Advertisment

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ରୁପାରୋଶନଙ୍କୁ CMOରୁ ବିଦା କଲେ ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଥିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Rupa Roshan

Rupa Roshan

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଲେ ଆଇଏଏସ୍ ରୁପାରୋଶନ ସାହୁ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ରୁପାରୋଶନଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି ରାଜ୍ୟ ସରକାର। ଏସ୍ ସି/ଏସ୍ ଟି ଉନ୍ନୟନ ବିଭାଗ କମିଶନର ତଥା ସଚିବ ରୁପାରୋଶନ ସାହୁଙ୍କୁ ବଦଳି କରାଯାଇଛି। ପୂର୍ବରୁ ରୁପା ଏସ୍ ସି/ଏସ୍ ଟି ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଥିଲା। 

Advertisment

ସେହିପରି ୨୦୧୨ ବ୍ୟାଚ୍ ଆଇଏଏସ ଅଫିସର ତଥା ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାପରେ ଆଜି ଆଇଏଏସ୍ ରୁପାରୋଶନ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନ୍ୟତ୍ର ବଦଳି କରିଛନ୍ତି ରାଜ୍ୟ ସରକାର।

୩ ଦିନ ପୂର୍ବରୁ ବିବାଦୀୟ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ରାଜ୍ୟ ଗୃହ ବିଭାଗ ଓଏସ୍‌ଡି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ନିଯୁକ୍ତି ମିଳିଛି। ନିର୍ବାଚନ ସମୟରେ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ବେଳେ ନିଲମ୍ବିତ ହୋଇଥିଲେ ଡିଏସ୍ କୁଟ୍ଟେ। ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହୋଇଥିଲେ।

Advertisment

ସେହିପରି ଏହା ପୂର୍ବରୁ ବରିଷ୍ଠ ଆଇପିଏସ୍ ରବି କାନ୍ତଙ୍କୁ ବି ଗୃହ ବିଭାଗ ଓଏସ୍‌ଡି ଭାବରେ ବଦଳି କରାଯାଇଥିଲା। ୧୯୯୮ ବ୍ୟାଚ୍ ଆଇପିଏସ୍ ରବିକାନ୍ତ ଏବେ ଆବାସିକ କମିଶନର ଅଛନ୍ତି। ତାଙ୍କ ସ୍ଥାନରେ ଆଇଏଏସ୍ ବିଶାଲ ଗଗନଙ୍କୁ ଆବାସିକ କମିଶନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଡିଏସ୍ କୁଟ୍ଟେ ଓ ରବିକାନ୍ତଙ୍କ ପୂର୍ବରୁ ଆଶିଷ ସିଂହଙ୍କୁ ଓଏସ୍‌ଡି ଭାବେ ବଦଳି କରାଯାଇଥିଲା।

BJD BJP Congress Odisha Politics IAS
Advertisment
Advertisment