/odishatv-khabar/media/post_attachments/uploadimage/library/16_9/16_9_0/Sulata_Deo_1724986565.jpg)
Sulata Deo
ଭୁବନେଶ୍ୱର ବିମାନବନ୍ଦରରୁ ଜବତ ବିପୁଳ ପରିମାଣର ସୁନା-ରୂପା, ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଗୁଜରାଟ ଚାଲାଣ ହେଉଥିଲା ବୋଲି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ଆରୋପ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର।
ଜଗୁନି କହିଛନ୍ତି- ମହାପ୍ରଭୁଙ୍କ ସୁନା ଟିକେ ବି କେହି କୁଆଡ଼େ ନେଇ ପାରିବେନି। ତେଣୁ ସାଂସଦ ଏଭଳି ଅଭିଯୋଗ ଆଣିବା ଅସୁନ୍ଦର, ଅଶୋଭନୀୟ ଓ ପାଗଳାମି। ରତ୍ନଭଣ୍ଡାର ଖୋଲା ହେଉ ହେଉ କଣ ସୁନା-ରୂପା ଉଡ଼ି ଚାଲିଗଲା କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଜଗୁନି।
ଅଧିକ ପଢ଼ନ୍ତୁ: ଆନନ୍ଦ ବଜାରରେ ଭକ୍ତଙ୍କୁ ଆଉ ହେବନି ଅସୁବିଧା, ହେବେନି ଠକାମୀର ଶିକାର !
ଭୁବନେଶ୍ୱରରୁ ଜବତ ବିପୁଳ ପରିମାଣର ସୁନା ଓ ରୂପା ପୁରୀ ରତ୍ନଭଣ୍ଡାରରୁ ଏକ ପ୍ରାଇଭେଟ ବିମାନରେ ଚାଲାଣ ହେଉଥିଲା ବୋଲି କଟାକ୍ଷ କରି ଗତ ୨୬ ତାରିଖ ଦିନ ନିଜ ଏକ୍ସରେ ପ୍ରଥମେ ଏକ ପୋଷ୍ଟ କରିଥିଲେ ପୂର୍ବତନ ସାଂସଦ ତଥାଗତ ଶତପଥି। ପରେ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ଏକ ଭିଡ଼ିଓ ଛାଡ଼ି ତଥାଗତଙ୍କ କଣ୍ଠରେ ସରସ୍ୱତୀ ବିରାଜିଲେ ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଯାହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)