• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିଆସିଲି କାଠିରେ ଭବ୍ୟ ରାମମନ୍ଦିର । ୬୦ ହଜାର ଦିଆସିଲି କାଠିକୁ ଏକାଠି କରି ଅତି ନିଖୁଣ ଭାବେ ଅଯୋଧ୍ୟାର ରାମ ମନ୍ଦିର ତିଆରି କରାଯାଇଛି । ମନ୍ଦିରକୁ ଆହୁରି ସୁନ୍ଦର କରିବାକୁ ସେଥିରେ ଖଞ୍ଜାଯାଇଛି ଇଲେକ୍ଟ୍ରି ଲାଇଟ । ଧଳାଧଳା ଏହି ମନ୍ଦିରରେ ଚିକ୍‌ମିକ୍‌ ଲାଇଟ୍‌ ଯେମିତି ତା’ର ସୁନ୍ଦରତାକୁ ଆହୁରି ଦ୍ୱିଗୁଣିତ କରିଦେଉଛି ।

ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଛୋଟ ବୟସରୁ ହିଁ ପ୍ରତିଭାର ବାସ୍ନା ଫୁଟିଉଠେ । ନାଁ ତାଙ୍କର ରାକେଶ ସାହୁ, ଅର୍ଥାଭାବରୁ ସିନା ଅଧାରୁ ପାଠ ଛାଡିଥିଲେ, କିନ୍ତୁ ଘରେ ବସି ଚିତ୍ର କରିବା ସହ ବିଭିନ୍ନ ପ୍ରକାର ପ୍ରକଳ୍ପ କରି ସେ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି । ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ପଳିକିରୀ ମେଲଣଡିହ ଗାଁରେ ରାକେଶଙ୍କ ଘର।

 

୨୦୧୮ ମସିହାରେ ମାଟ୍ରିକ ପାସ କରି ଅର୍ଥ ଅଭାବରୁ ଆଉ ପାଠ ପଢ଼ିପାରିନଥିଲେ । ହେଲେ ସଂଘର୍ଷମୟ ଜୀବନରେ ସ୍ୱପ୍ନ ଥିଲା ଗୋଟେ ଚିତ୍ରକର ହେବା । ଆଉ ସେଥିପାଇଁ ସେ ଏବେ ବି ହାର ମାନିନାହାନ୍ତି । ମାତ୍ର ୨୩ ବର୍ଷ ବୟସରେ ନିଜର ବୁଦ୍ଧି ବଳରେ ଜଣେ ସୁନ୍ଦର ଚିତ୍ରକର ଭାବରେ ଅଞ୍ଚଳରେ ନାମ ଅର୍ଜନ କରିଛନ୍ତି ।

ବର୍ତ୍ତମାନ ସେ ଦିଆସିଲି କାଠିରେ ରାମମନ୍ଦିର ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ଆଗକୁ ଜଣେ ଆହୁରି ଭଲ ଚିତ୍ରକର ହୋଇ ଇଣ୍ଡିଆ ଗେଟ, ବିଧାନସଭା ଗୃହ ସହ ଅନେକ ଐତିହାସିକପୂର୍ଣ୍ଣ ସ୍ଥାନର ଚିତ୍ର ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ରାକେଶଙ୍କ ଭବିଷ୍ୟତ ପାଇଁ ବାଧକ ସାଜିଛି ଅର୍ଥ । ଏଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ କିଛି ସହାୟତା କରିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now