• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କିଚିରିମିଚିରି ଶବ୍ଦରେ ଫାଟିପଡ଼ୁଛି ପୂରା ପରିବେଶ । ଗଛସାରା ବସା ବାନ୍ଧିଛନ୍ତି ଧଳାଧଳା ପକ୍ଷୀ । ଏମିତି ଏକ ମନୋରମ ଦୃଶ୍ୟ ଯେ, ଦେଖିବାକୁ ପାଦ ଅଟକିଯିବ । କୋରାପୁଟ ସହରରେ ଦେଖିବାକୁ ମିଳୁଛି ଏମିତି ଦୃଶ୍ୟ । ସବୁଜିମା ଓ ପ୍ରକୃତିରେ ଭରା ଏଇ ଜିଲ୍ଲା । ଏଠି ପାହାଡ଼ର ପାଦ ଚୁମେ ମେଘ । ବର୍ଷା ଏଠି ଗୀତ ଗାଏ । ଶୀତ ଓ ବସନ୍ତ ଋତୁ ପରେ ପରେ ନିଜ ବାସସ୍ଥାନକୁ ନଫେରି କୋରାପୁଟର ଜଳବାୟୁକୁ ପସନ୍ଦ କରିଛନ୍ତି ଇଷ୍ଟର୍ଣ୍ଣ କ୍ୟାଟେଲ୍ ଏଗ୍ରେଟ୍ ପକ୍ଷୀ ।

କୋରାପୁଟ ସହରର ରାଉଳ ଶିବ ମନ୍ଦିର ନିକଟରେ ଏହି ପକ୍ଷୀମାନେ ରହୁଛନ୍ତି । ୧୨୦୦ରୁ ଊର୍ଦ୍ଧ୍ୱ ଇଷ୍ଟର୍ଣ୍ଣ କ୍ୟାଟେଲ୍ ଏଗ୍ରେଟ୍ ପକ୍ଷୀ କୋରାପୁଟର ଜଳବାୟୁ ସହ ଖାପଖୁଆଇ ୫ଟି ଗଛରେ ବସା ବାନ୍ଧିଛନ୍ତି । ହେଲେ ଆଗରୁ ଏଠାରେ ଏତେ ପରିମାଣର ପକ୍ଷୀ ଦେଖାଯାଉ ନଥିଲେ ।

ଏକାଥରେ ଏତେ ସଂଖ୍ୟକ ପକ୍ଷୀ ରହିବାକୁ ନେଇ ଅଞ୍ଚଳ ଲୋକ ଖୁସି ବ୍ୟକ୍ତ କରିଛନ୍ତି । ସେପଟେ ଏହି ପକ୍ଷୀ ମାନେ ବ୍ରିଡିଂ ସମୟରେ ବର୍ତ୍ତମାନର କୋରାପୁଟର ଜଳବାୟୁକୁ ଆପଣେଇଥିବା ଗବେଷକମାନେ କହୁଛନ୍ତି । ସକାଳୁ ସଞ୍ଜ ଯାଏଁ ପକ୍ଷୀଙ୍କ କୋଳାହଳରେ ଫାଟିପଡ଼ୁଛି ପରିବେଶ ।

ବଗ ପରି ଧଳାରଙ୍ଗର ପକ୍ଷୀ ଦେଖିବାକୁ ଯେତିକି ମନୋଲୋଭା ସେମାନଙ୍କ କିଚିରିମିଚିର ଶବ୍ଦ ପକ୍ଷୀ ପ୍ରେମୀଙ୍କୁ ଆହୁରି ଆକୃଷ୍ଠ କରୁଛି । ରାଉଳ ଶିବ ମନ୍ଦିର ଅଞ୍ଚଳରେ ଥିବା ଗୋଟିଏ ପଣସ ଗଛ, ତିନିଟି ତେନ୍ତୁଳି ଗଛ ଓ ଗୋଟିଏ ଆମ୍ବଗଛରେ ବସା ବାନ୍ଧିଛନ୍ତି ଏହି ପକ୍ଷୀ।

ତେବେ କୋରାପୁଟ ସହରରେ ଏହି ଇଷ୍ଟର୍ଣ୍ଣ କ୍ୟାଟେଲ୍ ଏଗ୍ରେଟ୍ ପକ୍ଷୀଙ୍କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି । ପକ୍ଷୀ ପ୍ରେମୀମାନେ ଏମାନଙ୍କୁ ନେଇ ଅନେକ ମତାମତ ରଖୁଛନ୍ତି । ଏମାନଙ୍କ ଉପସ୍ଥିତ ଓ କୋଳାହଳର ଶବ୍ଦ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରୁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now