/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728722795.jpg)
Craft Lord Jagannath
ପାଠ ପଢ଼ୁଛନ୍ତି ବିଟେକ୍... ହେଲେ ବାନ୍ଧି ଦେଇଛି କାଳିଆ ପ୍ରେମ । ଭଳିକି ଭଳି ସୁନ୍ଦର ସୁନ୍ଦର ଓ ଛୋଟ ବଡ଼ ଜଗନ୍ନାଥ ମୂର୍ତ୍ତି ତିଆରି ଏବେ ବେଶ୍ ଚର୍ଚ୍ଚାରେ ଶୁଭମ । ଅଦରକାରୀ ପୁରୁଣା ନିୟୁଜ ପେପର ଖଣ୍ଡକୁ ନେଇ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ପ୍ରତିମୂର୍ତ୍ତି ତିଆରି କରି ତା’କୁ ଜୀବନ୍ତ ରୂପ ଦେଉଛନ୍ତି ।
ଗଜପତି ଜିଲ୍ଲା ମୋହନା ଗାଁର ପି. ଶୁଭମ ରାଓ ବ୍ରହ୍ମପୁର ସେଞ୍ଚୁରୀୟାନ ୟୁନିଭାର୍ସିଟିର ପ୍ରଥମ ବର୍ଷର ବିଟେକ ଛାତ୍ର l ପିଲାଟି ଦିନରୁ ବିଦ୍ୟାଳୟରେ ଭଲ ପାଠ ପଢିବା ସହ ଆର୍ଟ ଓ କ୍ରାଫ୍ଟ ପ୍ରତି ଶୁଭମଙ୍କ ଅହେତୁକ ଆଗ୍ରହ ରହିଥିଲା l ବିଭିନ୍ନ ସମୟରେ ବିଦ୍ୟଳୟରେ ଅନୁଷ୍ଠିତ ବିଜ୍ଞାନ ମେଳା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଯୋଗିତାରେ ଶୁଭମ ଅଂଶ ଗ୍ରହଣ କରୁଥିଲେ । ଆଉ ଅନେକ ଥର ପୁରସ୍କୃତ ବି ହୋଇଛନ୍ତି l ଏବେ ପୁରୁଣା ନିୟୁଜ ପେପର ଆଣି ତାକୁ ଛୋଟ ଛୋଟ ଖଣ୍ଡ କରି ସେଥିରେ ଫେବିକଲ ଅଠା ଓ ପୁଟି ମିଶାଇ ଗଢ଼ିଚାଲିଛନ୍ତି ମହାପ୍ରଭୁଙ୍କ ମୂର୍ତ୍ତି l ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ ।
ମହାପ୍ରଭୁଙ୍କ ମୂର୍ତ୍ତି କରି ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି ପି. ଶୁଭମ ରାଓ । ଯଦି ଆଗାମୀ ଦିନରେ ଶୁଭମଙ୍କୁ ସରକାରୀ ପ୍ରତ୍ସାହନ ମିଳେ ତେବେ ସେ ବିଭିନ୍ନ ପ୍ରକାର ଆର୍ଟ କ୍ରାଫ୍ଟ ମଧ୍ୟରେ ନୂଆ ନୂଆ ପ୍ରତିମୂର୍ତ୍ତି ତିଆରି କରିବା ସହ ଅନ୍ୟ ଯୁବକମାନଙ୍କୁ ମଧ୍ୟ ତାଲିମ ଦେଇ ପାରିବେ ବୋଲି ସେ ଆଶା ରଖିଛନ୍ତି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)