Advertisment

Kalki Avatar Row: ଇୟେ କେମିତି କା ଆଶ୍ରମ!! ଝିଅଙ୍କ ସହ ସମୟ ବିତାଉଥିଲେ ବାବା, ଟଙ୍କା ନେଇ ଲୋକଙ୍କୁ ଭଣ୍ଡୁଥିଲେ

ବିଶ୍ୱାସ ଆଉ ଗୁରୁଶିଷ୍ୟ ପରଂପରା ନାଁରେ ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଚାଲିଥିଲା କି ଭାଣ୍ଡାମୀ?

undefined

Kalki Avatar Row

Advertisment

ବିଶ୍ୱାସ ଆଉ ଗୁରୁଶିଷ୍ୟ ପରଂପରା ନାଁରେ ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଚାଲିଥିଲା କି ଭାଣ୍ଡାମୀ? ଭକ୍ତ-ଭକ୍ତି ଓ ଭଗବାନ ନାଁରେ ସରକାରୀ ଜମିକୁ ମାଡ଼ିବସି ଏକ ସାମ୍ରାଜ୍ୟ ଛିଡ଼ା କରାଇବାକୁ ରଚାଯାଉଥିଲା କି ମସୁଧା ? ଆଜି ତୃତୀୟ ଦିନରେ ଆଶ୍ରମ ଜମିର ଖୋଳତାଡ଼ କରିଥିବା ପ୍ରଶାସନିକ ଅଧିକାରୀଙ୍କ ଏଭଳି ଇଙ୍ଗିତ ଏବଂ କିଛି ସାଧାରଣ ଜନତାଙ୍କ ସଂଗୀନ ଅଭିଯୋଗ ପରେ ଏବେ ଏମିତି ଆଶଙ୍କା କରାଯାଉଛି। କିନ୍ତୁ ଆଶ୍ରମ ପକ୍ଷରୁ ଆଜି ଆଉ କେହି ମୁହଁ ଖୋଲିନାହାନ୍ତି ।

Advertisment

ସରକାରୀ ଜମି ଉପରେ ଛିଡ଼ା ହୋଇଛି କି ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ? ଭଗବାନଙ୍କ ନାଁରେ ଜାଗା ମାଡ଼ି ବସି ତଥାକଥିତ କୁନି କଳ୍କକୀଙ୍କ ପାଇଁ ପ୍ରତିଷ୍ଠା କରାଯାଉଥିଲା କି ବିରାଟ ସାମ୍ରାଜ୍ୟ ? କାହା ଅନୁମତିରେ ନିର୍ମାଣ କରାଯାଇଛି ବୈକୁଣ୍ଠ ଧାମ ଆଶ୍ରମର ଏହି ୩ ମହଲା କୋଠା ? ଚାଲିଛି ଖୋଳତାଡ଼ । ଫିତା ପକାଇ କରାଯାଇଛି ମାପଚୁପ ।

ଆଶ୍ରମରେ ଆଜି BDAର ୮ ଜଣିଆ ଟିମ୍ ସହ ଏଭଳି ସରଜମିନ ତଦନ୍ତ କରିଛି ସାଧାରଣ ପ୍ରଶାସନ ବିଭାଗ । GA ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ଡାଇରେକ୍ଟର କହିଛନ୍ତି, ବର୍ତ୍ତମାନ ଯେଉଁ ସ୍ଥାନରେ ଆଶ୍ରମ ଅଛି ତାହା ସରକାରୀ ଜମି ନା ସ୍ଥିତିବାନ, ସେନେଇ ତଦାରଖ କରିଛୁ । ପ୍ରାଥମିକ ତଦନ୍ତରେ ଯାହା ଦେଖିଲୁ ସେ ଜମି ସରକାରୀ ଜମି ଆସିପାରେ । ମାପଚୁପ ସରିଛି । ସରକାରଙ୍କୁ ରିପୋର୍ଟ ଦିଆଯିବ ।

Advertisment

ଅଧିକ ପଢ଼ନ୍ତୁ:ବାବାଙ୍କ ଉପରେ ଯୁବତୀଙ୍କ ସଙ୍ଗୀନ ଆରୋପ, ‘ଝିଅଙ୍କ ସହ ବୁଲନ୍ତି, ଟଙ୍କା ଉଡ଼ାନ୍ତି’

ସରକାରୀ ଜମିରେ ଆଶ୍ରମ ଗଢ଼ିଉଠିଥିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ । ବୈକୁଣ୍ଠଧାମ ଆଶ୍ରମରେ ଧାର୍ମିକ ଏବଂ ଆଧ୍ୟାତ୍ମିକ ଚେତନା ନାଁରେ ଯେଉଁ ଘଟଣା ସବୁ ଘଟୁଥିଲା, ତା’ର ଆଉ କିଛି ନୂଆ ଦିଗର ଅବତାରଣା କରି ଖଡଗହସ୍ତ କିଛି ମହିଳା । ତନ୍‌ଭୀ ନାମକ ଏହି ଯୁବତୀଙ୍କ ମୁହଁରୁ ଲୋକମୁଖରେ ଚର୍ଚ୍ଚିତ ସେହି ତଥାକଥିତ କଳ୍କୀ ବାବାଙ୍କ କାରନାମା ଶୁଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ ।

Advertisment

ତନ୍‌ଭୀଙ୍କ ଅଭିଯୋଗ ହେଲା, ବାବା କୁଆଡ଼େ ପାଦରେ, ବେକରେ ଆଉ ମୁଣ୍ଡରେ ତୁଳସୀ ପକାଇ ଏଇଠି ବସି ଲୋକଙ୍କ ଦୁଃଖସୁଖ ବୁଝୁଥିଲେ । ଏପରିକି ବାହାଘରଠୁ ସନ୍ତାନ ସନ୍ତତି ହେବା ଯାଏଁ କୁଆଡ଼େ ପ୍ରତିକାର ବି କରୁଥିଲେ । ଆଉ ଏହି ସେବା ବାବଦକୁ ଆଶ୍ରମ ପକ୍ଷରୁ ଆଦାୟ ହୁଏ ଲକ୍ଷ ଲକ୍ଷ ଟଙ୍କା । ତଥାକଥିତ କଳ୍କୀ ବାବା ପଟିଆ ଅଞ୍ଚଳରେ କେବେ କାଫେରେ ଝିଅ ମାନଙ୍କ ସହ ବସା ଉଠା କରନ୍ତି ତ ଆଉ କେବେ ଟଙ୍କା ଉଡ଼ାଉଥିବା ତନ୍‌ଭୀ ନିଜେ ଦେଖିଥିବା କହିଛନ୍ତି ।

ଏଣେ ବାବା ଓ ଆଶ୍ରମର କାର୍ଯ୍ୟକଳାପ ସଂପର୍କରେ ଏଭଳି ନାନା ଅଭିଯୋଗ ଭିତରେ ଆଶ୍ରମରେ ପହଞ୍ଚି ଗେଟରେ ଥିବା ‘ଶ୍ରୀ’ ଲେଖାକୁ କାଦୁଅ ବୋଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କିଛି ମହିଳା । ତା’ସହ ଆଶ୍ରମ ଉପରେ ଲାଗିଥିବା ନିର୍ଦ୍ଦିଷ୍ଟ ଏକ ପତାକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଅଭିଯୋଗ ଯଦି ସତ, ତାହେଲେ କାହା ଛତ୍ରଛାୟାରେ ଗଢ଼ିଉଠିଥିଲା ବୈକୁଣ୍ଠଧାମ ଆଶ୍ରମ ?

ତିନି ମହଲା ବିଶିଷ୍ଟ ଏହି ସବୁଜ କୋଠାରେ ବାସ୍ତବରେ ଚାଲୁଥିଲା କ’ଣ? କୁହାଯାଉଛି ଏହି କୋଠାରେ କୁଆଡ଼େ ବିଦେଶୀ ଭକ୍ତ ଏବଂ ଦୂରଦୂରାନ୍ତରୁ ଅନୁଗାମୀ ମଧ୍ୟ ଆସି ରହୁଥିଲେ । ତେବେ ସମଗ୍ର ଘଟଣା ଓ ତନ୍‌ଭୀଙ୍କ ଅଭିଯୋଗ ନେଇ ଆଶ୍ରମ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ତଥାକଥିତ ବାବାଙ୍କ ପିତା ପଣ୍ଡିତ କାଶୀନାଥ ମିଶ୍ର କାଲି ଓଟିଭିକୁ ପ୍ରତିକ୍ରିୟା ଦେଇ କହିଥିଲେ, ବୈକୁଣ୍ଠ ଧାମ ଆଶ୍ରମର ମୁଁ ସଦସ୍ୟ ନୁହେଁ । ମୁଁ ସେହି ୧୨୧୭/୧୩୬୨ ନମ୍ବର ପ୍ଲଟରେ ରୁହେଁ । ଆଶ୍ରମରେ ବି ସମୟ ବିତାଏ । କିନ୍ତୁ କାହାକୁ ଗୁଣି ଗାରେଡି କରି ଭଲ କରିଦେବା ଭଳି କୌଣସି କାର୍ଯ୍ୟକଳାପ ଚାଲେ ନାହିଁ ।

ଅଧିକ ପଢ଼ନ୍ତୁ:ବାଲି ଯାତ୍ରାରେ ମିଳୁଛନ୍ତି ସ୍ୱାମୀ-ସ୍ତ୍ରୀ !! ଦର ୪୦ ହଜାର ..

Girls Money
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ