ଶେଷ ହୋଇଛି ପ୍ରତୀକ୍ଷା । ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ଦୀର୍ଘ ପାଞ୍ଚ ଦଶନ୍ଧି ପରେ ଖୋଲିଛି ରତ୍ନଭଣ୍ତାର । ତେବେ ଶ୍ରୀମନ୍ଦିରରୁ ବାହାରିବା ପରେ ମନ୍ତବ୍ୟ ରଖିଛନ୍ତି ମୁଖ୍ୟ ପ୍ରଶାସକ । ଭିତର ଭଣ୍ଡାର ଅଳଙ୍କାର ଆଜି ଖୋଲିଲୁନି ବୋଲି କହିଲେ ଅରବିନ୍ଦ ପାଢ଼ୀ । ଆଜି ଖୋଲାଯାଇପାରିଲାନି, ଆଉ ଦିନେ ଖୋଲାଯିବ ।
ବାହାର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ କାମ ବହୁତ ସମୟ ଲାଗିଗଲା । କାଲି ବାହୁଡ଼ା ଯାତ୍ରା ଥିବାରୁ ଅନେକ ନୀତିକାନ୍ତି ରହିଛି । ବାହୁଡ଼ା, ସୁନାବେଶ ସରିବା ପରେ ଆଉ ଦିନେ ନିର୍ଦ୍ଧାରଣ କରାଯିବ ବୋଲି କହିଲେ । ଦିନ ନିର୍ଦ୍ଧାରଣ କରାଯାଇ ସେହିଦିନ ଭିତର ଭଣ୍ଡାର ଖୋଲିବୁ ବୋଲି କହିଲେ ।
Also Read
ଭିତର ଭଣ୍ଡାର ଅଳଙ୍କାରକୁ ଖଟଶେଜ ଘରକୁ ସ୍ଥାନାନ୍ତର କରାଯିବ । ଅଳଙ୍କାର ସ୍ଥାନାନ୍ତରଣ ପରେ ଏଏସ୍ଆଇ ରକ୍ଷଣାବେକ୍ଷଣ କାମ କରିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ତାଲା ଭାଙ୍ଗି ଭିତର ରତ୍ନ ଭଣ୍ତାର ଖୋଲାଗଲା । ତେବେ ଭିତର ରତ୍ନଭଣ୍ଡାର ତାଲା ଚାବିରେ ଖୋଲିପାରିଲା ନାହିଁ । ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲିଲା ନାହିଁ ବୋଲି କହିଲେ । ଏଣୁ ଏସ୍ଓପି ଅନୁସାରେ ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲାଗଲା ।
ବାହାର ଭଣ୍ଡାର ଅଳଙ୍କାର ସବୁ ସ୍ଥାନାନ୍ତର ହେଲା ବୋଲି ମଧ୍ୟ କହିଛନ୍ତି ମୁଖ୍ୟ ପ୍ରଶାସକ । ଏସ୍ଓପି ଅନୁସାରେ ବାହାର ରତ୍ନଭଣ୍ଡାର ତାଲା ଖୋଲାଗଲା । ତାଲା ଖୋଲାଯାଇ ସବୁ ଅଳଙ୍କାର ସ୍ଥାନାନ୍ତରଣ କରାଗଲା । ଚାଙ୍ଗଡ଼ା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର । ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପରେ ସିଲ୍ କରାଗଲା ବୋଲି କହିଛନ୍ତି ।
ତେବେ ଭିତର ରତ୍ନ ଭଣ୍ତାର ଖୋଲିଥିବା ବେଳେ ସେଥିରୁ କୌଣସି ଅଳଙ୍କାର ସ୍ଥାନାନ୍ତର ହୋଇନଥିବା କହିଛନ୍ତି ମୁଖ୍ୟ ପ୍ରଶାସକ । ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଭିତରକୁ ଗଲୁ । ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଗେଟ୍କୁ ଗଲୁ ବୋଲି କହିଛନ୍ତି । ସେଠାରେ ଥିବା ୩ଟି ତାଲା ଟ୍ରେଜେରିରୁ ଆସିଥିବା ଚାବିରେ ଖୋଲିଲାନି ।
ଏଣୁ ନିୟମାନୁସାରେ ସେଠାରେ ପଡ଼ିଥିବା ୩ଟି ତାଲା ଭଙ୍ଗାଗଲା । ତାଲା ଭଙ୍ଗାଗଲା ପରେ ଭଣ୍ଡାର ଭିତରକୁ ପୂରା କମିଟି ଗଲା ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଅଳଙ୍କାର ସବୁ ସେଠାରେ ସିନ୍ଦୁକ, ଆଲମାରୀରେ ରହିଥିଲା । ତେବେ ସିନ୍ଦୁକ, ଆଲମାରୀଗୁଡ଼ିକୁ ଆମେ ଆଜି ଖୋଲିଲୁ ନାହିଁ । ତାକୁ ସ୍ଥାନାନ୍ତରଣ କରିବା ଆଜି ସମ୍ଭବ ନୁହେଁ ।
ଏଣୁ ଖୋଲାଗଲାନି ବୋଲି କହିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଅନ୍ୟପଟେ ତଢ଼ଉ କରଣ କହିଛନ୍ତି ଯେ, ଭିତରେ ପାଣି ଜକଉଛି । ଚଟାଣ ଓଦା ଥିବା ମଧ୍ୟ ସୂଚନା ମିଳୁଛି । ତଥାପି ଭିତରେ ସବୁ ଠିକ୍ ଅଛି ବୋଲି କହିଛନ୍ତି ତଢ଼ଉ କରଣ ।