ବରିଷ୍ଠ IPS ଅଫିସର ରାଜେଶ ପଣ୍ଡିତ ସସ୍ପେଣ୍ଡ। ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ଚାକିରିରୁ ନିଲମ୍ବିତ। କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ରାଜେଶ ପଣ୍ଡିତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗତ ୨୭ ତାରିଖ ରାତିର ଘଟଣା ପାଇଁ ସସ୍ପେଣ୍ଡ ହୋଇଛନ୍ତି। ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ନିଲମ୍ବିତ ହୋଇଥିଲେ। ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ରାଜେଶ ପଣ୍ଡିତଙ୍କ ବିରୋଧରେ ରିପୋର୍ଟ ଦେଇଥିଲେ ପୋଲିସ ଡିଜି ଅରୁଣ ଷଡଙ୍ଗୀ। ଅଭିଯୋଗ ହୋଇଥିଲା, ଗତ ୨୭ ତାରିଖରେ ଆଇପିଏଏସ୍ ପଣ୍ଡିତ୍ କ୍ରାଇମବ୍ରାଞ୍ଚର ଏକ ଶାଖାରେ କାର୍ଯ୍ୟରତ ମହିଳା ଇନ୍ସପେକ୍ଟରଙ୍କ ଘରକୁ ଯାଇଥିଲେ। ସେଠାରେ ଭଙ୍ଗାରୁଜା କରିବା ସହ ତାଙ୍କ ସ୍ୱାମୀଙ୍କୁ ମାଡ ମାରିଥିଲେ।
Also Read
ପଢନ୍ତୁ ଏହି ଖବର: ଅବସରକୁ ଥିଲା ୮ ମାସ, ଜାଲ ପକାଇଦେଲା ଭିଜିଲାନ୍ସ, ୫୨ ପ୍ଲଟ୍ ସହ ୫ ଆଲିସାନ୍ କୋଠା ଠାବ
#DIG_ରାଜେଶ_ପଣ୍ଡିତ_ସସ୍ପେଣ୍ଡ
— ଓଟିଭି (@otvkhabar) July 30, 2024
-ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସ୍ପେଣ୍ଡ
-କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ସସ୍ପେଣ୍ଡ
-ଗତ ୨୭ ତାରିଖ ରାତିର ଘଟଣା ପାଇଁ ସସ୍ପେଣ୍ଡ
-ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ସସ୍ପେଣ୍ଡ
-ରାଜେଶ ପଣ୍ଡିତଙ୍କ ସସ୍ପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ… pic.twitter.com/A9x0EpS5Yy