି ମା’ଙ୍କୁ ନେଇ ଶ୍ରୀକ୍ଷେତ୍ରରେ ରହିଛି। ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

ବରକୋଳି ଗଛଟିଏ ତଳେ ବିରାଜିଛନ୍ତି ମା’ ମଶାଣି ଚଣ୍ଡୀ । ନୀଇତି ଏଇ ମଶାଣୀରେ ରହି ମା’ ଭୋଗ ଓ ନୈବେଦ୍ୟ ଗ୍ରହଣ କରୁଛନ୍ତି। ପ୍ରତିଦିନ ଛୋଟବଡ ଗୋଟିଏ ଯୋଡିଏ ମୃତଦେହ ଏଠାକୁ ସଂସ୍କାର ହେବାକୁ ଆସେ। ହେଲେ ଏହାର ଦୁର୍ଗନ୍ଧ ମନ୍ଦିର ଭିତରକୁ ବାସେନି। ପାଖରେ ଥିବା ବିଲେଇ କୁକୁରମାନେ ମା’ଙ୍କ ଆଳତୀରେ ସମ୍ମିଳିତ ହୁଅନ୍ତି। ସ୍ଥାନୀୟ ଲୋକଙ୍କ ଭାଷାରେ ସେମାନେ କୁଆଡେ ହୁଳହୁଳି ପକାନ୍ତି।

Advertisment

ବହୁ ଅଲୌକିକତାରେ ପରିପୂର୍ଣ୍ଣ ଏହି ମନ୍ଦିରରେ ଯେଉଁ ସ୍ଥାନରେ ମାଙ୍କ ପ୍ରତିମୂର୍ତ୍ତି ରହିଛି ତାଙ୍କର ଡାହାଣପଟରେ ରହିଛି କାକବାହାନ । ସେଠାରେ ଶିଶୁମାନଙ୍କର ଶବ ସଂସ୍କାର କରାଯାଏ । ବାମ ପାର୍ଶ୍ବରେ ଥବା ଶ୍ମଶାନରେ ଠିକଣା ବିହୀନ ଲୋକଙ୍କର ଶବ ସଂସ୍କାର କରାଯାଏ । ଦିନ ଏଠାରେ ହରିଜନମାନେ ମା’ଙ୍କ ପୂଜାରେ ନିୟୋଜିତ ଥିଲେ। ଏବେ କିନ୍ତୁ ବିମାନବଡୁ ସାହିର ଜଣେ ବ୍ରାହ୍ମଣ ଏଠାରେ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି।

Special Story
Advertisment
Advertisment