• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କୁଆଡ଼େ ଯିବେ ବିସ୍ଥାପିତ ? କିଏ ଶୁଣିବ ବିସ୍ଥାପିତଙ୍କ ଦୁଃଖ ? କଟକ ନରସିଂହପୁର ବ୍ଲକ ଓଲବ ପଞ୍ଚାୟତରେ ବଢ଼ିଚାଲିଛି ବିସ୍ଥାପିତଙ୍କର ଦୁଃଖ । ଓଲବ ପଞ୍ଚାୟତ ଦେଇ ଯାଉଥିବା ହାଡୁଆ ମଧ୍ୟମ ଜଳ ସେଚନ ପ୍ରକଳ୍ପ ପାଇଁ ବୋରସ, ମହୁଲମଡ଼ା, ଶିମିଳିବୋଲ ଗୁପ୍ତ ମାଣିକର ଅନେକ ଗାଁ ବିସ୍ଥାପିତ ହେବ ବୋଲି ଗତ କିଛିଦିନ ତଳେ ସର୍ଭେ ଆସିଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ଛନକା ପଶିଛି । 

ତେବେ ଅନେକ ଲୋକଙ୍କର ଜମିବାଡ଼ି ଘର ଯାଉଛି କିନ୍ତୁ ମିଳୁନି ଉପଯୁକ୍ତ ପ୍ରାପ୍ୟ । ପୂର୍ବରୁ ନରସିଂହପୁର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଅଧିକ ଅର୍ଥ ଲୋଭ ଦେଖାଇ ଅନୁମତି ନେଇଥିଲେ । ହେଲେ ଏବେ ସ୍ୱଳ୍ପ ଅର୍ଥ ଦିଆଯାଉଥିବାରୁ ସ୍ଥାନୀୟ ଲୋକେ ବିସ୍ଥାପିତ ହେବାକୁ ଅରାଜି । 

ସୂଚନା ମୁତାବକ ଓଲବ ପଞ୍ଚାୟତର ଶିମିଳିବୋଲ ଓ ଗୁପ୍ତ ମାଣିକ ଗାଁର ୩୫ଟି ପରିବାରର ଜମି ଉପରେ ହାଡୁଆ ପ୍ରକଳ୍ପ କେନାଲ ଯାଉଛି । ବୋରସ, ମହୁଲମଡ଼ା ଗାଁର ୬୦ ପରିବାରର ଜମି ଓ ବାସଗୃହ ଉପରେ ତିଆରି ହେବ ହାଡୁଆ ପ୍ରକଳ୍ପ । ଏଣୁ ୬୦ ପରିବାର ପାଇଁ ଓଲବ ପଞ୍ଚାୟତର କଂସେଇଲୋ ନିକଟରେ ଥିବା ବାଲିମାଳ ନିକଟରେ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ପୂର୍ବରୁ ପରିବାର ପିଛା ୮ ଲକ୍ଷ ସହ ଆବାସ ଯୋଜନାରେ ଘର ଓ ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହା ସହ ଯେଉଁ ଜମି ଉପରେ ପ୍ରକଳ୍ପ କାର୍ଯ୍ୟ ହେବ ସେହି ଜମି ଏକର ପିଛା ୫୦ ହଜାର ଟଙ୍କା ଦିଆଯିବ ବୋଲି ଚୁକ୍ତି ସରିଛି । ତେବେ ଏହି ମୂଲ୍ୟକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ଅନ୍ୟପଟେ ଏନେଇ ନରସିଂହପୁର ହାଡୁଆ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କର ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ କ୍ୟାମେରା ସାମ୍ନାରେ କିଛି କହିବା ପାଇଁ ମନା କରିଦେଇଥିଲେ । ତେବେ ଦେଖିବାର କଥା କେବେ ଆଲୋଚନା ଦ୍ୱାରା ଗ୍ରାମବାସୀଙ୍କର ସମସ୍ୟାର ସମାଧାନ ହେଉଛି । 

OTV is now on Whatsapp

Join and get latest news update delivered to you via whatsapp

Join Now