ବୈକୁଣ୍ଠ ଧାମ ଆଶ୍ରମ ଭିତରେ ଆସର ବସୁଥିଲା, ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ । ବାବା ଗାଦିକୁ ଆସୁଥିଲେ ଆଉ ତାଙ୍କୁ ଦେଖିବାକୁ ଭିଡ଼ ଜମୁଥିଲା ।
ବୈକୁଣ୍ଠ ଧାମକୁ ନେଇ ଦିନକୁ ଦିନ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏହାରି ଭିତରେ ଆଜି ବାବାଙ୍କ ଦରବାରର ଭିଡିଓ ସାମ୍ନାକୁ ଆସିଛି । କେମିତି ଚାଲିଥିଲା ବାବାଙ୍କ ପୂଜା ।
୧୪୦ ଡିସିମିଲ୍ ସରକାରୀ ଜମିରେ ଅବସ୍ଥିତ ଅଛି ଆଶ୍ରମ । ତେବେ ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଏ ବିଭାଗର ସହକାରୀ ନିର୍ଦ୍ଦେଶକ କହିଛନ୍ତି ।
ଯେଉଁ ସ୍ଥାନରେ ଆଶ୍ରମ ଅଛି ତାହା ସରକାରୀ ଜମି ନା ସ୍ଥିତିବାନ ଜମି ସେ ନେଇ ତଦାରଖ କରିଛୁ । ପ୍ରାଥମିକ ତଦନ୍ତରେ ଯାହା ଦେଖିଲୁ ସେ ଜମି ସରକାରୀ ଜମି ଆସିପାରେ GA ଡିପାର୍ଟମେଣ୍ଟ ଆସିଷ୍ଟାଣ୍ଟ ଡାଇରେକ୍ଟର କହିଛନ୍ତି।