Advertisment

GoldenBeachFestival: ଦେଶୀ ଖାନା-ଖଜାନା, କଙ୍କଡ଼ା ଚୁରାକୁ ଅକ୍ଟୋପସ୍ ଫ୍ରାଏ

ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ମୁହାଣରେ ପ୍ରତିବର୍ଷ ଗୋଲ୍ଡେନ୍‌ ବିଚ୍‌ ଫେଷ୍ଟିଭାଲ ଆୟୋଜିତ ହୁଏ। ଏହି କାର୍ଯ୍ୟକ୍ରମ ୨୫ ବର୍ଷରେ ପହଞ୍ଚିଛି। ଚଳିତବର୍ଷ ଗୋଲ୍ଡେନ୍‌ ବିଚ୍‌ ଫେଷ୍ଟିଭାଲ ରୌପ୍ୟ ଜୟନ୍ତୀ ପାଳନ କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
GoldenBeachFestival

GoldenBeachFestival

ଖାଦ୍ୟ ଓ ଚଳଣି ଏକ ରାଜ୍ୟ ତଥା ଅଞ୍ଚଳର ପରିଚୟ। ଯଦି ଆମେ ଆମ ଖାଦ୍ୟ ଓ ଚଳଣିକୁ ବଞ୍ଚାଇ ରଖି ପାରିବା ତେବେ ସ୍ୱତ୍ତପ୍ରୋତ ଭାବେ ଆମେ ଆମ ପରମ୍ପରାକୁ ଉଜ୍ଜିବୀତ ରଖିପାରିବା। ଯାହାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି ଚାନ୍ଦିପୁର ଗୋଲ୍ଡେନ ବିଚ୍ ଫେଷ୍ଟିଭାଲ୍।

Advertisment

ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ମୁହାଣରେ ପ୍ରତିବର୍ଷ ଗୋଲ୍ଡେନ୍‌ ବିଚ୍‌ ଫେଷ୍ଟିଭାଲ ଆୟୋଜିତ ହୁଏ। ଏହି କାର୍ଯ୍ୟକ୍ରମ ୨୫ ବର୍ଷରେ ପହଞ୍ଚିଛି। ଚଳିତବର୍ଷ ଗୋଲ୍ଡେନ୍‌ ବିଚ୍‌ ଫେଷ୍ଟିଭାଲ ରୌପ୍ୟ ଜୟନ୍ତୀ ପାଳନ କରୁଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମେତ କ୍ରୀଡା ଓ ରୋଷେଇ ପ୍ରତିଯୋଗିତା ଆୟୋଜିତ ହୋଇଛି। ଦେଶୀ ଖାଦ୍ୟର ଟେଷ୍ଟକୁ ଜୀବିତ ରଖିବା ଉଦ୍ଦେଶ୍ୟରେ ଏପରି ନିଆରା ପ୍ରୟାସ କରାଯାଉଛି।

ଏଥର ଚାନ୍ଦିପୁର ଅଞ୍ଚଳର ୧୨ରୁ ଅଧିକ ପ୍ରତିଯୋଗୀ ଭାଗନେଇ ଖାଦ୍ୟ ପ୍ରସ୍ତୁତ କରିଛନ୍ତି । ପ୍ରତିଯୋଗୀମାନେ ଶିଳ ଉପରେ କଞ୍ଚାଲଙ୍କା ଆଉ ରସୁଣ ପକାଇ କଙ୍କଡ଼ା ବଟା କରିଛନ୍ତି। ‌ଏଥିସହ ମହୁରାଳି ମାଛ କଦଳୀପତ୍ର ପୋଡ଼ା, ଚିଙ୍ଗୁଡ଼ି ଝୋଳକୁ ଅକ୍ଟୋପସ୍ ଫ୍ରାଏ. କରିଛନ୍ତି। ଏତେ ସାରା ଖାଇବା ରୋଷେଇ ଦେଖି ହଠାତ୍ ଜଣେ ଭାବୁଥିବେ ବାହାଘର ପାଇଁ ପ୍ରସ୍ତୁତି ହେଉଛି। ମାତ୍ର ନା, ବାସ୍ତବରେ ଏଠାରେ ଦେଶୀ ଖାଦ୍ୟର ପ୍ରତିଯୋଗିତା ଚାଲିଛି। ଚାଇନିଜ୍, ବିରିୟାନି, ଷ୍ଟ୍ରାଟର୍ ଜମାନାରେ ଦେଶୀ ଖାଦ୍ୟର ଚାହିଦା କମିଯାଉ ଥିବାବେଳେ ଆରମ୍ଭ ଏପରି ପ୍ରୟାସ ହୋଇଛି।

Advertisment

ଆଉ ସବୁଠାରୁ ଅଧିକ ସ୍ୱାଦ ଯୁକ୍ତ ଏବଂ ସ୍ୱତନ୍ତ୍ରତା ଥିବା ଖାଦ୍ୟ ପ୍ରସ୍ତୁତକାରୀଙ୍କୁ ଏହି ଉତ୍ସବରେ ସମ୍ମାନିତ କରାଯାଇଛି। ବିଶିଷ୍ଟ ଅତିଥିମାନେ ଉତ୍ସବରେ ଯୋଗଦେଇ ବାଲେଶ୍ୱର ଖାଦ୍ୟ ସହ ଚାନ୍ଦିପୁର ବେଳାଭୂମୀକୁ ପ୍ରସଂଶା କରିଛନ୍ତି।

 ଖାଦ୍ୟ ଓ ଚଳଣି ଏକ ରାଜ୍ୟ ତଥା ଅଞ୍ଚଳର ପରିଚୟ। ଯଦି ଆମେ ଆମ ଖାଦ୍ୟ ଓ ଚଳଣିକୁ ବଞ୍ଚାଇ ରଖି ପାରିବା ତେବେ ସ୍ୱତ୍ତପ୍ରୋତ ଭାବେ ଆମେ ଆମ ପରମ୍ପରାକୁ ଉଜ୍ଜିବୀତ ରଖିପାରିବା, ଯାହାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି ଚାନ୍ଦିପୁର ଗୋଲ୍ଡେନ ବିଚ୍ ଫେଷ୍ଟିଭାଲ୍।

ଅଧିକ ପଢ଼ନ୍ତୁ: ଜଳିଗଲେ ଜଳ ସମ୍ପଦ କର୍ମଚାରୀ।

Balasore Chandipur Festivals
Advertisment
Advertisment