• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଖୁବଶୀଘ୍ର ହେବ ମେଘନାଦ ପାଚେରୀରେ ଫାଟ ମରାମତି । ଏହାକୁ ଗୁରୁତ୍ୱର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ଶ୍ରମିକମାନେ ମେଘନାଦ ପାଚେରୀରୁ ଶିଉଳି ଛଡ଼ାଉଛନ୍ତି । ମେଘନାଦ ପାଚେରୀରେ ପାଣି ଝରୁ ଥିବାରୁ ଏହା ପ୍ରତି ବିପଦ ସୃଷ୍ଟି ହୋଇଥିବା କୁହାଯାଉଛି । ଏସମ୍ପର୍କିତ ଖବର ପ୍ରସାରଣ ପରେ ଶିଉଳି ଛଡ଼ା କାମ ଆରମ୍ଭ ହୋଇଛି ।

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଏସବୁ ଫାଟରୁ ପାଣି ଗଳୁ ଥିବା ନଜରକୁ ଆସିଛି । ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ଆନନ୍ଦବଜାରର ହାତ ଧୁଆ ପାଣି ମେଘନାଦ ପାଚେରୀର ଏହି ଫାଟ ଦେଇ ବାହାକୁ ବାହାରୁଛି । ଦୀର୍ଘ ଦିନରୁ ଏସବୁ ପାଣି ଗଳି ବାହାରକୁ ପଡ଼ୁଛି ।

ଫଳରେ ପାଚେରୀ ଉପରେ ଶିଉଳି ବି ମାଡ଼ି ଗଲାଣି । ମେଘନାଦ ପାଚେରୀରେ ଫାଟ ତୁରନ୍ତ ମରାମତି କରାଯିବ । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଅତୀତର କିଛି ଭୁଲ କାରଣରୁ ଭବିଷ୍ୟତର ଭୁଲ ହୁଏ । ଯାହା ଅସୁବିଧା ହୋଇଛି ତାର ତୁରନ୍ତ ମରାମତି କରାଯିବ ।

ଯେମିତି କୌଣସି ସମସ୍ୟା ହେବ ନାହିଁ ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଏଏସଆଇ ଓ ଟେକ୍ନିକାଲ୍ ଚିମ୍ ସର୍ଭେ କରିଛନ୍ତି । ଘଟଣାକୁ ଗୁରୁତର ସହ ନିଆଯାଇଛି ଓ ଖୁବଶୀଘ୍ର ମରାମତିର ବ୍ୟବସ୍ଥା କରାଯିବ ।

OTV is now on Whatsapp

Join and get latest news update delivered to you via whatsapp

Join Now