/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722404487.jpg)
Salandi River
ଭଦ୍ରକ ସହରବାସୀଙ୍କ ଚିନ୍ତା ବଢ଼ାଇଛି ସାଳନ୍ଦୀ ନଦୀ l ଏକଦା ଭଦ୍ରକ ସହର ଏବଂ ଜିଲ୍ଲାବାସୀଙ୍କ ଲାଇଫଲାଇନ୍ ପାଲଟିଥିବା ଏହି ନଦୀ ଏବେ ଦୁଃଖର କାରଣ ପାଲଟିବାକୁ ଯାଉଛି। କାରଣ ନଦୀରେ ବଢିବାରେ ଲାଗିଛି ଦଳର ପରିମାଣ। ପୁରା ନଦୀପଥକୁ କବଳିତ କରିଛି ଦଳ l ତେଣେ ଦଳର ସ୍ଥାୟୀ ପ୍ରତିକାର ଲାଗି ଚେଷ୍ଟା କରାଯାଉଥିବା କହିଛନ୍ତି ବିଭାଗୀୟ ଅଧିକାରୀ।
ସଙ୍କୁଚିତ ହେବାରେ ଲାଗିଛି ସାଳନ୍ଦୀ ନଦୀ। ପୁରା ନଦୀକୁ କବଳିତ କରିଛି ଦଳ। ଫଳରେ ନଦୀ ଆଉ ନଦୀ ନୁହେଁ, ଦିଶୁଛି ଠିକ୍ କେନାଲ ଭଳି। ଭଦ୍ରକ ସହରବାସୀଙ୍କ ଲାଇଫଲାଇନ୍ କୁହାଯାଉଥିବା ଏହି ନଦୀ ପାଲଟିଛି ଲୋକଙ୍କ ପାଇଁ ଦୁଃଖର କାରଣ। ପ୍ରତିବର୍ଷ ବନ୍ୟା ଆସିଲେ ସାଳନ୍ଦୀ କୂଳ ଲଂଘେ, ଲୋକେ ହଇରାଣ ହୁଅନ୍ତି। ଆଉ ପ୍ରତିବର୍ଷ ଜଳସେଚନ ବିଭାଗ ପକ୍ଷରୁ ଦଳ ସଫେଇ ନାଁରେ ମାତ୍ର କେଇଟି ପୋଲ, କଲଭର୍ଟ ମୁହଁରୁ ଦଳ ସଫା କରି ଚୁପ୍ ବସିଯାନ୍ତି। ତେଣେ ନଦୀପଥର ବେଆଇନ ଅବରୋଧ ବି ସାଳନ୍ଦୀ ନଦୀର ଜଳ ପ୍ରବାହରେ ସାଜିଛି ବଡ଼ ପ୍ରତିବନ୍ଧକ।
ସାଳନ୍ଦୀ ନଦୀର ଏଭଳି ଅବସ୍ଥାକୁ ନେଇ ନିକଟରେ ଭଦ୍ରକ ଆସିଥିବା ଜଳସେଚନ ବିଭାଗର ଇଆଇସି ଗଭୀର ଉଦବେଗ ପ୍ରକାଶ କରି ଏହାର ସ୍ଥାୟୀ ସମାଧାନ ରାସ୍ତା ବାହାର କରିବାକୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦେଶ ଦେଇଛନ୍ତି l ତେବେ ଦଳ ସଫେଇ ଏହାର ଏକମାତ୍ର ସମାଧାନର ବାଟ ନୁହେଁ ବୋଲି କହିଛନ୍ତି ସାଳନ୍ଦୀ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ। ଅତ୍ୟାଧୁନିକ ପ୍ରଣାଳୀରେ ସାଳନ୍ଦୀ ନଦୀକୁ କବଳିତ କରି ରଖିଥିବା ଏହି ଦଳର ସ୍ଥାୟୀ ପ୍ରତିକାର ପାଇଁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି l ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)