Advertisment

ଭରତପୁର ଥାନାରେ ନୂଆ IICଙ୍କ ପୂଜାପାଠ; ଗେଟ୍‌ରେ ଝୁଲାଇଲେ ଲଙ୍କା, ଲେମ୍ବୁ...

ସ୍ବତନ୍ତ୍ର ପୂଜାର ଆୟୋଜନ କଲେ ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ । ନୂଆ ଜଏନ୍‌ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଲେ ଆଇଆଇସି ଦୀପକ ଖଣ୍ଡାୟତରାୟ।

author-image
Sujit kumar Swain
ଅଦ୍ୟତନ ହୋଇଛି
Bhubaneswar Army Officer Case: Special Puja Performed At Bharatpur Police Station In Bhubaneswar

puja performed

ଚର୍ଚ୍ଚିତ ଭରତପୁର ଥାନାରେ ନୂଆ ଆଇଆଇସି କଲେ ପୂଜାପାଠ । ସ୍ବତନ୍ତ୍ର ପୂଜାର ଆୟୋଜନ କଲେ ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ । ନୂଆ ଜଏନ୍‌ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଲେ ଆଇଆଇସି ଦୀପକ ଖଣ୍ଡାୟତରାୟ । ପୂଜାପାଠ ସହ ଥାନା ଗେଟ୍‌ରେ ଲଙ୍କାଲେମ୍ବୁ ଝୁଲାଇଲେ ମଧ୍ୟ ଆଇଆଇସି । 

Advertisment

ଏପଟେ ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ହେଲା ବାରଣ । ସମସ୍ତ ଥାନାର ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ  ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏଡିଜି ଆଧୁନିକୀକରଣଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାମଲାର ତଦନ୍ତର ଅନୁଧ୍ୟାନ ପାଇଁ ମନା କଲେ ହାଇକୋର୍ଟ।

ଅଧିକ ପଢ଼ନ୍ତୁ: ‘ଜଣେ ଝିଅର ଚରିତ୍ର ସଂହାର କରିବା ଠିକ୍ ନୁହେଁ, ନ୍ୟାୟ ନିଶ୍ଚିତ ମିଳିବ’

Advertisment

ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି ଭରତପୁର ଥାନା ନିର୍ଯାତନାର ପୀଡ଼ିତା। ତାଙ୍କ ବାପା ଓ ମେଜର ମଧ୍ୟ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଲୋକସେବା ଭବନରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ। 

ଅପରପକ୍ଷେ ନ୍ୟାୟ ନିଶ୍ଚିତ ମିଳିବ। ଆଜି କିଛି ଏଭଳି କହିଛନ୍ତି ଭାରତପୁର ଥାନା ମାମଲାର ବିଚାର ବିଭାଗୀୟ ତଦନ୍ତ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ। ଓଟିଭିକୁ ସ୍ବତନ୍ତ୍ର ଭାବେ ସୂଚନା ଦେଇ ବଡ଼ ମନ୍ତବ୍ୟ ରଖିଛନ୍ତି ଜଷ୍ଟିସ୍ ଦାଶ। ସପ୍ତାହକ ଭିତରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ। ରୋଡ ରୋମିଓ, ପୋଲିସ, ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀ ତଦନ୍ତ ପରିସରଭୁକ୍ତ କରାଯିବ। ଉଭୟ ଜୁଡିସିଆଲ ଓ କ୍ରାଇମବ୍ରାଞ୍ଚ ତଦନ୍ତ ହେବା ଦରକାର। ଉଭୟ ତଦନ୍ତର ଦିଗ ଅଲଗା ଅଲଗା ଭାବେ ଗତି କରିବ। ସବୁଠୁ ବଡ଼ କଥା ହେଉଛି, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ୍ ଦାଶ। 

Police Police Station
Advertisment
Advertisment