/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726461636.jpg)
Special Story
ବିପଦ ସମୟରେ ସ୍ତ୍ରୀ ହାତ ଛାଡିଦେଲା ଅମାନୁଷିକ ସ୍ୱାମୀ। ଯାହା ହାତ ଧରି ସାତଜନ୍ମ ପାଇଁ ଚାଲିବାର ଶପଥ ନେଇଥିଲା, ତାକୁ ଆଜି ରୋଗଗ୍ରସ୍ତ ଅବସ୍ଥାରେ ଏକୁଟିଆ ଛାଡିଗଲା। ଟଙ୍କା ଆଣିବ ବୋଲି କହି ଯାଇଛି ଯେ ଯାଇଛି, ମାସେ ହୋଇଗଲାଣି ତଥାପି ତିନି ଝିଅ ଓ ରୋଗୀଣା ସ୍ତ୍ରୀ କଥା ମନେପଡୁନି ଅମଣିଷ ସ୍ୱାମୀର।
ଏମିତି ଘଟଣା ଘଟିଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର। ନୀଳଗିରି ବ୍ଲକ ଜଡିବାଲି ଗ୍ରାମର ସୁଜାତା ବାରିକ। ଏକମାସ ପୂର୍ବେ ଝିଅର ଦେହ ଖରାପ ହେବାରୁ ସ୍ୱାମୀଙ୍କ ସହ ବାଲେଶ୍ୱର ମେଡ଼ିକାଲ ଚିକିତ୍ସା ପାଇଁ ଆସିଥିଲେ। ତେବେ ସେଠାରେ ହଠାତ ସୁଜାତା ମଧ୍ୟ ଅସୁସ୍ଥ ହୋଇପଡନ୍ତି । ପରୀକ୍ଷାରୁ ଜଣାପଡେ ସେ ଯଷ୍ମା ରୋଗରେ ପିଡୀତ। ତେଣୁ ମାଲିକ ପାଖରୁ ଟଙ୍କା ଆଣିବା ପାଇଁ ତାଙ୍କ ସ୍ୱାମୀ ତିନି ଝିଅଙ୍କୁ ମେଡିକାଲରେ ଛାଡି ଚାଲିଆସିଲା। ସେବେଠାରୁ ମାସେ ହୋଇଗଲାଣି ସ୍ୱାମୀର ଫେରିବା ବାଟକୁ ଅନାଇ ବସିଛନ୍ତି ସ୍ତ୍ରୀ ଓ ୩ଛୁଆ। ହେଲେ ନାଁ ସେ ଫୋନ ଉଠାଉଛି ନାଁ ମେଡିକାଲ ଆସୁଛି। ଏବେ ଅସହାୟ ମହିଳାଙ୍କୁ ସହଯୋଗର ହାତ ବଢ଼ାଇଛି ବାଲେଶ୍ୱରର ବିପଦର ବନ୍ଧୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ।
ସୁଜାତାଙ୍କ ବିଷୟରେ ଖବର ପାଇବା ପରେ ଏହି ସଙ୍ଗଠନ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ପରେ ବିଧାୟକଙ୍କ ପରାମର୍ଶ କ୍ରମେ ମହିଳାଙ୍କୁ ନୀଳଗିରି ମେଡିକାଲକୁ ଆଣିଥିଲେ। ଏପରିକି ବିଧାୟକ ନିଜେ ମେଡ଼ିକାଲରେ ପହଞ୍ଚି ସୁଜାତାଙ୍କ ଚିକିତ୍ସାର ବ୍ୟବସ୍ଥା କରାଇ ଦେବା ସହ ତାଙ୍କ ସ୍ୱାମୀଙ୍କୁ ଲୋକ ଲଗାଇ ଡକାଇଛନ୍ତି ।
ରୋଗୀଣା ସ୍ତ୍ରୀ ଓ କୁନି ପିଲାଙ୍କୁ ଏପରି ଅସହାୟ ଅବସ୍ଥାରେ ଛାଡିଦେବା ଘଟଣାକୁ ନିନ୍ଦା କରାଯିବା ସହ ସ୍ୱାମୀ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି ଉଠିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)