• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବ୍ରହ୍ମପୁର MKCG ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ । MBBS ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି । ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ନ୍ୟାସନାଲ ମେଡିକାଲ କାଉନସିଲର ଆଣ୍ଟି ରାଗିଂ ସେଲରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଡିନ୍‌ଙ୍କୁ ଚିଠି ଲେଖିଛି NMC । NMC ପକ୍ଷରୁ ଚିଠି ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିନ୍ ।

ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ଅନ୍ଧାର କରି ପିଟିବା ସହ ନଚାଇବା, ଗାଳି ଗୁଲଜ କରିବା ଭଳି ଅଭିଯୋଗ ହୋଇଛି । ହଷ୍ଟେଲର କୌଣସି ଛାତ୍ର ମୁହଁ ଖୋଲୁନାହାନ୍ତି। ମାନସିକ ଓ ଶାରୀରିକ ନିର୍ଯାତନା ନେଇ NMCରେ ଅଭିଯୋଗ ରହିଛି । ଏନେଇ କଲେଜର ଆଣ୍ଟି ରାଗିଂ ସେଲରେ ବୈଠକ ବସିବ । ଏଥିରେ ଉଭୟ ଦ୍ବିତୀୟ ବର୍ଷ ଓ ସିନିୟର ଛାତ୍ର ମାନେ ବୈଠକରେ ଉପସ୍ଥିତ ରହିବେ । ଅଭିଯୋଗର ସତ୍ୟାସତ୍ୟ ମିଳିଲେ ରାଗିଂ କରିଥିବା ଛାତ୍ରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏମକେସିଜି ମେଡିକାଲ ଡିନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now