ବଦଳାଇଦେଲେ ନଦୀର ଗତିପଥ
ବାଲି ମାଫିଆଙ୍କ ସାଂଘାତିକ କାରନାମା । ଚୋରି କରିବାର ସବୁ ସୀମା ପାର କରିଦେଲେ ବାଲି ମାଫିଆ । ବଦଳାଇଦେଲେ ଖୋଦ୍ ନଈର ଗତିପଥ । ବାଲି ଚୋରାଇବାକୁ ନଦୀ ଭିତରେ ବନ୍ଧ ପକାଇ ପାଣିକୁ ଅନ୍ୟବାଟେ ଛାଡୁଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ପ୍ରତାପପୁର ଅଂଚଳରେ ।
ସ୍ବର୍ଣ୍ଣ ନଦୀରୁ ବେଧଡ଼କ ଭାବେ ବାଲି ଚୋରାଉଥିଲେ ମାଫିଆ । କାହିଁ କେଉଁ କାଳରୁ ବୋହିଯାଉଥୁବା ନଈର ଗତିପଥକୁ ବଦଳାଇ ଲୁଟିନେଲେ କୋଟି କୋଟି ଟଙ୍କାର ବାଲି । ଏନେଇ ଖବର ପାଇଁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରିବାବେଳେ ନଦୀ ଭିତରର ଦୃଶ୍ୟ ଦେଖି ଚକିତ ହୋଇଯାଇଥିଲା । ନଦୀ ଭିତରେ ବନ୍ଧ ବାନ୍ଧି ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବାଲି ଲୁଟ୍ କରୁଥିଲେ ଅଭିଯୁକ୍ତ । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିବା ସହ ଗୋଟିଏ ସ୍ପକଲିନ୍ ଓ ଡମ୍ଫର ଜବତ କରିଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741143366.jpg)